ବିଜେପିର ପୂର୍ବତନ ନେତ୍ରୀ କହିଲେ ଦଳର ଗୁମର କଥା

ଢେଙ୍କାନାଳ: ଢେଙ୍କାନାଳ ବିଜେପିକୁ ଧକ୍କା। ଦଳରୁ ଇସ୍ତଫା ଦେଲେ ମହିଳା ମୋର୍ଚ୍ଚା ସମ୍ପାଦିକା ସସ୍ମିତା ସାମଲ,  ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ... The post ବିଜେପିର ପୂର୍ବତନ ନେତ୍ରୀ କହିଲେ ଦଳର ଗୁମର କଥା appeared first on .

ବିଜେପିର ପୂର୍ବତନ ନେତ୍ରୀ କହିଲେ ଦଳର ଗୁମର କଥା

ଢେଙ୍କାନାଳ: ଢେଙ୍କାନାଳ ବିଜେପିକୁ ଧକ୍କା। ଦଳରୁ ଇସ୍ତଫା ଦେଲେ ମହିଳା ମୋର୍ଚ୍ଚା ସମ୍ପାଦିକା ସସ୍ମିତା ସାମଲ,  ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ନିରୋଜ ନଳିନୀ ମହାଳିକ, ଜିଲ୍ଲା ସମ୍ପାଦିକା ଅନିତା ଦାସ। ବିଜେପି ନେତୃତ୍ବଙ୍କ ଅଣଦେଖା ସହିତ ମହିଳାମାନଙ୍କୁ ଅସମ୍ମାନ ଦଳ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ବିଜେପିର ପରିବାରବାଦ ଚାଲିଥିବାବେଳେ ମହିଳାଙ୍କୁ ସମ୍ମାନ ଦିଆଯାଉନାହିଁ। ଦଳରେ ନାରୀନେତ୍ରୀ ସୁରକ୍ଷିତ ନୁହନ୍ତି। ଗୋଟିଏ ପରିବାର ହାତରେ ଦଳକୁ ୩୦ ବର୍ଷ ଧରି ଟେକିଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ପାଞ୍ଚ ପାଞ୍ଚ ଥର ହାରିଥିବା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଉଛି। ପୂର୍ବରୁ ୨୦ ହଜାର ଭୋଟରେ ବିଜେପି ହାରିଥିବା ବେଳେ ଚଳିତ ବର୍ଷ ୪୦ ହଜାର ଭୋଟରୁ ଅଧିକ ଭୋଟରେ ହାରିବେ ବୋଲି ସେମାନେ କହିଛନ୍ତି।

The post ବିଜେପିର ପୂର୍ବତନ ନେତ୍ରୀ କହିଲେ ଦଳର ଗୁମର କଥା appeared first on .