ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା
ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ତେବେ ନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ ଏଯାବତ୍ ଦୁଇ ପ୍ରମୁଖ ଦଳ ବିଜେଡି, ଭାଜପାର ଖୋର୍ଦ୍ଧା ଓ ବେଗୁନିଆ ବିଧାନସଭା ଆସନ ପାଇଁ ଅଙ୍କ ଛିଣ୍ଡୁ ନ ଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି। ଫଳରେ ଉଭୟ ଦଳରେ ବିଦ୍ରୋହର ସ୍ବର ଉଠିଲାଣି। ଟିକେଟ ନ ପାଇଲେ, […] The post ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା appeared first on Dharitri Odia News.
ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ତେବେ ନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ ଏଯାବତ୍ ଦୁଇ ପ୍ରମୁଖ ଦଳ ବିଜେଡି, ଭାଜପାର ଖୋର୍ଦ୍ଧା ଓ ବେଗୁନିଆ ବିଧାନସଭା ଆସନ ପାଇଁ ଅଙ୍କ ଛିଣ୍ଡୁ ନ ଥିବାରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଛି। ଫଳରେ ଉଭୟ ଦଳରେ ବିଦ୍ରୋହର ସ୍ବର ଉଠିଲାଣି। ଟିକେଟ ନ ପାଇଲେ, ଅନ୍ୟ ଦଳରେ ମିଶିବା ସମ୍ଭାବନା ରହିଛି। ଉଭୟ ଦଳର ଆଶାୟୀ ପ୍ରାର୍ଥୀ ପରସ୍ପର ଦଳ ସହ ଯୋଗାଯୋଗରେ ରହିଛନ୍ତି। ସେପଟେ କଂଗ୍ରେସ ଖୋର୍ଦ୍ଧାରୁ ସୋନାଲି ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ମହିଳା ବାସନ୍ତୀ ମହାପାତ୍ର, ସଞ୍ଜୁକ୍ତା ସାହୁ, ମମତା ଦେ ଏବଂ ରୂପଶ୍ରୀରାଣୀ ଗୁମାନସିଂ ରହିଥିବା ଚର୍ଚ୍ଚା ହେଉଛିି।
ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ସ୍ତ୍ରୀ ମମତା ଦେ ଏବଂ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ସ୍ତ୍ରୀ ସଞ୍ଜୁକ୍ତା ସାହୁ ଟିକେଟ ପାଇଁ ଆଶାୟୀ ରହିଛନ୍ତି। ମମତା ଜଣେ ଶିକ୍ଷାବିତ୍। ପ୍ରାଣନାଥ ମହାବିଦ୍ୟାଳୟରୁ ପ୍ରାଧ୍ୟାପିିକାଭାବେ ଅବସର ଗ୍ରହଣ କରିବା ପରେ ସେ ଏବେ ମହିଳା ମହାବିଦ୍ୟାଳୟ ପରିଚାଳନା ସଭାପତି ଦାୟିତ୍ୱରେ ରହିଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ସେ ଜଡ଼ିତ ରହିଛନ୍ତି। ସେହିପରି ସଞ୍ଜୁକ୍ତା ଖୋର୍ଦ୍ଧା ପୌର ପରିଷଦର ଦୁଇଥର ପୌରାଧ୍ୟକ୍ଷା ରହିଥିଲେ। ଗୋଟିଏ ସମୟରେ ସ୍ବାମୀ ରାଜେନ୍ଦ୍ର ଖୋର୍ଦ୍ଧା ବିଧାୟକ ଏବଂ ସଞ୍ଜୁକ୍ତା ପୌରାଧ୍ୟକ୍ଷା ରହିଥିଲେ। ତେବେ ଏହି ଆସନ ପାଇଁ ଆଗରେ ରହିଛନ୍ତି ବରିଷ୍ଠ ମହିଳା ବିଜେଡି ନେତ୍ରୀ ବାସନ୍ତୀ ମହାପାତ୍ର। ଗତ ୨ବର୍ଷ ହେବ ସେ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଖୋର୍ଦ୍ଧା, ଟାଙ୍ଗୀ ବ୍ଲକର ବିଭିନ୍ନ ଅଞ୍ଚଳରେ ବୈଠକ, ମାରାଥନ ପ୍ରଚାର, ଶକ୍ତି ପ୍ରଦର୍ଶନ କରି ସେ ଟିକେଟ ପାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ସେ ଜିଲା ପରିଷଦ ଅଧ୍ୟକ୍ଷା ରହିଥିବା ବେଳେ ନିକଟରେ ଶଙ୍ଖ ଭବନ ଆଗରେ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ। ସେ ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି। ସେହିପରି ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ ମଧ୍ୟ ବିଧାୟକ ପାଇଁ ଆଶାୟୀ ରହିଥିବା ଚର୍ଚ୍ଚା ହେଉଛି। ସେ ଗତ କିଛଦିନ ହେବ ଜିଲା ପରିଷଦ କାର୍ଯ୍ୟାଳୟକୁ ଆସିବା ପରିବର୍ତ୍ତେ ଭୁବନେଶ୍ୱର ଶଙ୍ଖଭବନ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଯୋଗାଯୋଗରେ ରହିଥିବା କୁହାଯାଉଛି। ପୂର୍ବରୁ ସେ ବିଜେଡିରୁ ଜିଲା ପରିଷଦ ଅଧ୍ୟକ୍ଷା ଭାବେ ମନୋନୀତ ହୋଇ ସମସ୍ତଙ୍କୁ ଝଟକା ଦେଇଥିଲେ। ସେହିପରି ଗୁପ୍ତରେ ସେ ରାଜ୍ୟ ନେତୃତ୍ୱଙ୍କ ସହ ନିୟମିତ ଯୋଗଯୋଗରେ ରହି ବଡ ଆଶାୟୀ ରହିଥିବା କୁହାଯାଉଛି।
The post ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା appeared first on Dharitri Odia News.