ବିଜେପିକୁ ଫେରିଲେ କର୍ଣ୍ଣାଟକ ପୂର୍ବ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର
ନୂଆଦିଲ୍ଲୀ: କଂଗ୍ରେସକୁ ଶକ୍ତ ଝଟ୍କା ଦେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ବିଜେପିକୁ ଫେରିଛନ୍ତି। ୨୦୨୩ ଏପ୍ରିଲ୍ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସେଟ୍ଟାର ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେଟ୍ଟାର ପୁଣିଥରେ ଘର ବାହୁଡ଼ା ହୋଇଛନ୍ତି। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ସେଟ୍ଟାର ଆଜି ଦଳରେ ଯୋଗ ଦେଇଛନ୍ତି। ଏହି ସମୟରେ, କର୍ଣ୍ଣାଟକରେ ତାଙ୍କର ରାଜନୈତିକ ବିରୋଧୀ କୁହାଯାଉଥିବା ତଥା […]

ନୂଆଦିଲ୍ଲୀ: କଂଗ୍ରେସକୁ ଶକ୍ତ ଝଟ୍କା ଦେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ବିଜେପିକୁ ଫେରିଛନ୍ତି। ୨୦୨୩ ଏପ୍ରିଲ୍ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସେଟ୍ଟାର ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେଟ୍ଟାର ପୁଣିଥରେ ଘର ବାହୁଡ଼ା ହୋଇଛନ୍ତି। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ସେଟ୍ଟାର ଆଜି ଦଳରେ ଯୋଗ ଦେଇଛନ୍ତି। ଏହି ସମୟରେ, କର୍ଣ୍ଣାଟକରେ ତାଙ୍କର ରାଜନୈତିକ ବିରୋଧୀ କୁହାଯାଉଥିବା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା, ରାଜ୍ୟ ବିଜେପି ଅଧ୍ୟକ୍ଷ ତଥା ୟେଦ୍ୟୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର, ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ। ସେଟ୍ଟାର, ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଅଟନ୍ତି। ଏହି ଦୃଷ୍ଟିରୁ କର୍ଣ୍ଣାଟକର ଜାତି ରାଜନୀତିରେ ତାଙ୍କର ନିର୍ଣ୍ଣାୟକ ଭୂମିକା ରହିଛି। ଦଳକୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେଟ୍ଟାର କହିଛନ୍ତି ଯେ ପୂର୍ବରୁ ଦଳ ତାଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଥିଲା। ତେବେ କେତେକ କାରଣ ପାଇଁ ସେ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ।