ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର କଡା ସମାଲୋଚନା

ଭୁବନେଶ୍ବର : ପୁଣି ସରକାର ଓ ପୁଲିସର ଶିରପୀଡ଼ା ବଢ଼ାଇଛନ୍ତି ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଥାନା ଅଧିକାରୀଙ୍କୁ ଫୋନ୍‌ରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ପରେ ଥାନା ପୋଡ଼ିଦେବା ଓ ବନ୍ଧୁକ ଧରି ସମସ୍ତଙ୍କୁ ମାରିବାକୁ ଧମକ ଦେଇଛନ୍ତି। ହନୁମାନ ଜୟନ୍ତୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ପୁଲିସ ଡିଜି ସମୀକ୍ଷା କରି ଫେରିବାର ଦିନକ ପରେ ଜୟନାରାୟଣଙ୍କ ଧମକ ପୁଣି ସମ୍ବଲପୁରରେ ଅଶାନ୍ତ ପରିବେଶ ସୃଷ୍ଟି କରିଛି। ସେପଟେ ବିଜେପି ବିଧାୟକ ଜୟନାରାୟଣ […]

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର କଡା ସମାଲୋଚନା
BJD strongly criticizes BJP MLA jayanarayan mishra

ଭୁବନେଶ୍ବର : ପୁଣି ସରକାର ଓ ପୁଲିସର ଶିରପୀଡ଼ା ବଢ଼ାଇଛନ୍ତି ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଥାନା ଅଧିକାରୀଙ୍କୁ ଫୋନ୍‌ରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ପରେ ଥାନା ପୋଡ଼ିଦେବା ଓ ବନ୍ଧୁକ ଧରି ସମସ୍ତଙ୍କୁ ମାରିବାକୁ ଧମକ ଦେଇଛନ୍ତି। ହନୁମାନ ଜୟନ୍ତୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ ନିମନ୍ତେ ପୁଲିସ ଡିଜି ସମୀକ୍ଷା କରି ଫେରିବାର ଦିନକ ପରେ ଜୟନାରାୟଣଙ୍କ ଧମକ ପୁଣି ସମ୍ବଲପୁରରେ ଅଶାନ୍ତ ପରିବେଶ ସୃଷ୍ଟି କରିଛି।

ସେପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏପରି ଆଚରଣକୁ କଡ଼ା ସମାଲୋଚନା କରିଛି ବିଜେଡି। ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ଯିଏ ବିଶୃଙ୍ଖଳିତ ଆଚରଣ କରିବ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ଅଛି। କିଛି କାର୍ଯ୍ୟାନୁଷ୍ଠାନ ଲୋକ ଦେଖାଣିଆ ହୁଏ ତେ କେତେକ ଯଥାର୍ଥରେ ହୁଏ। ଜୟ ନାରାୟଣ ଯେଉଁ ଆଚରଣ କରିଛନ୍ତି, ତାକୁ ନେଇ ସରକାର କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି। ଜଣେ ଜନପ୍ରତିନିଧି ହୋଇ ଏହି ବିଶୃଙ୍ଖଳିତ ଆଚରଣ ଯଥାର୍ଥ ନୁହେଁ ବୋଲି କହିଛନ୍ତି ଶାରଦା।

ଅନ୍ୟପଟେ ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡିଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ସବୁବେଳେ ଖଣ୍ଡନ କରି ଚାଲିଛନ୍ତି ସରକାର। ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ଅଛି ବୋଲି କହୁଛନ୍ତି ସରକାର। ମାତ୍ର ଜୟନାରାୟଣଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜଣାପଡିଯାଇଛି। ଜୟନାରାୟଣଙ୍କ କାର୍ଯ୍ୟକ୍ରମ ସୂଚନା ଦେଉଛି ଯେ ଏହା ହେଉଛି କ୍ଷମତାର ଅହଂ। ମୋର ବିଶ୍ୱାସ ସରକାର ଏହାକୁ ଗମ୍ଭୀରତା ସହ ନେଇ ସନ୍ଦେଶ ଦେବେ ଯେ ଆଇନର ଉପରେ କେହି ନାହାନ୍ତି। ବିଜେପି କାର୍ଯ୍ୟାନୁଷ୍ଠାନ ନେବ କି ନାହିଁ, ତାହା ଭିନ୍ନ କଥା, କାରଣ ସେ ଦଳ ବିରୋଧୀ କାମ କରି ନାହାନ୍ତି।  ହେଲେ ସେ ସରକାରକୁ ଆଡୁଆରେ ପକାଇ ଆଇନକୁ ଉପହାସ କରିଛନ୍ତି। ସରକାର ଓ ପ୍ରଶାସନ ଏହା ଉପରେ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛନ୍ତି ଗଣେଶ୍ବର ବେହେରା।