ବିଜେପି ପକ୍ଷରୁ ମହିଳା ସ୍ଵୟଂ ସହାୟିକା ମାନଙ୍କ ସଦସ୍ୟତା ଗ୍ରହଣ

ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଅକ୍ଟୋବର ୧ ଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବିଶେଷ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସଦସ୍ୟତା କରିବା ଲକ୍ଷ୍ୟ ରହିଛି । ଏହାକୁ ନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀର ମହିଳା ସ୍ଵୟଂ ସହାୟିକା ମାନଙ୍କୁ ନେଇ ଏକ ସ୍ଵତନ୍ତ ସଦସ୍ୟତା ଅଭିଯାନ ସ୍ଥାନୀୟ ଗାୟତ୍ରୀ ମନ୍ଦିର କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଜିଲା […] The post ବିଜେପି ପକ୍ଷରୁ ମହିଳା ସ୍ଵୟଂ ସହାୟିକା ମାନଙ୍କ ସଦସ୍ୟତା ଗ୍ରହଣ appeared first on Odisha.News.

ବିଜେପି ପକ୍ଷରୁ ମହିଳା ସ୍ଵୟଂ ସହାୟିକା ମାନଙ୍କ ସଦସ୍ୟତା ଗ୍ରହଣ

ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତୀୟ ଜନତା ପାର୍ଟି ଓଡିଶା ପକ୍ଷରୁ ଅକ୍ଟୋବର ୧ ଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବିଶେଷ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସଦସ୍ୟତା କରିବା ଲକ୍ଷ୍ୟ ରହିଛି । ଏହାକୁ ନେଇ ବାଲିଗୁଡା ନିର୍ବାଚନ ମଣ୍ଡଳୀର ମହିଳା ସ୍ଵୟଂ ସହାୟିକା ମାନଙ୍କୁ ନେଇ ଏକ ସ୍ଵତନ୍ତ ସଦସ୍ୟତା ଅଭିଯାନ ସ୍ଥାନୀୟ ଗାୟତ୍ରୀ ମନ୍ଦିର କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଅନୁସୂଚିତ ଜନଜାତି ସାଧାରଣ ସମ୍ପାଦିକା କୁସୁମି ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି ବିଶେଷ ସଦସ୍ୟତା ଦିବସ ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ନଗର ମହିଳା ମୋର୍ଚା ସଭାନେତ୍ରୀ ସେହ୍ନଲତା ବେହେରା ସଭାର ସଭାପତିତ୍ଵ କରିଥିଲେ । ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଏହି ସଦସ୍ୟତା ଅଭିଯାନ ରେ ବାଲିଗୁଡା ନଗର ର ଶତାଧିକ ମହିଳା ସ୍ଵୟଂ ସହାୟିକା ମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ନାରୀ ନେତ୍ରୀ ଚନ୍ଦନା ସାହୁ , ସରସ୍ବତୀ ନାୟକ, ତେଜସ୍ୱିନୀ ପାତ୍ର, ରଞ୍ଜିତା ବେହେରା, ଜିଲ୍ଲା କାର୍ଯ୍ୟକାରିଣୀର ବରିଷ୍ଠ ସଦସ୍ୟ ଦିଗାମ୍ବର ପାଣିଗ୍ରାହୀ ,ସୁରେନ୍ଦ୍ର ପାତ୍ର ,ରଞ୍ଜିତ ଚୌଧୁରୀ ,ଅଭୟ ପାତ୍ର ,ଅମିୟ ବେହେରା , ଗଦାଧର ନାୟକ, ସୂର୍ଯ୍ୟକାନ୍ତ ନାୟକ, ପୁରୁଷୋତ୍ତମ ଡାକୁଆ ପ୍ରମୁଖ ଉପସ୍ଥିତ ରହି ସଦସ୍ୟତା ହୋଇଥିଲେ । ସଦସ୍ୟତା ଗ୍ରହଣ କରିଥିବା ରୁ ସମସ୍ତ ମହିଳାଙ୍କୁ ସାଧାରଣ ସମ୍ପାଦିକା କୁସୁମି ପ୍ରଧାନ ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେବର୍ଷ ପୂର୍ତି ଅବସରରେ ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟ ପରିଣତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମସ୍ତଙ୍କ ସହଭାଗିତା ରହିବା ଆବଶ୍ୟକ ବୋଲି କହିଥିଲେ । ଭାରତୀୟ ଜନତା ପାର୍ଟିର ନୂତନ ସଦସ୍ୟତା ଗ୍ରହଣ କରିଥିବା ମହିଳା ମାନଙ୍କୁ ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଧନ୍ୟବାଦ ପ୍ରଦାନ କରିବା ସହ ସ୍ଵାଗତ ଜଣାଇଛନ୍ତି l

The post ବିଜେପି ପକ୍ଷରୁ ମହିଳା ସ୍ଵୟଂ ସହାୟିକା ମାନଙ୍କ ସଦସ୍ୟତା ଗ୍ରହଣ appeared first on Odisha.News.