ବିଜେଡିରେ ସାମିଲ୍ ହେଲେ ଅରବିନ୍ଦ ମହାପାତ୍ର, ଶତାଧିକ ସମର୍ଥକଙ୍କ ଗହଣରେ ମିଶିଲେ

ଭୁବନେଶ୍ୱର ୦୭/୦୩: ବିଜେଡିରେ ମିଶିଲେ ଅରବିନ୍ଦ ମହାପାତ୍ର । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିଲେ । ଶତାଧିକ ସମର୍ଥକଙ୍କ ସହ ଯାଇ ବିଜେଡିରେ ସାମିଲ ହେଲେ । ଗୁରୁବାର ସେ ଆନୁଷ୍ଠାନିକ ଭାବେ ନବୀନ ନିବାସ ଯାଇ ବିଜେଡିରେ ସାମିଲ୍ ହୋଇଛନ୍ତି । ବୁଧବାର ଦିନତମାମ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମାଳମାଳ ପୋଷ୍ଟ ଦେଖିବାକୁ ମିଳିଛି । ତାଙ୍କ ଅନୁଗତ ଓ ସମର୍ଥକମାନେ ମଧ୍ୟ ଗୁରୁବାର ସକାଳ ୧୧ଟାରେ ଭୁବନେଶ୍ୱରରେ ବିଜେଡିରେ ମିଶୁଥିବା ନେଇ ପୋଷ୍ଟରେ ଦର୍ଶାଇଛନ୍ତି । ଅବଶ୍ୟ ବିଜୟ କିମ୍ବା ତାଙ୍କ ପୁଅ ଅରବିନ୍ଦ ଗଣମାଧ୍ୟମକୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ବିଜୟଙ୍କ ଶିବିର ପକ୍ଷରୁ ଏ ଚର୍ଚ୍ଚା, ଆଲୋଚନା ଓ ପୋଷ୍ଟ୍‌କୁ ଖଣ୍ଡନ ବି କରାଯାଉନଥିଲା । ମିଳିଥିବା ଖବର ଅନୁସାରେ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ କିଛି ଅଞ୍ଚଳରୁ ବିଜୟଙ୍କ ସମର୍ଥକମାନେ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । wp:embed {"url":"https://www.prameyanews7.com/asha-karmi-salary-hike-by-cm-of-odisha/","type":"wp-embed","providerNameSlug":"prameya-news-7"} https://www.prameyanews7.com/asha-karmi-salary-hike-by-cm-of-odisha/ /wp:embed

ବିଜେଡିରେ ସାମିଲ୍ ହେଲେ ଅରବିନ୍ଦ ମହାପାତ୍ର, ଶତାଧିକ ସମର୍ଥକଙ୍କ ଗହଣରେ ମିଶିଲେ

ଭୁବନେଶ୍ୱର ୦୭/୦୩: ବିଜେଡିରେ ମିଶିଲେ ଅରବିନ୍ଦ ମହାପାତ୍ର । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିଲେ । ଶତାଧିକ ସମର୍ଥକଙ୍କ ସହ ଯାଇ ବିଜେଡିରେ ସାମିଲ ହେଲେ । ଗୁରୁବାର ସେ ଆନୁଷ୍ଠାନିକ ଭାବେ ନବୀନ ନିବାସ ଯାଇ ବିଜେଡିରେ ସାମିଲ୍ ହୋଇଛନ୍ତି ।

ବୁଧବାର ଦିନତମାମ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମାଳମାଳ ପୋଷ୍ଟ ଦେଖିବାକୁ ମିଳିଛି । ତାଙ୍କ ଅନୁଗତ ଓ ସମର୍ଥକମାନେ ମଧ୍ୟ ଗୁରୁବାର ସକାଳ ୧୧ଟାରେ ଭୁବନେଶ୍ୱରରେ ବିଜେଡିରେ ମିଶୁଥିବା ନେଇ ପୋଷ୍ଟରେ ଦର୍ଶାଇଛନ୍ତି । ଅବଶ୍ୟ ବିଜୟ କିମ୍ବା ତାଙ୍କ ପୁଅ ଅରବିନ୍ଦ ଗଣମାଧ୍ୟମକୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ବିଜୟଙ୍କ ଶିବିର ପକ୍ଷରୁ ଏ ଚର୍ଚ୍ଚା, ଆଲୋଚନା ଓ ପୋଷ୍ଟ୍‌କୁ ଖଣ୍ଡନ ବି କରାଯାଉନଥିଲା । ମିଳିଥିବା ଖବର ଅନୁସାରେ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ କିଛି ଅଞ୍ଚଳରୁ ବିଜୟଙ୍କ ସମର୍ଥକମାନେ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । wp:embed {"url":"https://www.prameyanews7.com/asha-karmi-salary-hike-by-cm-of-odisha/","type":"wp-embed","providerNameSlug":"prameya-news-7"}

https://www.prameyanews7.com/asha-karmi-salary-hike-by-cm-of-odisha/
/wp:embed

ଅରବିନ୍ଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିଗ୍ରୀ ଇଞ୍ଜିନିୟରିଂ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଘରୋଇ ସଂସ୍ଥାର ଓଡ଼ିଶା ଶାଖାରେ କାମ କରୁଥିଲେ। ୨୦୧୯ ନିର୍ବାଚନ ପରଠାରୁ ତାଙ୍କୁ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଏକାଧିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା । ଏଣୁ ପାଟକୁରାରୁ ଅରବିନ୍ଦ ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି ।

ଯଦି ଅରବିନ୍ଦ ଆଗାମୀ ନିର୍ବାଚନ ଲଢ଼ୁଛନ୍ତି, ତେବେ ବିଜୟ ନିର୍ବାଚନରେ ଭାଗ ନେବେ କି ନାହିଁ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଏମିତିକି ଅରବିନ୍ଦ ବିଜେଡିରେ ଯୋଗ ଦେବା ପରେ ବିଜୟଙ୍କ ରାଜନୈତିକ ଜୀବନ କେଉଁ ମୋଡ଼ ନେବ ତାହା ବି ଅସ୍ପଷ୍ଟ ରହିଛି । ବିଜୟ ଏବେ ବିଜେପିରେ ଥିଲେ ମଧ୍ୟ ସକ୍ରିୟ ନାହାନ୍ତି।