ବିଜେଡିରେ ଯୋଗ ଦେବାପରେ ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର

ଭୁବନେଶ୍ୱର,୧୩ା୪: ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଶୁକ୍ରବାର ଶଙ୍ଖଭବନଠାରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ସେ ଉପଢ଼ୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି। କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ଦେବାଶିଷ କହିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ […] The post ବିଜେଡିରେ ଯୋଗ ଦେବାପରେ ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର appeared first on Dharitri Odia News.

ବିଜେଡିରେ ଯୋଗ ଦେବାପରେ ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର

ଭୁବନେଶ୍ୱର,୧୩ା୪: ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଶୁକ୍ରବାର ଶଙ୍ଖଭବନଠାରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ସେ ଉପଢ଼ୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି। କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ଦେବାଶିଷ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା ସେ କହିଛନ୍ତି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୁଚାରୁରୂପେ ତୁଲାଇବେ ବୋଲି କହିଛନ୍ତି।

The post ବିଜେଡିରେ ଯୋଗ ଦେବାପରେ ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର appeared first on Dharitri Odia News.