ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର; ରାଜ୍ୟ ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
ଭୁବନେଶ୍ବର: ବିଜେପିରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଇସ୍ତଫା । ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଲେଖାଶ୍ରୀ ସୋସିଆଲ୍ ମିଡିଆ ସାଇଟ୍ ଫେସବୁକରେ ନିଜ ଇସ୍ତଫାପତ୍ର ଫୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି । ଲେଖାଶ୍ରୀ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ଗତ ୧୦ ବର୍ଷ ଧରି ସେ ବିଜେପିରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କର୍ଯ୍ୟ କରିଆସୁଥିଲେ । ଦଳ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ମାତ୍ର ଦଳ ତାଙ୍କୁ ଅଣଦେଖା କରିବାରେ ଲାଗିଛି । ଶୀର୍ଷ ନେତୃତ୍ବଙ୍କ ସେ ବିଶ୍ବାସ ଭାଜନ ହୋଇପାରିହାନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଭାରତୀୟ ଜତନା ପାର୍ଟିରେ ତାଙ୍କୁ କିଛି କରିବାର ସୁଯୋଗ ମିଳୁନଥିବାରୁ ସେ ବାଧ୍ୟ ହୋଇ ବିଜେପିକୁ ବାଏ ବାଏ କରିଛନ୍ତି । ସୂଚନା ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ବିଜେପି ଟିକେଟ୍ ପାଇଁ ଆଶାବାଦୀ ଥିଲେ । ମାତ୍ର ଦଳ ତାଙ୍କୁ ଅଣଦେଖା କରି ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ କନ୍ଧମାଳରୁ ଟିକେଟ୍ ଦେଇଛି । ଫଳରେ ଟିକେଟ୍ ଆଶା ମଉଳିବା ପରେ ଲେଖାଶ୍ରୀ କିଛି ଦିନ ହେଲା ରାଜ୍ୟ ବିଜେପି କାର୍ଯ୍ୟାଳୟ ଯିବା ମଧ୍ୟ ଛାଡ଼ିଦେଇଥିଲେ । ତେବେ ରବିବାର ସେ ବିଜେପିରୁ ବିଧିବଦ୍ଧ ଭାବେ ବିଦାୟ ନ
ଭୁବନେଶ୍ବର: ବିଜେପିରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଇସ୍ତଫା । ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଲେଖାଶ୍ରୀ ସୋସିଆଲ୍ ମିଡିଆ ସାଇଟ୍ ଫେସବୁକରେ ନିଜ ଇସ୍ତଫାପତ୍ର ଫୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି ।

ଲେଖାଶ୍ରୀ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ଗତ ୧୦ ବର୍ଷ ଧରି ସେ ବିଜେପିରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କର୍ଯ୍ୟ କରିଆସୁଥିଲେ । ଦଳ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ମାତ୍ର ଦଳ ତାଙ୍କୁ ଅଣଦେଖା କରିବାରେ ଲାଗିଛି । ଶୀର୍ଷ ନେତୃତ୍ବଙ୍କ ସେ ବିଶ୍ବାସ ଭାଜନ ହୋଇପାରିହାନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଭାରତୀୟ ଜତନା ପାର୍ଟିରେ ତାଙ୍କୁ କିଛି କରିବାର ସୁଯୋଗ ମିଳୁନଥିବାରୁ ସେ ବାଧ୍ୟ ହୋଇ ବିଜେପିକୁ ବାଏ ବାଏ କରିଛନ୍ତି ।
ସୂଚନା ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ବିଜେପି ଟିକେଟ୍ ପାଇଁ ଆଶାବାଦୀ ଥିଲେ । ମାତ୍ର ଦଳ ତାଙ୍କୁ ଅଣଦେଖା କରି ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ କନ୍ଧମାଳରୁ ଟିକେଟ୍ ଦେଇଛି । ଫଳରେ ଟିକେଟ୍ ଆଶା ମଉଳିବା ପରେ ଲେଖାଶ୍ରୀ କିଛି ଦିନ ହେଲା ରାଜ୍ୟ ବିଜେପି କାର୍ଯ୍ୟାଳୟ ଯିବା ମଧ୍ୟ ଛାଡ଼ିଦେଇଥିଲେ । ତେବେ ରବିବାର ସେ ବିଜେପିରୁ ବିଧିବଦ୍ଧ ଭାବେ ବିଦାୟ ନେଇଛନ୍ତି । ନିଜ ଇସ୍ତଫା ପତ୍ର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ୍ କରିବା ସହିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି ।