ବିଜେପିର ପ୍ରତିଶ୍ରୁତି ପାଣିର ଗାର, ୪୫ ହଜାର କୋଟି ଋଣ ପରେ ବି ପୂରଣ ହୋଇପାରୁନି ପ୍ରତିଶ୍ରୁତି : ନବୀନ

ଭୁବନେଶ୍ୱର: ସରକାର ଗଢ଼ିଲେ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟମାନଙ୍କୁ ମାସିକ ୩୦୦୦ ଟଙ୍କା ପେନ୍‌ସନ ମିଳିବ । ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ପେନ୍‌ସନ ଦିଆଯିବ । ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ବିଭିନ୍ନ ସମାବେଶରେ ଏହା ଘୋଷଣା କରିଥିଲେ। ରାଜ୍ୟ ବିଜେପି ପକ୍ଷରୁ ପ୍ରକାଶିତ ‘ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି’ ତଥା ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏହାକୁ ସ୍ଥାନ ଦିଆଯାଇଥିଲା। […]

ବିଜେପିର ପ୍ରତିଶ୍ରୁତି ପାଣିର ଗାର, ୪୫ ହଜାର କୋଟି ଋଣ ପରେ ବି ପୂରଣ ହୋଇପାରୁନି ପ୍ରତିଶ୍ରୁତି : ନବୀନ
BJP's promises can't be fulfilled even after 45 thousand crore loans: Naveen

ଭୁବନେଶ୍ୱର: ସରକାର ଗଢ଼ିଲେ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟମାନଙ୍କୁ ମାସିକ ୩୦୦୦ ଟଙ୍କା ପେନ୍‌ସନ ମିଳିବ । ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ପେନ୍‌ସନ ଦିଆଯିବ । ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ବିଭିନ୍ନ ସମାବେଶରେ ଏହା ଘୋଷଣା କରିଥିଲେ। ରାଜ୍ୟ ବିଜେପି ପକ୍ଷରୁ ପ୍ରକାଶିତ ‘ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି’ ତଥା ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏହାକୁ ସ୍ଥାନ ଦିଆଯାଇଥିଲା। ରାଜ୍ୟରେ ବିଜେପି ସରକାର ଗଢ଼ିଲା । ମାତ୍ର ଘୋଷଣା ଓ ସଂକଳ୍ପପତ୍ରର ଗ୍ୟାରେଣ୍ଟି ପାଳନ କରିବା ବେଳକୁ ଏହି ପ୍ରସଙ୍ଗକୁ ବିଜେପି ଭୂଲିଗଲା । ବଜେଟ୍‌ରେ କେବଳ ୮୦ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତି ଓ ୮୦% ଅକ୍ଷମ ଥିବା ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ପେନସନ ଦେବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ୬୦ରୁ ୭୯ ବୟସ ବର୍ଗର ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଭତ୍ତା ସମ୍ପର୍କରେ ସରକାର ସମ୍ପୂର୍ଣ୍ଣ ନିରବ ରହିଗଲେ। ଯାହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।


ନବୀନ ସାମଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି କହିଛନ୍ତି ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଉଛି ଯେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ। ଫଳରେ ରାଜ୍ୟର ୯୦%ରୁଊଦ୍ଧ୍ୱର୍ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ, ବିଧବା, ନିରାଶ୍ରୟ ବର୍ଦ୍ଧିତ ପେନ୍‌ସନରୁ ବଞ୍ଚିତ ହୋଇଛନ୍ତି।

ନବୀନ ଆହୁରି ମଧ୍ୟ କହିଛନ୍ତି ବିଜେପି ସରକାର ୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରିପାରିଲା ନାହିଁ। ଏଥିରୁ ପୁରା ସ୍ପଷ୍ଟ ହେଉଛି, ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି। ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି। ଯେଉଁଥି ପାଇଁ ବିଜୁ ଜନତା ଦଳ ୧୬ ଅଗଷ୍ଟରୁ ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ। ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ। ବିଜେପି ଓଡ଼ିଶାର ଲୋକଙ୍କୁ ଭୁଆଁ ନ ବୁଲେଇ, ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରିବ। ବିଜେପି ନିଜ ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ବିଜେଡି ସର୍ବଦା ନିଜର ଅଭିଯାନ ଜାରି ରଖିବ ବୋଲି ନବୀନ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଓଡ଼ିଶା ସରକାରଙ୍କ ପରିସଂଖ୍ୟାନ ଅନୁସାରେ ରାଜ୍ୟର ୫୮,୪୭,୨୯୭ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଛି ଓ କିଛିମାସ ତଳେ ପୂର୍ବ ସରକାର ପ୍ରତ୍ୟେକ ବର୍ଗର ହିତାଧିକାରୀଙ୍କୁ ଅଧିକ ୫୦୦ ଟଙ୍କା ବୃଦ୍ଧି କରିଥିଲେ। ୧୨,୬୨,୯୨୨ ଜଣ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ କେନ୍ଦ୍ର ସରକାର ୨୦୦ ଟଙ୍କା ପ୍ରଦାନ କରୁଥିବାବେଳେ ପୂର୍ବ ସରକାର ସେଥିରେ ୮୦୦ ଟଙ୍କା ମିଶାଇ ମୋଟ ୧୦୦୦ ଟଙ୍କା ଭତ୍ତା ପ୍ରଦାନ କରିଥିଲେ। ସେହିପରି ୮୦ବର୍ଷରୁ ଊଦ୍ଧ୍ୱର୍ ୧,୫୫,୭୦୯ ହିତାଧିକାରୀଙ୍କୁ କେନ୍ଦ୍ର ୫୦୦ ଟଙ୍କା ଭତ୍ତା ଦେଉଥିବାବେଳେ ରାଜ୍ୟ ସରକାର ସେଥିରେ ଆଉ ୭୦୦ ଟଙ୍କା ଯୋଗ କରି ୧୨୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଭିନ୍ନକ୍ଷମ ଓ ବିଧବାଙ୍କୁ କେନ୍ଦ୍ର ସରକାର ୩୦୦ ଟଙ୍କା ଭତ୍ତା ଦେଉଥିବାବେଳେ ଏଥିରେ ରାଜ୍ୟ ସରକାର ଯଥାକ୍ରମେ ୭୦୦ ଟଙ୍କା ଓ ୯୦୦ ଟଙ୍କା ମିଶାଇ ୧୦୦୦ ଓ ୧୨୦୦ ଟଙ୍କା ପ୍ରଦାନ କରୁଥିଲେ । କେନ୍ଦ୍ର ସରକାର ମୋଟ ୨୧ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ମଧୁବାବୁ ପେନ୍‌ସନ ଯୋଜନାରେ ପ୍ରାୟ ୩୭ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରୁଥିଲେ ଏବଂ ଏହି ରାଶି ସମ୍ପୂର୍ଣ୍ଣରୂପେ ରାଜ୍ୟ ସରକାର ବହନ କରୁଥିଲେ।

ମାତ୍ର ନୂଆ ବିଜେପି ସରକାରର ବଜେଟ୍‌ ବ୍ୟୟବରାଦ ଓ ଘୋଷଣାକୁ ଦେଖିଲେ ଜାତୀୟ ବାର୍ଦ୍ଧକ୍ୟଭତ୍ତା ପାଉଥିବା ୮୦ ବର୍ଷରୁ ଊଦ୍ଧ୍ୱର୍ ୧,୫୫,୭୦୯, ମଧୁବାବୁ ପେନସନ ପାଉଥିବା ୮୦ବର୍ଷରୁ ଊଦ୍ଧ୍ୱର୍ ୨,୧୦,୬୮୫ ହିତାଧିକାରୀ ୩୫୦୦ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହେବେ । ମାତ୍ର ୩୦୦୦ ଟଙ୍କା ଭତ୍ତା ପାଇବାକୁ ଆଶା କରି ବସିଥିବା ଅବଶିଷ୍ଟ ୯୩% ଅର୍ଥାତ୍‌ ୫୪୮୦୯୦୩ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ ନାହିଁ। ପୂର୍ବ ସରକାର ଧାର୍ଯ୍ୟ କରିଥିବା ୧୦୦୦ ଓ ୧୨୦୦ ଟଙ୍କା ଭତ୍ତା ସେମାନଙ୍କୁ ପୂର୍ବପରି ମିଳିବ ।