ବିଜେପିକୁ ବିଧାୟକ ଦରକାର ନାହିଁ ବୋଲି କହି ଶୀର୍ଷ ନେତୃତ୍ବକୁ ତେରେଛା ବାଣ ମାରିଛନ୍ତି ଜୟ ନାରାୟଣ
ଭୁବନେଶ୍ବର :ନିଜ ଦଳ ବିରୋଧରେ ପୁଣି ଅସନ୍ତୋଷ ଜାହିର କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାରଣ ମିଶ୍ର ।... The post ବିଜେପିକୁ ବିଧାୟକ ଦରକାର ନାହିଁ ବୋଲି କହି ଶୀର୍ଷ ନେତୃତ୍ବକୁ ତେରେଛା ବାଣ ମାରିଛନ୍ତି ଜୟ ନାରାୟଣ appeared first on .
ଭୁବନେଶ୍ବର :ନିଜ ଦଳ ବିରୋଧରେ ପୁଣି ଅସନ୍ତୋଷ ଜାହିର କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାରଣ ମିଶ୍ର । କିଛିଦିନର ନିରବତା ପରେ ଦଳୀୟ ପରିଚାଳନା ନେଇ ଉଠାଇଛନ୍ତି ପ୍ରଶ୍ନ । ବିଜେପି ଦଳରେ ବରିଷ୍ଠତାର କିଛି ମୂଲ୍ୟ ନାହିଁ ବୋଲି ସିଧାସଳଖ ଗଣମାଧ୍ୟମ ଜରିଆରେ ବାଣ ମାରିଛନ୍ତି ଜୟ ନାରାୟଣ। ରୋକଠୋକ୍ କହିଛନ୍ତି, ଦଳରେ ଯାହା ନିଷ୍ପତ୍ତି ହେଉଛି ତାହା ଭିତରେ ସେ ନାହାନ୍ତି। ଏହାସହ ବିଜେପିରେ ବିଧାୟକ ଆବଶ୍ୟକ ନାହିଁ ବୋଲି କହି ନିଜ ଦଳକୁ ଟାର୍ଗେଟ କରିଛନ୍ତି। ଦଳର ନେତୃତ୍ବ ତାଙ୍କୁ କିପରି ଅଣଦେଖା କରୁଛନ୍ତି ସେନେଇପୂର୍ବରୁ କହିଥିଲେ ଜୟ ନାରାୟଣ। ଏଠି ପ୍ରଶ୍ନ ଉଠୁଛି ବିଜେପିରେ ବରିଷ୍ଠ ନେତାଙ୍କର କାହିଁକି ମୂଲ୍ୟ ନାହିଁ। ଦଳରେ କାହାକୁ ଇଙ୍ଗିତ କରି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ଜୟ ନାରାୟଣ। ଅନ୍ୟପଟେ କେନ୍ଦ୍ରୀୟ ନେତୃତ୍ବ ଯେବେ ଚାହିଁବେ ସେବେ ସଭାପତି ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ସେପଟେ ବିଜେପିରେ ସାଂଗଠନିକ ନିର୍ବାଚନକୁ ନେଇ କୁହୁଳିବାରେ ଲାଗିଛି ଅସନ୍ତୋଷର ନିଆଁ। ଡେଡଲାଇନ ସରିବା ପରେ ବି ଛିଡୁନି ୧୪ ଜିଲ୍ଲାର ସଭାପତି ଚୟନ ଅଙ୍କ। ଏହାସହ ରାଜ୍ୟ ସଭାପତି ମଧ୍ୟ ଚୟନ ହୋଇପାରୁନାହିଁ। ଦଳୀୟ ବିଧାୟକ ଅମର ନାୟକ କହିଛନ୍ତି ଯେ, ବିଜେପିରେ କାହାକୁ ଅଣଦେଖା କରାଯାଇନି । ପର୍ଯ୍ୟାୟ କ୍ରମେ ବାକିଥିବା ଜିଲ୍ଲା ସଭାପତି ନାଁ ଘୋଷଣା ହେବା ସହ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା କରାଯିବ। ଜାତୀୟ ଦଳ ଭାବେ ବିଜେପି ବେଶ ଶୃଙ୍ଖଳିତ ଦଳ ବୋଲି ଡିଣ୍ଡିମ ପିଟୁଛନ୍ତି ଦଳୀୟ ନେତା। ହେଲେ ଦଳୀୟ ବ୍ୟାପାରକୁ ବରିଷ୍ଠ ବିଧାୟକ ନେଇ ବାରମ୍ବାର ଅସନ୍ତୋଷ ପ୍ରକାଶ କରିବା ଏବେ ଶୀର୍ଷ ନେତୃତ୍ବଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।
The post ବିଜେପିକୁ ବିଧାୟକ ଦରକାର ନାହିଁ ବୋଲି କହି ଶୀର୍ଷ ନେତୃତ୍ବକୁ ତେରେଛା ବାଣ ମାରିଛନ୍ତି ଜୟ ନାରାୟଣ appeared first on .