ବିଜେପିକୁ ମିଳିଛି ସବୁଠୁ ଅଧିକ ଚାନ୍ଦା, ଜାଣନ୍ତୁ ଅନ୍ୟ ଜାତୀୟ ଦଳଗୁଡ଼ିକୁ କେତେ ଟଙ୍କା ମିଳିଛି
ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ବିଜେପିକୁ ୨୨୪୩ କୋଟି ଟଙ୍କାରୁ ଅଧିକ ଦାନ ମିଳିଛି । ଯାହା ଦେଶର ଜାତୀୟ ଦଳଗୁଡ଼ିକ ମଧ୍ୟରେ ସର୍ବାଧିକ । 'ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍' (ADR) ରିପୋର୍ଟରେ ଏହା ସାମନାକୁ ଆସିଛି । ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟ ଉପରେ ଏହି ରିପୋର୍ଟ ଆଧାରିତ । ଏଥିରେ ୨୦ ହଜାର ଟଙ୍କାରୁ ଅଧିକ ରାଜନୈତିକ ଚାନ୍ଦା ବିଷୟରେ ସୂଚନା ଦିଆଯାଇଛି ।ଜାତୀୟ ଦଳଗୁଡ଼ିକ ମିଳିଥିବା ଘୋଷିତ ଚାନ୍ଦାର ପରିମାଣ ହେଉଛି ୨,୫୪୪.୨୮ କୋଟି ଟଙ୍କା । ୧୨,୫୪୭ ଜଣ ଦାତାଙ୍କଠାରୁ ଏହାକୁ ଗ୍ରହଣ କରାଯାଇଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ ୧୯୯ ପ୍ରତିଶତ ଅଧିକ । ମୋଟ ଘୋଷିତ ଚାନ୍ଦାର ୮୮ ପ୍ରତିଶତ କେବଳ ବିଜେପିକୁ ମିଳିଛି । କଂଗ୍ରେସ ୨୮୧.୪୮ କୋଟି ଟଙ୍କା ଚାନ୍ଦା ସହ ଦ୍ୱିତୀୟ ସ୍ଥାନରେ ରହିଛି ।ଆମ ଆଦମୀ ପାର୍ଟି, ସିପିଆଇଏମ୍ ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି (NPEP) କମ ରାଶି ସୂଚନା ଦେଇଛନ୍ତି । ଅନ୍ୟପଟେ ବିଏସପି ପୁଣି ଥରେ ୨୦,୦୦୦ ଟଙ୍କାରୁ ଅଧିକ ଦାନର ଶୂନ ଘୋଷଣା କରିଛି । ବିଜେପିକୁ ଆର୍ଥିକ ବର୍ଷ ୨୦୨୨-୨୩ରେ ୭୧୯.୮୫୮ କୋଟି ଟଙ୍କା ଚାନ୍ଦା ମିଳିଥିଲା ।୨୦୨୩-୨୪ରେ ଯାହା ବୃଦ୍ଧି ପାଇ ଏହା ୨,୨୪୩.୯୪ କୋଟି ଟଙ୍କାରେ ପହଞ୍ଚିଛି । ଯାହା ୨୧୧.୭୨ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି । ସେହିପରି କଂଗ୍ରେସକୁ ମିଳିଥିବା ଦାନ ଆର୍ଥିକ ବର୍ଷ ୨୦୨୨-୨୩ ରେ ୭୯.୯୨୪ କୋଟି ଟଙ୍କ
ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ବିଜେପିକୁ ୨୨୪୩ କୋଟି ଟଙ୍କାରୁ ଅଧିକ ଦାନ ମିଳିଛି । ଯାହା ଦେଶର ଜାତୀୟ ଦଳଗୁଡ଼ିକ ମଧ୍ୟରେ ସର୍ବାଧିକ । 'ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍' (ADR) ରିପୋର୍ଟରେ ଏହା ସାମନାକୁ ଆସିଛି । ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତଥ୍ୟ ଉପରେ ଏହି ରିପୋର୍ଟ ଆଧାରିତ । ଏଥିରେ ୨୦ ହଜାର ଟଙ୍କାରୁ ଅଧିକ ରାଜନୈତିକ ଚାନ୍ଦା ବିଷୟରେ ସୂଚନା ଦିଆଯାଇଛି ।
ଜାତୀୟ ଦଳଗୁଡ଼ିକ ମିଳିଥିବା ଘୋଷିତ ଚାନ୍ଦାର ପରିମାଣ ହେଉଛି ୨,୫୪୪.୨୮ କୋଟି ଟଙ୍କା । ୧୨,୫୪୭ ଜଣ ଦାତାଙ୍କଠାରୁ ଏହାକୁ ଗ୍ରହଣ କରାଯାଇଛି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ ୧୯୯ ପ୍ରତିଶତ ଅଧିକ । ମୋଟ ଘୋଷିତ ଚାନ୍ଦାର ୮୮ ପ୍ରତିଶତ କେବଳ ବିଜେପିକୁ ମିଳିଛି । କଂଗ୍ରେସ ୨୮୧.୪୮ କୋଟି ଟଙ୍କା ଚାନ୍ଦା ସହ ଦ୍ୱିତୀୟ ସ୍ଥାନରେ ରହିଛି ।
ଆମ ଆଦମୀ ପାର୍ଟି, ସିପିଆଇଏମ୍ ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି (NPEP) କମ ରାଶି ସୂଚନା ଦେଇଛନ୍ତି । ଅନ୍ୟପଟେ ବିଏସପି ପୁଣି ଥରେ ୨୦,୦୦୦ ଟଙ୍କାରୁ ଅଧିକ ଦାନର ଶୂନ ଘୋଷଣା କରିଛି । ବିଜେପିକୁ ଆର୍ଥିକ ବର୍ଷ ୨୦୨୨-୨୩ରେ ୭୧୯.୮୫୮ କୋଟି ଟଙ୍କା ଚାନ୍ଦା ମିଳିଥିଲା ।୨୦୨୩-୨୪ରେ ଯାହା ବୃଦ୍ଧି ପାଇ ଏହା ୨,୨୪୩.୯୪ କୋଟି ଟଙ୍କାରେ ପହଞ୍ଚିଛି । ଯାହା ୨୧୧.୭୨ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି । ସେହିପରି କଂଗ୍ରେସକୁ ମିଳିଥିବା ଦାନ ଆର୍ଥିକ ବର୍ଷ ୨୦୨୨-୨୩ ରେ ୭୯.୯୨୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୩-୨୪ ରେ ୨୮୧.୪୮ କୋଟି ଟଙ୍କାରେ ପହଞ୍ଚିଛି । କଂଗ୍ରେସର ଦାନ ୨୫୨.୧୮ ପ୍ରତିଶତ ବୃଦ୍ଧି ପାଇଛି ।