ବିଜେଡିରେ କୁଚକ୍ରୀ ଗୋଷ୍ଠୀ କିଏ ? ନବୀନଙ୍କ ଆଗରେ ମୁହଁ ଖୋଲିଲେ ଅମରେଶ, କହିଲେ…

ଭୁବନେଶ୍ୱର,୮ା୧୦: ଭୁବନେଶ୍ୱରରେ ବିଜେଡିର ଗୋଷ୍ଠୀକନ୍ଦଳ ପଦାରେ ପଡିଥିବାବେଳେ ସୋମବାର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା। ଦେଢ ଘଣ୍ଟା ଧରି ଆଲୋଚନା ପରେ ଦଳ ଭିତରେ ଥିବା କୁଚକ୍ରୀ ଗୋଷ୍ଠୀ ବିଷୟରେ ସେ କହିଛନ୍ତି । ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଥିବା ଅମରେଶ କହିଛନ୍ତି । ନବୀନ ପଟ୍ଟନାୟକଙ୍କ ବିରୋଧରେ ସେ କେବେ ଭୂଲ ମନ୍ତବ୍ୟ ଦେଇନାହାଁନ୍ତି, ନବୀନ ପଟ୍ଟନାୟକଙ୍କଠାରୁ ତାଙ୍କୁ କେହି ଅଲଗା କରିପାରିବେ ନାହିଁ ବୋଲି ସେ କହିଛନ୍ତି। […] The post ବିଜେଡିରେ କୁଚକ୍ରୀ ଗୋଷ୍ଠୀ କିଏ ? ନବୀନଙ୍କ ଆଗରେ ମୁହଁ ଖୋଲିଲେ ଅମରେଶ, କହିଲେ… appeared first on Dharitri Odia News.

ବିଜେଡିରେ କୁଚକ୍ରୀ ଗୋଷ୍ଠୀ କିଏ ? ନବୀନଙ୍କ ଆଗରେ ମୁହଁ ଖୋଲିଲେ ଅମରେଶ, କହିଲେ…

ଭୁବନେଶ୍ୱର,୮ା୧୦: ଭୁବନେଶ୍ୱରରେ ବିଜେଡିର ଗୋଷ୍ଠୀକନ୍ଦଳ ପଦାରେ ପଡିଥିବାବେଳେ ସୋମବାର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା। ଦେଢ ଘଣ୍ଟା ଧରି ଆଲୋଚନା ପରେ ଦଳ ଭିତରେ ଥିବା କୁଚକ୍ରୀ ଗୋଷ୍ଠୀ ବିଷୟରେ ସେ କହିଛନ୍ତି । ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଥିବା ଅମରେଶ କହିଛନ୍ତି । ନବୀନ ପଟ୍ଟନାୟକଙ୍କ ବିରୋଧରେ ସେ କେବେ ଭୂଲ ମନ୍ତବ୍ୟ ଦେଇନାହାଁନ୍ତି, ନବୀନ ପଟ୍ଟନାୟକଙ୍କଠାରୁ ତାଙ୍କୁ କେହି ଅଲଗା କରିପାରିବେ ନାହିଁ ବୋଲି ସେ କହିଛନ୍ତି।
ଭୁବନେଶ୍ୱର,ବିଜେଡି ଭିତରେ ରହିଛନ୍ତି କୁଚକ୍ରୀ ଗୋଷ୍ଠୀ । ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏଭଳି କହିଛନ୍ତି କର୍ପୋରେଟର ଅମରେଶ ଜେନା ।

ସେ ଆହୁରି କହିଛନ୍ତି, ବିରୋଧୀଙ୍କ ଭଳି କାମ ନକରି ସେହି ଗୋଷ୍ଠୀ ଲୋକଙ୍କ ସେବା କରନ୍ତୁ ଲୋକଙ୍କ ସେବା କରିଥିଲେ ଦଳ ଆଗକୁ ଯାଇଥାନ୍ତା । ଯେଉଁମାନେ ଦଳର କ୍ଷତି କରିବାକୁ ଚାହୁଁଛନ୍ତି, ମା ଦୂର୍ଗା ତାଙ୍କୁ ସଦବୁଦ୍ଧି ଦିଅନ୍ତୁ”, ବୋଲିଅମରେଶ କହିଛନ୍ତି ।

ଗତ କିଛି ଦିନ ଧରି ବିଜେଡି କର୍ପୋରେଟରଙ୍କର କଳି ଘନେଇବା ପରେ ଆକ୍ସନ ମୋଡକୁ ଆସିଥିଲେ ନବୀନ ପଟ୍ଟନାୟକ । ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ଅମରେଶ ଜେନାଙ୍କ ସମେତ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କର୍ପୋରେଟର ବିରଞ୍ଚି ମହାସୁପକାର, ଅମରେଶ ଜେନା, ଯୁବ ସଭାପତି ରାଜେଶ ପାତ୍ର, ଛାତ୍ର ସଚିବ ବିବେକ ସ୍ୱାଇଁଙ୍କୁ ଏହି କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ ୧୫ ଦିନ ସମୟ ଦିଆଯାଇଛି। ତେବେ ୨ରୁ ୩ ଦିନ ମଧ୍ୟରେ ନୋଟିସର ଜବାବ ଦେବେ ବୋଲି କହିଥିଲେ ଅମରେଶ ଜେନା।

ପୂର୍ବରୁ ବିଜେଡିରେ ବିଭୀଷଣ ଅଛନ୍ତି କହିଥିଲେ ଅମରେଶ । ଯିଏ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ଏଭଳି ଚାଞ୍ଚଲ୍ୟକର ତଥା ସାଂଘାତିକ କଥା କହିଥି.ଲେ ବିଜେଡି କର୍ପୋରେଟର ଅମରେଶ ଜେନା ।

The post ବିଜେଡିରେ କୁଚକ୍ରୀ ଗୋଷ୍ଠୀ କିଏ ? ନବୀନଙ୍କ ଆଗରେ ମୁହଁ ଖୋଲିଲେ ଅମରେଶ, କହିଲେ… appeared first on Dharitri Odia News.