ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍’ର ପ୍ରସାରଣ
ଆଠଗଡ: ଆଠଗଡ ଗାନ୍ଧିମାର୍ଗସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା। ଏଥିରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିଥିଲେ। ପ୍ରଧାନମନ୍ତ୍ରୀ ମତ୍ସ୍ୟଚାଷ, ବୁବୁଣାକାରଙ୍କ ବିକାଶ, ଯୁବ ଉଦ୍ୟୋଗୀଙ୍କ ସଫଳତା ଆଦି ପାଇଁ ପ୍ରେରଣା ଦାୟକ ବାର୍ତ୍ତା ଦେବା ସହିତ ଓଡ଼ିଶାର ମୟୂରଭଞ୍ଜ, କନ୍ଧମାଳ, କେନ୍ଦୁଝର ଜିଲ୍ଲା […]
ଆଠଗଡ: ଆଠଗଡ ଗାନ୍ଧିମାର୍ଗସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା। ଏଥିରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିଥିଲେ। ପ୍ରଧାନମନ୍ତ୍ରୀ ମତ୍ସ୍ୟଚାଷ, ବୁବୁଣାକାରଙ୍କ ବିକାଶ, ଯୁବ ଉଦ୍ୟୋଗୀଙ୍କ ସଫଳତା ଆଦି ପାଇଁ ପ୍ରେରଣା ଦାୟକ ବାର୍ତ୍ତା ଦେବା ସହିତ ଓଡ଼ିଶାର ମୟୂରଭଞ୍ଜ, କନ୍ଧମାଳ, କେନ୍ଦୁଝର ଜିଲ୍ଲା ମାନଙ୍କରେ ଗଢି ଉଠିଥିବା ବିଭିନ୍ନ ଶିଳ୍ପ ଓ ଏହାର ପ୍ରଚ୍ଛଦପଟରେ ଥିବା ଉଦ୍ୟୋଗପତିମାନଙ୍କୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସବୁ ବକ୍ତବ୍ୟ ଓଡିଶା ପ୍ରତି ଥିବା ତାଙ୍କର ଭଲପାଇବା ଓ ରାଜ୍ୟର ବିକାଶ ପାଇଁ ଥିବା ଆନ୍ତରିକତା ପ୍ରମାଣିତ କରୁଛି ଏବଂ ଆମ ରାଜ୍ୟ ପାଇଁ ଏହା ଗୌରବର ବିଷୟ ବୋଲି ଶ୍ରୀ ରାୟ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ନଗର ମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତି, ଉପ ସଭାପତି ସୁନିଲ କୁମାର ମିଶ୍ର, ରମାକାନ୍ତ ସେନାପତି, କ୍ୟାପଟେନ ପ୍ରଫୁଲ୍ଲ ପରିଡ଼ା, ପଦ୍ମ ଚରଣ ବେଉରା, ବିବେକାନନ୍ଦ ବେଉରା, ରେଣୁବାଳା ବେଉରା, ମିନାକ୍ଷୀ ଜେନା, ଶକୁନ୍ତଳା ସେନାପତିଙ୍କ ସମେତ ବହୁ ଆଗଧାଡିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।