ବିଜେଡିରେ କମିଟି ଗଠନକୁ ନେଇ କସରତ ଆରମ୍ଭ, ବରିଷ୍ଠ ନେତାଙ୍କୁ ଘାରିଲା ବିଦ୍ରୋହର ଡର

ଭୁବନେଶ୍ଵର:  ବିଜେଡିରେ କମିଟି ଗଠନକୁ ନେଇ ଆରମ୍ଭ ହୋଇଛି କସରତ । ଆଜି ନବୀନ ନିବାସରେ ବିଜେଡି ସଭାପତିଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି ଦଳର ବରିଷ୍ଠ ନେତା । ୨୪ ନିର୍ବାଚନରେ ଦଳର ପରାଜୟକୁ ନେଇ ଏକାଧିକ ନେତା ଗଣମାଧ୍ୟମ ଆଗରେ ଖୋଲାଖୋଲି ନିଜର ଅସନ୍ତୋଷ ଜାହିର କରିଥିଲେ । ସେମାନଙ୍କ ଭିନ୍ନ ଭିନ୍ନ ବକ୍ତବ୍ୟ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଏସବୁ ନେତାଙ୍କୁ ଯଦି ବିଭିନ୍ନ କମିଟିରୁ ବାହାର କରାଯାଏ ତାହେଲେ ଆଗକୁ ବିଦ୍ରୋହ ସୃଷ୍ଟି ହୋଇପାରେ । ତେଣୁ କାହାକୁ ନକାଟି, ସବୁ ନେତାଙ୍କୁ କମିଟିରେ ସାମିଲ କରିବା ଲାଗି ଆଜିର ବୈଠକରେ ବିଜେଡିର ବରିଷ୍ଠନେତା ମାନେ ନବୀନଙ୍କ ଆଗରେ ଦାବି ରଖିଛନ୍ତି । ଏଥି ସହ ପର୍ଯ୍ୟାୟକ୍ରମେ ଦଳର ସବୁ କମିଟି ତିଆରି ହେବ ବୋଲି କୁହାଯାଇଛି । Also read: ଅରୁଣଙ୍କ ମନ୍ତବ୍ୟ ବିଜେପି କେନ୍ଦ୍ରୀୟ ଦଳ, ଏଯାଏଁ ରାଷ୍ଟ୍ରୀୟ କି ରାଜ୍ୟ ସଭାପତି ବାଛୁ ନାହାନ୍ତି, ମନମୋହନଙ୍କ କାଉଣ୍ଟର ବିଜେପି ବିଷୟରେ ଟିକା ଟିପ୍ପଣୀ ନକରିବା ଭଲକମିଟି ଗଠନକୁ ନେଇ ବିଜେଡିରେ କସରତ । ବଡ ବିଦ୍ରୋହ ରୋକିବାକୁ ଆରମ୍ଭ ହୋଇଛି ପ୍ରୟାସ । କୌଣସି ନେତାଙ୍କୁ କମିଟିରୁ ବାଦ ନଦେବାକୁ ଦାବି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେଡି ସଭାପତି ଭାବେ ନିର୍ବାଚିତ ହେବା ପରେ ଆଜି ନବୀନ ନିବାସ ଯାଇ ସଭାପତିଙ୍କୁ ଭେଟି ଏଭଳି ଦାବି କରିଛନ୍ତି  ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ପ୍ରତାପ ଦେବ, ଅରୁ

ବିଜେଡିରେ କମିଟି ଗଠନକୁ ନେଇ କସରତ ଆରମ୍ଭ, ବରିଷ୍ଠ ନେତାଙ୍କୁ ଘାରିଲା ବିଦ୍ରୋହର ଡର

ଭୁବନେଶ୍ଵର:  ବିଜେଡିରେ କମିଟି ଗଠନକୁ ନେଇ ଆରମ୍ଭ ହୋଇଛି କସରତ । ଆଜି ନବୀନ ନିବାସରେ ବିଜେଡି ସଭାପତିଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି ଦଳର ବରିଷ୍ଠ ନେତା । ୨୪ ନିର୍ବାଚନରେ ଦଳର ପରାଜୟକୁ ନେଇ ଏକାଧିକ ନେତା ଗଣମାଧ୍ୟମ ଆଗରେ ଖୋଲାଖୋଲି ନିଜର ଅସନ୍ତୋଷ ଜାହିର କରିଥିଲେ । ସେମାନଙ୍କ ଭିନ୍ନ ଭିନ୍ନ ବକ୍ତବ୍ୟ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଏସବୁ ନେତାଙ୍କୁ ଯଦି ବିଭିନ୍ନ କମିଟିରୁ ବାହାର କରାଯାଏ ତାହେଲେ ଆଗକୁ ବିଦ୍ରୋହ ସୃଷ୍ଟି ହୋଇପାରେ । ତେଣୁ କାହାକୁ ନକାଟି, ସବୁ ନେତାଙ୍କୁ କମିଟିରେ ସାମିଲ କରିବା ଲାଗି ଆଜିର ବୈଠକରେ ବିଜେଡିର ବରିଷ୍ଠନେତା ମାନେ ନବୀନଙ୍କ ଆଗରେ ଦାବି ରଖିଛନ୍ତି । ଏଥି ସହ ପର୍ଯ୍ୟାୟକ୍ରମେ ଦଳର ସବୁ କମିଟି ତିଆରି ହେବ ବୋଲି କୁହାଯାଇଛି । 

Also read: ଅରୁଣଙ୍କ ମନ୍ତବ୍ୟ ବିଜେପି କେନ୍ଦ୍ରୀୟ ଦଳ, ଏଯାଏଁ ରାଷ୍ଟ୍ରୀୟ କି ରାଜ୍ୟ ସଭାପତି ବାଛୁ ନାହାନ୍ତି, ମନମୋହନଙ୍କ କାଉଣ୍ଟର ବିଜେପି ବିଷୟରେ ଟିକା ଟିପ୍ପଣୀ ନକରିବା ଭଲ

କମିଟି ଗଠନକୁ ନେଇ ବିଜେଡିରେ କସରତ । ବଡ ବିଦ୍ରୋହ ରୋକିବାକୁ ଆରମ୍ଭ ହୋଇଛି ପ୍ରୟାସ । କୌଣସି ନେତାଙ୍କୁ କମିଟିରୁ ବାଦ ନଦେବାକୁ ଦାବି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେଡି ସଭାପତି ଭାବେ ନିର୍ବାଚିତ ହେବା ପରେ ଆଜି ନବୀନ ନିବାସ ଯାଇ ସଭାପତିଙ୍କୁ ଭେଟି ଏଭଳି ଦାବି କରିଛନ୍ତି  ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ପ୍ରତାପ ଦେବ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସର୍ବମା, ପ୍ରତାପ ଜେନା ଏବଂ ପ୍ରଣବ ପ୍ରକାଶ ଦାସ ପ୍ରମୁଖ । ଏହି ନେତାମାନେ ନବୀନଙ୍କୁ ଭେଟି ପ୍ରାୟ ୧ ଘଣ୍ଟା କାଳ ସଙ୍ଗଠନ ସମ୍ପର୍କରେ ଆଲୋଚନା କରିଥିଲେ ।  

୨୪ ନିର୍ବାଚନରେ ଦଳର ପରାଜୟକୁ ନେଇ  ଏକାଧିକ ନେତା ଗଣମାଧ୍ୟମ ଆଗରେ ଖୋଲାଖୋଲି ନିଜର ଅସନ୍ତୋଷ ଜାହିର କରିଥିଲେ । ସେମାନଙ୍କ ଭିନ୍ନ ଭିନ୍ନ ବକ୍ତବ୍ୟ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଏମିତିରେ ଏସବୁ ନେତାଙ୍କୁ ଏବେ  ଯଦି ଦଳର ବିଭିନ୍ନ କମିଟିରୁ ବାହାର କରାଯାଏ ତାହେଲେ ବିଦ୍ରୋହ ସୃଷ୍ଟି ହୋଇପାରେ ।  ସେଥିପାଇଁ ସବୁ ନେତାଙ୍କୁ କମିଟିରେ ସାମିଲ କରିବା ପାଇଁ ନବୀନଙ୍କ ଆଗରେ ଦାବି ରଖିଥିଲେ ଏହି ୭ ବିଜେଡି ନେତା । 


୧୯ ତାରିଖରୁ ସଭାପତି ନିର୍ବାଚନ ହୋଇ ସାରିଲାଣି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକାରିଣୀ କମିଟି ଫାଇନାଲ ହୋଇପାରିନାହିଁ । ଦୁଇ ଦିନ ହେଲା ଝୁଲି ରହିଛି । ଏହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଏହି କାର୍ଯ୍ୟକାରିଣୀ କମିଟିରେ କିଏ କିଏ ରହିବେ ସେ ଅଙ୍କ ଛିଣ୍ଡି ପାରୁନି । ଗୋଷ୍ଠୀ କନ୍ଦଳ ପାଇଁ ୧୫ଜିଲ୍ଲାରେ ସଭାପତି ଚୟନ ହୋଇପାରିନି । ଏମିତିରେ ତାଲିକା ଫାଇନାଲ ହୋଇପାରୁନି`। ଛାମୁଆ ସଙ୍ଗଠନ ସଭାପତି ନିଯୁକ୍ତି ଏବଂ ବିଭିନ୍ନ ସାମୁଖ୍ୟର ସଭାପତି ନିଯୁକ୍ତି ହୋଇନାହିଁ । ଏସବୁ କମିଟିରେ ନବୀନ କାହାକୁ ଭରସା କରିବେ ତାହା ଉପରେ ରହିଛି ନଜର । ଏପ୍ରିଲ ଶେଷ ସୁଦ୍ଧା ବିଜେଡିର ସାଙ୍ଗଠନିକ ପୁନର୍ଗଠନ  ଶେଷ ହେବ । ବିଜେଡି ପାଇଁ ଏବେ ନେତାଙ୍କୁ ଭିତରେ ସନ୍ତୁଳନ ଏବଂ  ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ହେଉଛି ପ୍ରମୁଖ ଚାଲେଂଜ୍ ।