ବିଜେପି ଟିକେଟ ପ୍ରଦାନକୁ ନେଇ ଜି-ଉଦୟଗିରିରେ ତେଜୁଛି ଅସନ୍ତୋଷ
ନନ୍ଦିଘୋଷ ବ୍ୟୁରୋ: ବିଜେପି ଟିକେଟ ପ୍ରଦାନକୁ ନେଇ ଜି-ଉଦୟଗିରିରେ ତେଜୁଛି ଅସନ୍ତୋଷ । ବିଜେପି ଦଳରୁ ଇସ୍ତପା ଦେଇଛନ୍ତି କୃଷକ... The post ବିଜେପି ଟିକେଟ ପ୍ରଦାନକୁ ନେଇ ଜି-ଉଦୟଗିରିରେ ତେଜୁଛି ଅସନ୍ତୋଷ appeared first on .
ନନ୍ଦିଘୋଷ ବ୍ୟୁରୋ: ବିଜେପି ଟିକେଟ ପ୍ରଦାନକୁ ନେଇ ଜି-ଉଦୟଗିରିରେ ତେଜୁଛି ଅସନ୍ତୋଷ । ବିଜେପି ଦଳରୁ ଇସ୍ତପା ଦେଇଛନ୍ତି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅବନେଶ୍ଵର ପ୍ରଧାନ। ଜି.ଉଦୟଗିରି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କ ଟିକେଟ ପ୍ରତ୍ୟାହାର କରିବା ପାଇଁ ଗତ ୩ ତାରିଖରେ ବିଜେପି କର୍ମ କର୍ତ୍ତା ଦାବି କରିଥିଲେ । ହେଲେ ଭାରତୀୟ ଜନତା ପାର୍ଟି ମାନଗୋବିନ୍ଦ ପ୍ରଧାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଆଜି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅବନେଶ୍ଵର ପ୍ରଧାନ ଭାରତୀୟ ଜନତା ପାର୍ଟିରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତପା ଦେଇଛନ୍ତି। ଯଦି ମାନ ଗୋବିନ୍ଦ ପ୍ରଧାନଙ୍କ ଟିକେଟ ଭାରତୀୟ ଜନତା ପାର୍ଟି ପ୍ରତ୍ୟାହାର ନ କରେ ତେବେ ଆଗାମୀ ଦିନରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମ କର୍ତ୍ତା ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
The post ବିଜେପି ଟିକେଟ ପ୍ରଦାନକୁ ନେଇ ଜି-ଉଦୟଗିରିରେ ତେଜୁଛି ଅସନ୍ତୋଷ appeared first on .