ବିଜେପି ନେତା ସୁଶୀଲ ମୋଦୀଙ୍କୁ କ୍ୟାନସର, ଏଥର ଲଢିବେନି ନିର୍ବାଚନ

ନୂଆଦିଲ୍ଲୀ ୦୩/୦୪: ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍‌ସର । ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । पिछले 6 माह से कैंसर से संघर्ष कर रहा हूँ । अब लगा कि लोगों को बताने का समय आ गया है । लोक सभा चुनाव में कुछ कर नहीं पाऊँगा ।PM को सब कुछ बता दिया है ।देश, बिहार और पार्टी का सदा आभार और सदैव समर्पित |— Sushil Kumar Modi (मोदी का परिवार ) (@SushilModi) April 3, 2024ଏନେଇ ସେ ନିଜେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି । 'X' ରେ ପୋଷ୍ଟ କରି ସୁଶୀଲ କହିଛନ୍ତି ଯେ, 'ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ, ଏବେ ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି । ସେଥିପାଇଁ ଏଥର ମୁଁ ଲୋକସଭା ନିର୍ବାଚନ ମୁଁ ଲଢ଼ିପାରିବି ନାହିଁ । କି ନିର୍ବାଚନରେ କୌଣସି ପ୍ରକାରର ସହଯୋଗ ବି କରିପାରିବି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଜଣେଇଦେଇଛି । ତେବେ ଦେଶ, ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି । ସୂଚନା ଥାଉକି, ବିହାରର ଉପମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ସୁଶୀଲ କୁମାର ମୋଦୀ ମଧ୍ୟ ରାଜ୍ୟସଭା ସାଂସଦ ଥିଲେ । ତେବେ ଚଳିତ ବର୍ଷ ତାଙ୍କୁ ରାଜ୍ୟସଭାକୁ ପଠାଯାଇ ନାହିଁ । ଏହା ବ୍ୟତୀତ ସେ ଦଳରେ ଅନେକ ପଦବୀରେ ଅବସ୍ଥାପିତ

ବିଜେପି ନେତା ସୁଶୀଲ ମୋଦୀଙ୍କୁ କ୍ୟାନସର, ଏଥର ଲଢିବେନି ନିର୍ବାଚନ

ନୂଆଦିଲ୍ଲୀ ୦୩/୦୪: ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ କ୍ୟାନ୍‌ସର । ଦୀର୍ଘ ୬ ମାସ ହେଲା ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । 

ଏନେଇ ସେ ନିଜେ ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି । 'X' ରେ ପୋଷ୍ଟ କରି ସୁଶୀଲ କହିଛନ୍ତି ଯେ, 'ଗତ ୬ ମାସ ହେବ କ୍ୟାନସର ସହ ସଂଘର୍ଷ କରୁଛି। କିନ୍ତୁ ଏବେ ଲାଗୁଛି ଯେ, ଏବେ ଲୋକଙ୍କୁ ଜଣାଇବାର ସମୟ ଆସିଯାଇଛି । ସେଥିପାଇଁ ଏଥର ମୁଁ ଲୋକସଭା ନିର୍ବାଚନ ମୁଁ ଲଢ଼ିପାରିବି ନାହିଁ । କି ନିର୍ବାଚନରେ କୌଣସି ପ୍ରକାରର ସହଯୋଗ ବି କରିପାରିବି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଜଣେଇଦେଇଛି । ତେବେ ଦେଶ, ବିହାର ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି । 

ସୂଚନା ଥାଉକି, ବିହାରର ଉପମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ସୁଶୀଲ କୁମାର ମୋଦୀ ମଧ୍ୟ ରାଜ୍ୟସଭା ସାଂସଦ ଥିଲେ । ତେବେ ଚଳିତ ବର୍ଷ ତାଙ୍କୁ ରାଜ୍ୟସଭାକୁ ପଠାଯାଇ ନାହିଁ । ଏହା ବ୍ୟତୀତ ସେ ଦଳରେ ଅନେକ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ତାଙ୍କର ୩୩ ବର୍ଷର ସାଧାରଣ ଜୀବନରେ ସେ ରାଜ୍ୟସଭା, ଲୋକସଭା, ବିଧାନ ପରିଷଦ ଏବଂ ବିଧାନସଭା ସମେତ ଚାରିଟି ଗୃହର ସଦସ୍ୟ ରହିଆସିଛନ୍ତି ।

ସେ ବିଧାନ ପରିଷଦରେ ପାଞ୍ଚ ବର୍ଷ ବିରୋଧୀ ଦଳର ନେତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସୁଶୀଲ କୁମାର ମୋଦୀ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମଧ୍ୟ ରହିଥିଲେ । ଅର୍ଥମନ୍ତ୍ରୀ ଥିବାବେଳେ ତାଙ୍କୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ପ୍ରାଧିକୃତ କମିଟିର ସଭାପତି କରାଯାଇଥିଲା ।