ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ: ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳର ଉପଦେଷ୍ଟା କମିଟିର ବୈଠକ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ଦଳର ବରିଷ୍ଠ ନେତା ତଥା ଉପଦେଷ୍ଟା କମିଟିର ସଦସ୍ୟମାନେ କହିଥିଲେ ଯେ, ବିଜୁ ଜନତା ଦଳ ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲେ ହେଁ, ବିଭିନ୍ନ ଦଳ ପାଇଥିବା ଭୋଟ ସଂଖ୍ୟା ହିସାବରେ, ଏବେବି ରାଜ୍ୟର ଏକ ନମ୍ୱର ଦଳ ହୋଇ ରହିଛି। ତାଛଡା ବିଜୁ ଜନତା […]

ବିଜେପି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବୁ: ବିଜେଡି
we will convey the failure of the BJP government to the people said bjd leader

ଭୁବନେଶ୍ୱର: ବିଜୁ ଜନତା ଦଳର ଉପଦେଷ୍ଟା କମିଟିର ବୈଠକ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଯୋଗଦେଇ ଦଳର ବରିଷ୍ଠ ନେତା ତଥା ଉପଦେଷ୍ଟା କମିଟିର ସଦସ୍ୟମାନେ କହିଥିଲେ ଯେ, ବିଜୁ ଜନତା ଦଳ ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲେ ହେଁ, ବିଭିନ୍ନ ଦଳ ପାଇଥିବା ଭୋଟ ସଂଖ୍ୟା ହିସାବରେ, ଏବେବି ରାଜ୍ୟର ଏକ ନମ୍ୱର ଦଳ ହୋଇ ରହିଛି। ତାଛଡା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଏବେବି ଓଡିଶାବାସୀଙ୍କ ସବୁଠାରୁ ଅଧିକ ପସନ୍ଦ ନେତାର ମାନ୍ୟତା ବଜାୟ ରଖିଛନ୍ତି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟରେ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମକୁ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳୁଛି। ବର୍ତ୍ତମାନର ବିଜେପି ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ବିଫଳତା ଜନ ସାଧାରଣଙ୍କ ପାଖରେ ପହଁଚିଛି।

ବିଜେପି ଦ୍ୱାରା ନିର୍ବାଚନ ସମୟରେ ଦିଆଯାଇଥିବା ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଜନସାଧାରଣ ଜାଣିଲେଣି। ବିଜେପିର ମିଛ ପ୍ରତିଶ୍ରୁତିକୁ ଲୋକଙ୍କ ନିକଟରେ ସଚେତନ କରିବା ସଙ୍ଗେ ସଙ୍ଗେ ନବୀନଙ୍କ ଲୋକପ୍ରିୟତାକୁ ପାଥେୟ କରି ବିଜୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବ ବୋଲି ବୈଠକରେ ସ୍ଥିର ହୋଇଥିଲା।

ଏହି ବୈଠକରେ ଉପସ୍ଥିତ ଥିବା ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଦଳ ତରଫରୁ ବିଭିନ୍ନ ପ୍ରସଙ୍ଗ ଉପରେ ନିଆଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ। ସେହିପରି କାର୍ଯ୍ୟକ୍ରମ ରୂପାନ୍ତରୀଣ କମିଟିର ଆବାହକ ସଞ୍ଜୟ ଦାସବର୍ମା ଓ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ ସେମାନଙ୍କର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ୍‌ ମହାନ୍ତି ଦଳର ମିଡ଼ିଆ ଟିମ୍‌ ଦ୍ୱାରା ବିଭିନ୍ନ ପ୍ରସଙ୍ଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଏହି ବୈଠକରେ, ଉପଦେଷ୍ଟା କମିଟିର ସଦସ୍ୟମାନେ ଯଥା, ଉଷା ଦେବୀ,  ପ୍ରଫୁଲ୍ଲ ସାମଲ, ଚନ୍ଦ୍ର ଶେଖର ସାହୁ,  ରଣେନ୍ଦ୍ର ପ୍ରତାପ ସ୍ୱାଇଁ,  ପ୍ରଫୁଲ୍ଲ ମଲ୍ଲିକ,  ଅଶୋକ ଚନ୍ଦ୍ର ପଣ୍ଡା,  ପଦ୍ମନାଭ ବେହେରା, ବଦ୍ରି ନାରାୟଣ ପାତ୍ର,  ଭୂପିନ୍ଦର ସିଂ,  ମଙ୍ଗଳା କିସାନ,  ରବି ନାରାୟଣ ନନ୍ଦ, ଆୟୁବ ଖାନ,  ଶଶୀ ଭୂଷଣ ବେହେରା,  ସରୋଜିନୀ ହେମ୍ୱ୍ରମ,  ରଜନୀ କାନ୍ତ ସିଂ, ଗଣେଶ୍ୱର ବେହେରା ଇତ୍ୟାଦି ଯୋଗଦେଇ ନିଜର ମତ ରଖିଥିଲେ।