ବିଜେପି ଇସ୍ତାହାରରେ ‘ପୁରୀ’କୁ ପ୍ରାଧାନ୍ୟ

ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ।

ବିଜେପି ଇସ୍ତାହାରରେ ‘ପୁରୀ’କୁ ପ୍ରାଧାନ୍ୟ

ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ। ଏହାସହ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରାଯିବ। ସେହିପରି ଜଗା ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ବର୍ଷ ତମାମ ଭକ୍ତ ଶୃଙ୍ଖଳିତ ଦର୍ଶନରୁ ଦୂରେଇ ରହୁଥିବାରୁ ଇସ୍ତାହାରରେ ଏହାକୁ ଗୁରୁତ୍ୱ ଦେଇଛି ରାଜ୍ୟ ବିଜେପି । ଖାଲି ସେତିକି ନୁହେଁ ପୁରୀ ପରିକ୍ରମା ପ୍ରକଳ୍ପରେ ଭଙ୍ଗା ଯାଇଥିବା ମଠଗୁଡିକର କାର୍ଯ୍ୟକ୍ଷମ ସହ ପୁନରୁଦ୍ଧାର ପାଇଁ ଦଳ ସରକାରକୁ ଆସିଲେ ପଦକ୍ଷେପ ନେବ ବୋଲି ମଧ୍ୟ ଇସ୍ତାହାରରେ ଉଲ୍ଲେଖ କରିଛି। ରାଜ୍ୟ ସରକାରର କୁପରିଚାଳନାରୁ ମୁକ୍ତି ଦେବା ପାଇଁ ଭୋଟରଙ୍କୁ ଇସ୍ତାହାର ମାଧ୍ୟମରେ ବାର୍ତ୍ତା ଦେଇଛି ବିଜେପି। ଗତକାଲି ଉନ୍ମୋଚିତ ହୋଇଥିବା ଇସ୍ତାହାରକୁ ଆଜି ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ସଭାରେ ପ୍ରଶଂସା କରି ଗ୍ୟାରେଣ୍ଟି ଦେଇଛନ୍ତି।