ବିଜେଡିରେ ହଲଚଲ: ଘନଘନ ବୈଠକପରେ କଳି ତୁଟାଇ ପାରିବେ ତ ସଞ୍ଜୟ…

ଗଞ୍ଜାମ ଜିଲାର ବ୍ରହ୍ମପୁର, ସାନଖେମୁଣ୍ଡି, ଛତ୍ରପୁର ଓ ଗୋପାଳପୁରର ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟ ଦାସବର୍ମା ଦାୟିତ୍ୱ ନେବାପରେ ଏବେ ନବୀନଙ୍କ ଗଡ଼କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଗଞ୍ଜାମରେ ସ୍ଥିତିକୁ ନେଇ ରାଜ୍ୟ ବିଜେଡିକୁ ଚିନ୍ତା ଘାରିଛି। ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ଡେରା ପକାଇଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା। ସେ ଦୁଇ କର୍ପୋରେଟର ଗୋଷ୍ଠୀଙ୍କୁ ଡାକି ପୃଥକ ପୃଥକ ଆଲୋଚନା କରିଛନ୍ତି। ପରେ ଅସନ୍ତୁଷ୍ଟ ନେତାଙ୍କୁ ଡାକି ଆଲୋଚନା କରିଛନ୍ତି। ଏହାସହ […] The post ବିଜେଡିରେ ହଲଚଲ: ଘନଘନ ବୈଠକପରେ କଳି ତୁଟାଇ ପାରିବେ ତ ସଞ୍ଜୟ… appeared first on Dharitri Odia News.

ବିଜେଡିରେ ହଲଚଲ: ଘନଘନ ବୈଠକପରେ କଳି ତୁଟାଇ ପାରିବେ ତ ସଞ୍ଜୟ…

ଗଞ୍ଜାମ ଜିଲାର ବ୍ରହ୍ମପୁର, ସାନଖେମୁଣ୍ଡି, ଛତ୍ରପୁର ଓ ଗୋପାଳପୁରର ପର୍ଯ୍ୟବେକ୍ଷକ ଭାବେ ସଞ୍ଜୟ ଦାସବର୍ମା ଦାୟିତ୍ୱ ନେବାପରେ ଏବେ ନବୀନଙ୍କ ଗଡ଼କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

ଗଞ୍ଜାମରେ ସ୍ଥିତିକୁ ନେଇ ରାଜ୍ୟ ବିଜେଡିକୁ ଚିନ୍ତା ଘାରିଛି। ଘର ସଜାଡିବାକୁ ବ୍ରହ୍ମପୁର ସର୍କିଟ୍ ହାଉସରେ ଡେରା ପକାଇଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା। ସେ ଦୁଇ କର୍ପୋରେଟର ଗୋଷ୍ଠୀଙ୍କୁ ଡାକି ପୃଥକ ପୃଥକ ଆଲୋଚନା କରିଛନ୍ତି। ପରେ ଅସନ୍ତୁଷ୍ଟ ନେତାଙ୍କୁ ଡାକି ଆଲୋଚନା କରିଛନ୍ତି। ଏହାସହ ବିକ୍ରମ ପଣ୍ଡା, ରମେଶ ଚ୍ୟାଉପଟ୍ଟନାୟକ ଓ ଚନ୍ଦ୍ରଶେଖର ସାହୁଙ୍କ ଭଳି ନେତାଙ୍କୁ ଡାକି ବିଚାରବିମର୍ଶ କରିଛନ୍ତି।

ସଞ୍ଜୟ କହିଛନ୍ତି, ଲୋକେ ସୁଯୋଗ ଦେଇଛନ୍ତି, ତାଙ୍କ ଆଶା ଆମ କାମରେ ପ୍ରତିଫଳିତ ହେବା ଉଚିତ। ବ୍ରହ୍ମପୁର ମେୟର, କର୍ପୋରେଟର, ଜିଲା ସଭାପତି, ଡେପୁଟି ମେୟର , ପୂର୍ବତନ ବିଧାୟକ ଜଣଜଣ କର୍ପେରେଟରଙ୍କ ସହ ସେ ଆଲୋଚନା କରିଛନ୍ତି। ଦଳରେ ମତ ପାର୍ଥକ୍ୟ ରହିଛି ରହିବ ଯଥାଶୀଘ୍ର ଆଲୋଚନା କରି ତୁଟାଇବାକୁ କହିଛନ୍ତି।

ସେପଟେ ମେୟରଙ୍କ କହିବା କଥା ଯେ, ସମସ୍ତେ ଯେଭଳି ଏକ ହୋଇ କାମ କରିବେ, ସେଥିପ୍ରତି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।

ତେବେ ଏବେ ଚର୍ଚ୍ଚା ହେଉଛି କୁହ କି ପ୍ରଶ୍ନ ଉଠୁଛି କେଉଁଠି ନା କେଉଁଠି ମନକୁ ଏହା ଆସୁଛି କ’ଣ ସତରେ ସଞ୍ଜୟ ନବୀନଙ୍କ ଗଡ଼କୁ ସଜାଡ଼ି ପାରିବେ? ଜିଲା ସଭାପତି ଚ୍ୟାଉ ପଟ୍ଟନାୟକ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କଳି ତୁଟାଇ ପାରିବେ ତ, ବିଏମ୍‌ସି ମେୟର କର୍ପୋରେଟରଙ୍କୁ ବୁଝାଇ ପାରିବେ ତ।

 

The post ବିଜେଡିରେ ହଲଚଲ: ଘନଘନ ବୈଠକପରେ କଳି ତୁଟାଇ ପାରିବେ ତ ସଞ୍ଜୟ… appeared first on Dharitri Odia News.