ବିଜେପିର ପୋଲ ଖୋଲିଲେ ଜୟନାରାୟଣ, କହିଲେ- ମୁଁ ତଡ଼ାଖିଆ ନେତା

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ସ୍ବର୍ଗତ ସମୀର ଦେ’ଙ୍କ ସ୍ମୃତିସଭାରେ ନିଜ ଦଳର ପୋଲ ଖୋଲିଲେ ସମ୍ବଲପୁର ବିଧାୟକ ଜୟନାରାୟଣ... The post ବିଜେପିର ପୋଲ ଖୋଲିଲେ ଜୟନାରାୟଣ, କହିଲେ- ମୁଁ ତଡ଼ାଖିଆ ନେତା appeared first on .

ବିଜେପିର ପୋଲ ଖୋଲିଲେ ଜୟନାରାୟଣ, କହିଲେ- ମୁଁ ତଡ଼ାଖିଆ ନେତା

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ସ୍ବର୍ଗତ ସମୀର ଦେ’ଙ୍କ ସ୍ମୃତିସଭାରେ ନିଜ ଦଳର ପୋଲ ଖୋଲିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ସଭାମଞ୍ଚରୁ କେମିତି ତାଙ୍କୁ ଅଣଦେଖା କରୁଛି ଦଳ ବଖାଣିବା ସହ ମୁଁ ବିଜେପର ତଡ଼ାଖିଆ ନେତା ବୋଲି କହିଛନ୍ତି । ଆଉ ଜୟନାରାୟଣ ଏହା କହୁଥିବା ବେଳେ ମଞ୍ଚ ଉପରେ ଖୋଦ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଏମିତି କହି ଜୟ ନାରାୟଣ ସ୍ପଷ୍ଟ ରିଦେଇଛନ୍ତି ଯେ, ବିଜେପି ଭିତରେ ସବୁ କିଛି ଠିକ୍ ଚାଲିନି ।

ସବୁ ବେଳେ କଟୁ କଥା କହି ଚର୍ଚ୍ଚାରେ ରହୁଥିବା ଜୟ ନାରାୟଣ ଏଥର ନିଜ ଦଳର ପୋଲ ଖୋଲି ଦେଇଛନ୍ତି । ସେ କହିଛନ୍ତି, ମୁଁ ବିଜେପିର ତଡ଼ାଖିଆ ନେତା । ବିଜେପିରୁ ସାଇଡଲାଇନ ହୋଇ ରହିଛି । ମୋତେ ଦଳରେ କୋଣଠେସା କରି ରଖାଯାଇଛି ।

ସେ ଆହୁରି ମଧ୍ୟ କହିଥିଲେ, ସ୍ବର୍ଗତ ସମୀର ଦେଙ୍କୁ ଦଳରେ ଯେମିତି ସମ୍ମାନ ମିଳିବା କଥା ମିଳି ନଥିଲା । ତାଙ୍କ ବିରୋଧରେ ଲୋକ ଲଗାଯାଇଥିଲା । ସମୀର ଦେଙ୍କ ପରି ମୋତେ ବି ଦଳ ସମ୍ମାନ କି ଗୁରୁତ୍ବ ଦେଉନାହିଁ । ମୋ ବିରୋଧରେ ମଧ୍ୟ ଲୋକ ଲଗାଯାଇଛି ।

ସୂଚନାଯୋଗ୍ୟ, ନାରୀଙ୍କୁ ଅସମ୍ମାନ ହେଉ କି ବିବାଦୀୟ ମନ୍ତବ୍ୟ, ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଜୟ ନାରାୟଣ । ଓଡ଼ିଶା ରାଜନୀତିରେ ଏମିତି ବି କୁହାଯାଏ ଜୟ ନାରାୟଣ ଯେଉଁଠି ବିବାଦ ସେଇଠି । ଆଉ ଆଜି ନିଜ ଦଳକୁ ବି କାଠଗଡ଼ାକୁ ଟାଣି ଆଣିଛନ୍ତି । ଆଉ ଖୋଦ ଦଳର ରାଜ୍ୟ ମୁଖିଆ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ।

ଏ ବିଷୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଚାରିବାରୁ ସମ୍ପୂର୍ଣ୍ଣ ଘଟଣାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ । ଜୟ ନାରାୟଣ ସେମିତି କିଛି କହିନାହାନ୍ତି, ଆପଣମାନେ ଭୁଲ ଶୁଣିଛନ୍ତି ବୋଲି ସାମ୍ବାଦିକଙ୍କୁ ଉତ୍ତର ଦେଇଥିଲେ । କିନ୍ତୁ, ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ବାରମ୍ବାର ଏନେଇ ପ୍ରଶ୍ନ କରିବାରୁ ସାମ୍ବାଦିକତାର ନୈତିକତା କଥା ପାଠ ପଢ଼ାଇବାକୁ ଚେଷ୍ଟା କରିଥିଲେ ମନମୋହନ । ସ୍ମୃତି ସଭାକୁ ଆସି ଏ ବିଷୟରେ କାହିଁକି ପ୍ରଶ୍ନ ପଚାରୁଛ ବୋଲି ତାଗିଦ କରିଥିଲେ ।

The post ବିଜେପିର ପୋଲ ଖୋଲିଲେ ଜୟନାରାୟଣ, କହିଲେ- ମୁଁ ତଡ଼ାଖିଆ ନେତା appeared first on .