ବିଜେଡିରେ ମିଶିଲେ କୋରାପୁଟର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗୀ
ଭୁବନେଶ୍ବର ୪।୪: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗୀ । ସେହିପରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ । ସେହିପରି ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ ବି ମିଶିଛନ୍ତି । ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲ, ପର୍ଶୁରାମ ପାଙ୍ଗୀ, ଦାଶରଥୀ ଖାଲ ବି ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଅନ୍ୟମାନଙ୍କ ମଧ୍ୟରେ ପଟାଙ୍ଗୀ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହି ଅବସରରେ ସସ୍ମିତ ପାତ୍ର କହିଛନ୍ତି, ଆମେ ଆନନ୍ଦିତ । ଈଶ୍ୱର ପାଣିଗ୍ରାହୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ବିକାଶ କାର୍ଯ୍ୟକ୍ରମ ଯୋଗୁଁ ସମସ୍ତେ ମିଶିଛନ୍ତି । ପ୍ରଫୁଲ୍ଲ ପାଙ୍ଗୀ କହିଛନ୍ତି, ଏହା ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖି ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ୨ ଶହରୁ ଅଧିକ କର୍ମୀ ମିଶିଛନ୍ତି । ୨୦୨୪ ନିର୍ବାଚନରେ ପଟାଙ୍ଗୀରେ ବିଜେଡି ସୁଦୃଢ ହେବ । ରାମଚନ୍ଦ୍ର ପାଙ୍ଗୀ କହିଛନ୍ତି, ପ୍ରଫୁଲ୍ଲ ପାଙ୍ଗୀ ମୋ ପୁତୁରା । ମୁଁ ୨୦୧୭-୨୦୧୯ ଯାଏଁ ବିଜେପିର ସଂଗଠନ କଲି । ବିଜେପିର ସଂଗଠନ ନଥିଲା । ନିଜେ ଖର୍ଚ୍ଚ କରି ସଂଗଠନ କଲି । ମୋତେ
ଭୁବନେଶ୍ବର ୪।୪: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗୀ । ସେହିପରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ । ସେହିପରି ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ ବି ମିଶିଛନ୍ତି । ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲ, ପର୍ଶୁରାମ ପାଙ୍ଗୀ, ଦାଶରଥୀ ଖାଲ ବି ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ଅନ୍ୟମାନଙ୍କ ମଧ୍ୟରେ ପଟାଙ୍ଗୀ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀ, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ ।
ଏହି ଅବସରରେ ସସ୍ମିତ ପାତ୍ର କହିଛନ୍ତି, ଆମେ ଆନନ୍ଦିତ । ଈଶ୍ୱର ପାଣିଗ୍ରାହୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ବିକାଶ କାର୍ଯ୍ୟକ୍ରମ ଯୋଗୁଁ ସମସ୍ତେ ମିଶିଛନ୍ତି । ପ୍ରଫୁଲ୍ଲ ପାଙ୍ଗୀ କହିଛନ୍ତି, ଏହା ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖି ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ୨ ଶହରୁ ଅଧିକ କର୍ମୀ ମିଶିଛନ୍ତି । ୨୦୨୪ ନିର୍ବାଚନରେ ପଟାଙ୍ଗୀରେ ବିଜେଡି ସୁଦୃଢ ହେବ । ରାମଚନ୍ଦ୍ର ପାଙ୍ଗୀ କହିଛନ୍ତି, ପ୍ରଫୁଲ୍ଲ ପାଙ୍ଗୀ ମୋ ପୁତୁରା । ମୁଁ ୨୦୧୭-୨୦୧୯ ଯାଏଁ ବିଜେପିର ସଂଗଠନ କଲି । ବିଜେପିର ସଂଗଠନ ନଥିଲା । ନିଜେ ଖର୍ଚ୍ଚ କରି ସଂଗଠନ କଲି । ମୋତେ କାଟିକି ନୂଆ ପ୍ରାର୍ଥୀ ଦେଲା ବିଜେପି । ଯାହା ଦୁଃଖ ଲାଗିଲା । ସବୁ ବୈଠକକୁ ବୟକଟ୍ କଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ ନିର୍ମଳ ଭାବମୂର୍ତ୍ତି ସହ ପ୍ରଫୁଲ୍ଲ ପାଙ୍ଗୀଙ୍କ ପରାମର୍ଶରେ ବିଜେଡିରେ ସାମିଲ ହେଲି ।
You Can Read :
ନବରଙ୍ଗପୁରରେ ମାଝୀ ଲଢେଇ : ବିଜେଡିରୁ ପ୍ରଦୀପ, ବିଜେପିରୁ ବଳଭଦ୍ର ଓ କଂଗ୍ରେସରୁ ଭୁଜବଳ ପ୍ରାର୍ଥୀ