ବିଜେପିର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଙ୍କ କଷା; ସୋମବାର ସଂଧ୍ୟା ସୁଦ୍ଧା ହୋଇପାରେ ନାଁ ଘୋଷଣା

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ? ବିଜେପିରେ ଚାଲିଛି ଅଙ୍କ କଷା । ନିର୍ବାଚନ ରେଜଲ୍ଟ ବାହାରିବାର ୧୦ ଦିନ ପରେ ମଧ୍ୟ ସସ୍‌ପେନ୍ସ ଜାରି ରହିଛି । ତେବେ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରନ୍ତି ବିଜେପି ହାଇକମାଣ୍ଡ । ସେହିପରି ଫେବ୍ରୁଆରୀ ୧୯ ତାରିଖରେ ଶପଥ ସମାରୋହର ସମ୍ଭାବନା ରହିଛି । ଏହି ଶପଥ ଗ୍ରହଣ ସମାରୋହ ରାମଲୀଲା ମୈଦାନରେ ଆୟୋଜନ ହେବ ।ସୂଚନା ଅନୁଯାୟୀ, ସୋମବାର ବିଜେପିର ବିଧାୟକ ଦଳ ବୈଠକ ବସିବ । ଏହାକୁ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମିଟିଂରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିବେ । ଏହା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ନାଁ ସହିତ ଶପଥ ଗ୍ରହଣ ଉତ୍ସବର ତାରିଖ ଏହଂ ସମୟ ଘୋଷଣା ହେବ । ଦିଲ୍ଲୀ ରଜୌରୀ ଗାର୍ଡେନ ବିଧାୟକଙ୍କ ମୁତାବକ, ଫେବ୍ରୁଆରୀ ୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅନେକ ନେତା ରହିଛନ୍ତି । ଏମାନଙ୍କ ମଧ୍ୟକରୁ ସର୍ବାଗ୍ରେ ନୂଆଦିଲ୍ଲୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲଙ୍କୁ ପରାସ୍ତ କରିଥିଲା ପର୍‌ବେଶ ବର୍ମା ରହିଛନ୍ତି । ସେହିପରି ଏହି ତାଲିକାରେ ଦିଲ୍ଲୀ ବିଜେପି ସଭାପତି ବିଜେନ୍ଦର ଗୁପ୍ତା, ରେଖା ଗୁପ୍ତାସ ରମେଶ ବିଧୁରୀସ ମ

ବିଜେପିର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଙ୍କ କଷା; ସୋମବାର ସଂଧ୍ୟା ସୁଦ୍ଧା ହୋଇପାରେ ନାଁ ଘୋଷଣା

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ? ବିଜେପିରେ ଚାଲିଛି ଅଙ୍କ କଷା । ନିର୍ବାଚନ ରେଜଲ୍ଟ ବାହାରିବାର ୧୦ ଦିନ ପରେ ମଧ୍ୟ ସସ୍‌ପେନ୍ସ ଜାରି ରହିଛି । ତେବେ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରନ୍ତି ବିଜେପି ହାଇକମାଣ୍ଡ । ସେହିପରି ଫେବ୍ରୁଆରୀ ୧୯ ତାରିଖରେ ଶପଥ ସମାରୋହର ସମ୍ଭାବନା ରହିଛି । ଏହି ଶପଥ ଗ୍ରହଣ ସମାରୋହ ରାମଲୀଲା ମୈଦାନରେ ଆୟୋଜନ ହେବ ।

ସୂଚନା ଅନୁଯାୟୀ, ସୋମବାର ବିଜେପିର ବିଧାୟକ ଦଳ ବୈଠକ ବସିବ । ଏହାକୁ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମିଟିଂରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିବେ । ଏହା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ନାଁ ସହିତ ଶପଥ ଗ୍ରହଣ ଉତ୍ସବର ତାରିଖ ଏହଂ ସମୟ ଘୋଷଣା ହେବ । ଦିଲ୍ଲୀ ରଜୌରୀ ଗାର୍ଡେନ ବିଧାୟକଙ୍କ ମୁତାବକ, ଫେବ୍ରୁଆରୀ ୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅନେକ ନେତା ରହିଛନ୍ତି । ଏମାନଙ୍କ ମଧ୍ୟକରୁ ସର୍ବାଗ୍ରେ ନୂଆଦିଲ୍ଲୀ ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲଙ୍କୁ ପରାସ୍ତ କରିଥିଲା ପର୍‌ବେଶ ବର୍ମା ରହିଛନ୍ତି । ସେହିପରି ଏହି ତାଲିକାରେ ଦିଲ୍ଲୀ ବିଜେପି ସଭାପତି ବିଜେନ୍ଦର ଗୁପ୍ତା, ରେଖା ଗୁପ୍ତାସ ରମେଶ ବିଧୁରୀସ ମନୋଜ ତିଓ୍ବାରୀ ଏବଂ ସତୀଶ ଉପାଧ୍ୟୟଙ୍କ ନାଁ ଚର୍ଚ୍ଚାରେ ରହିଛନ୍ତି ।

ଫେବ୍ରୁଆରୀ ୮ ତାରିଖରୁ ଦିଲ୍ଲୀ ନିର୍ବାଚନ ପ୍ରକାଶ ପାଇଛି । ୭୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିକୁ ୪୮ ସିଟ୍ ମିଳିଥିବା ବେଳେ ଆମ୍ ଆଦମୀ ପାର୍ଟିକୁ ମାତ୍ର ୨୨ ଆସନ ମିଳିଛି ।  ସେହିପରି ୧୫ ବର୍ଷ ଧରି ରାଜଧାନୀ ଶସାନ କ୍ଷମତାରେ ଥିବା କଂଗ୍ରେସ ନିର୍ବାଚନରେ ଖାତା ଖୋଲି ପାରିନାହିଁ ।