‘ବିଜେପି ଆସିଲେ ଲାଗୁ ହେବ ଆୟୁଷ୍ମାନ ଯୋଜନା’

'ହାତରୁ ଶାସନ କ୍ଷମତା ଚାଲିଯିବା ଜାଣିବା ପରେ ଭୟରେ ଅପପ୍ରଚାର କରୁଛି ବିଜେଡି। ଏପରିକି ରାଜ୍ୟରୁ ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ଶାସକ ଦଳ ଅପପ୍ରଚାର କରୁଥିଲେ।'

‘ବିଜେପି ଆସିଲେ ଲାଗୁ ହେବ ଆୟୁଷ୍ମାନ ଯୋଜନା’

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପିର କେନ୍ଦ୍ରାପଡ଼ା ସାସଂଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରେସମିଟ୍‌। କହିଲେ, ହାତରୁ ଶାସନ କ୍ଷମତା ଚାଲିଯିବା ଜାଣିବା ପରେ ଭୟରେ ଅପପ୍ରଚାର କରୁଛି ବିଜେଡି। ଏପରିକି ରାଜ୍ୟରୁ ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ଶାସକ ଦଳ ଅପପ୍ରଚାର କରୁଥିଲେ। କୌଣସି କେନ୍ଦ୍ର ଯୋଜନା କେନ୍ଦ୍ର ସରକାର କେବେ ବନ୍ଦ କରିବେନାହିଁ। ଆୟୁଷ୍ମାନ ଭାରତ ସମଗ୍ର ବିଶ୍ୱରେ ସବୁଠୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା। ମାତ୍ର ବିଜେଡି ସରକାର ଏଠାରେ ଏହାକୁ ଲାଗୁ କରାଇ ଦେଉ ନାହାନ୍ତି। ବିଜେପି ସରକାର ଆସିଲେ କିନ୍ତୁ ତୁରନ୍ତ ଏହାକୁ ଲାଗୁ କରାଯିବ ।