ବିଜେପିର ସଦସ୍ୟତା ଅଭିଯାନ, ଓଡ଼ିଶାରେ ୧ କୋଟି ଲୋକଙ୍କୁ ଯୋଡ଼ିବ ଦଳ
ଭୁବନେଶ୍ବର: କୋଟିଏ ଟାର୍ଗେଟରେ ରାଜ୍ୟ ବିଜେପି । ପ୍ରତି ବୁଥରୁ ଯୋଡ଼ି ହେବେ ୨୫୦ରୁ ଅଧିକ ସଦସ୍ୟ । ରାଜ୍ୟରେ ବିଜେପି ଆରମ୍ଭ କରିବ ସଦସ୍ୟତା ଅଭିଯାନ ପ୍ରକ୍ରିୟା । ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ସବୁ ଜିଲ୍ଲା ସଭାପତି ଏବଂ ଜିଲ୍ଲା ସଦସ୍ୟତା କମିଟି ସଦସ୍ୟଙ୍କୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ସ୍ବତନ୍ତ୍ର କର୍ମଶାଳା । ରାଜ୍ୟ କର୍ମଶାଳା ସରିବା ପରେ ଅଗଷ୍ଟ ୨୨, ୨୩ ଏବଂ ୨୪ ତିନି ଦିନ ଜିଲ୍ଲାସ୍ତରରେ କର୍ମଶାଳା ହେବ । ଏହା ପରେ ୨୫, ୨୬ ଏବଂ୨୭ ତାରିଖ ମଣ୍ଡଳସ୍ତରରେ ହେବ କର୍ମଶାଳା ତାପରେ ୩୧ ତାରିଖ ସୁଦ୍ଧା ବୁଥସ୍ତର ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ପାଇଁ କର୍ମଶାଳା ସରିବ । ସେପ୍ଟେମ୍ବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଦସ୍ୟତା ଗ୍ରହଣ କଲା ପରେ ରାଜ୍ୟ, ଜିଲ୍ଲାସ୍ତରରେ ଆରମ୍ଭ ହେବ ସଦସ୍ୟତା ଅଭିଯାନ । ଦେଶରେ ୧୦ କୋଟି ସଦସ୍ୟ ଯୋଡିବା ଟାର୍ଗେଟ ରଖିଥିବା ବିଜେପି ଓଡ଼ିଶାରେ ୧ କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ରଖିଛି । ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଦଳର ସଦସ୍ୟ କରାଯିବ । ଏଥିପାଇଁ ଲୋକଙ୍କ ପାଖକୁ ଯାଇ ସମ୍ପର୍କ କରିବେ କର୍ମକର୍ତ୍ତା ।ତେବେ ସରକାରକୁ ଆସିବା ପରେ ଏହା ହେଉଛି ବିଜେପିର ପ୍ରଥମ ସଦସ୍ୟତା ଅଭିଯାନ । ଆହୁରି ମଧ୍ୟ ରାଜ୍ୟରେ ବିଜେପିର ୪୧ ଲକ୍ଷ ସଦସ୍ୟ ଥିଲେ ଯାହା
ଭୁବନେଶ୍ବର: କୋଟିଏ ଟାର୍ଗେଟରେ ରାଜ୍ୟ ବିଜେପି । ପ୍ରତି ବୁଥରୁ ଯୋଡ଼ି ହେବେ ୨୫୦ରୁ ଅଧିକ ସଦସ୍ୟ । ରାଜ୍ୟରେ ବିଜେପି ଆରମ୍ଭ କରିବ ସଦସ୍ୟତା ଅଭିଯାନ ପ୍ରକ୍ରିୟା । ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ସବୁ ଜିଲ୍ଲା ସଭାପତି ଏବଂ ଜିଲ୍ଲା ସଦସ୍ୟତା କମିଟି ସଦସ୍ୟଙ୍କୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ସ୍ବତନ୍ତ୍ର କର୍ମଶାଳା ।
ରାଜ୍ୟ କର୍ମଶାଳା ସରିବା ପରେ ଅଗଷ୍ଟ ୨୨, ୨୩ ଏବଂ ୨୪ ତିନି ଦିନ ଜିଲ୍ଲାସ୍ତରରେ କର୍ମଶାଳା ହେବ । ଏହା ପରେ ୨୫, ୨୬ ଏବଂ୨୭ ତାରିଖ ମଣ୍ଡଳସ୍ତରରେ ହେବ କର୍ମଶାଳା ତାପରେ ୩୧ ତାରିଖ ସୁଦ୍ଧା ବୁଥସ୍ତର ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ପାଇଁ କର୍ମଶାଳା ସରିବ । ସେପ୍ଟେମ୍ବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସଦସ୍ୟତା ଗ୍ରହଣ କଲା ପରେ ରାଜ୍ୟ, ଜିଲ୍ଲାସ୍ତରରେ ଆରମ୍ଭ ହେବ ସଦସ୍ୟତା ଅଭିଯାନ । ଦେଶରେ ୧୦ କୋଟି ସଦସ୍ୟ ଯୋଡିବା ଟାର୍ଗେଟ ରଖିଥିବା ବିଜେପି ଓଡ଼ିଶାରେ ୧ କୋଟି ସଦସ୍ୟ ପାଇଁ ଲକ୍ଷ୍ୟ ରଖିଛି । ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଦଳର ସଦସ୍ୟ କରାଯିବ । ଏଥିପାଇଁ ଲୋକଙ୍କ ପାଖକୁ ଯାଇ ସମ୍ପର୍କ କରିବେ କର୍ମକର୍ତ୍ତା ।
ତେବେ ସରକାରକୁ ଆସିବା ପରେ ଏହା ହେଉଛି ବିଜେପିର ପ୍ରଥମ ସଦସ୍ୟତା ଅଭିଯାନ । ଆହୁରି ମଧ୍ୟ ରାଜ୍ୟରେ ବିଜେପିର ୪୧ ଲକ୍ଷ ସଦସ୍ୟ ଥିଲେ ଯାହାକୁ ଏକ କୋଟିରେ ପହଞ୍ଚାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ସେହିଭଳି ପୂର୍ବରୁ ୨୫ ହଜାର ସକ୍ରିୟ ସଦସ୍ୟଙ୍କ ସ୍ଥାନରେ ୧ ଲକ୍ଷ ସକ୍ରିୟ ସଦସ୍ୟ ପାଇଁ ଟାର୍ଗେଟ ରଖିଛି ଦଳ । ଯେଉଁମାନେ ଶହେ ସଦସ୍ୟ କରିଥିବେ ସେମାନେ ସକ୍ରିୟ ସଦସ୍ୟ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ । ଏସବୁ ପ୍ରକ୍ରିୟାକୁ ଆଗକୁ ନେବାକୁ ବରିଷ୍ଠ ନେତା ରଞ୍ଜନ ପଟେଲଙ୍କୁ ଓଡ଼ିଶାରେ ସଦସ୍ୟତା ଅଭିଯାନ ମୁଖ୍ୟ ଭାବେ ନିଯୁକ୍ତ କରିଛି ଦଳ । ସେପଟେ ସଦସ୍ୟତା ସହ ସଙ୍ଗଠନ ବଢାଇବାକୁ ବି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି ରାଜ୍ୟ ବିଜେପି । ବୁଥସ୍ତରରେ ରହିବେ ୩୭ ହଜାର ବୁଥ ସଭାପତି । ୩୭ଟି ସାଂଗଠନିକ ଜିଲ୍ଲା ସଭାପତି ଏବଂ ରାଜ୍ୟସ୍ତର ପର୍ଯ୍ୟନ୍ତ ହେବ ନିର୍ବାଚନ । ତେବେ ବିଜେପିର ଏଭଳି ଯୋଜନାକୁ ଦେଖି ବିଜେଡି କହିଛି ଆମେ ଆଗରୁ ସଦସ୍ୟତା ସଂଗ୍ରହ କରିଛୁ, ଆଗକୁ ବି ଆମର ଏହି କାର୍ଯ୍ୟ ଜାରି ରହିବ ।
ଖାଲି ସେତିକି ନୁହେଁ ସଦସ୍ୟତା ସଂଗ୍ରହ ଅଭିଯାନକୁ ବିଜେପି ଡିଜିଟାଇଜ୍ କରିଛି । ମିସଡ୍ କଲ, QR କୋର୍ଡ ସ୍କାନ ଏବଂ ନମୋ ଆପ ମା ଧ୍ୟମରେ ସଦସ୍ୟତା କରାଯିବ । ସଦସ୍ୟ ସଂଗ୍ରହ ଅଭିଯାନପରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସଭାପତିଙ୍କ ନିର୍ବାଚନ ସରିବା ପରେ ହେବ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ।