ବିଜେପିର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ; ଶୁକ୍ରବାର ମୋହର ମାରିପାରେ କୋର୍ କମିଟି

ନୂଆଦିଲ୍ଲୀ,୮/୩: ଖୁବ୍‌ଶୀଘ୍ର ବିଜେପି ଜାରି କରିବ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମାର୍ଚ୍ଚ ୮ ତାରିଖରେ ବିଜେପି କେନ୍ଦ୍ରୀୟ କମିଟି ବୈଠକ ବସିବ । ପ୍ରାୟ ୧୫୦ ଆସନରେ ମାନସ ମନ୍ଥନ ହେବ । ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି । ଏଥିରେ ଭାରତୀୟ ଜନତା ପାର୍ଟି ଜେଡିଏସକୁ ୩ଟି ଆସନ ଦେଇପାରେ । ସୂତ୍ର ମୁତାବକ, ମହାରାଷ୍ଟ୍ରରେ ବିଜେପି ଏଥର ୪୮ ଆସନ  ମଧ୍ୟରୁ ଏକାକୀ ୩୦-୩୨ରେ ଲଢ଼ିପାରେ । ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବୁଧବାର ଭାରତୀୟ ଜନତା ପାର୍ଟିର କୋର୍‌ କମିଟି ବୈଠକ ବସିଥିଲା । ଏହି ମିଟିଂରେ ପ୍ରାୟ ୧୫୦ ଲୋକସଭା ଆସନକୁ ନେଇ ମନ୍ଥନ ହୋଇଥିଲା । ସୂତ୍ର  ମୁତାବକ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇସାରିଛି ।   ମାର୍ଚ୍ଚ ୮-୧୦ରେ ହେବାକୁ ଥିବା ବିଜେପିର କେନ୍ଦ୍ରୀୟ  ନିର୍ବାଚନ କମିଟି ବୈଠକରେ ଦ୍ୱିତୀୟ ପ୍ରାର୍ଥୀ  ତାଲିକାରେ ମୋହର ଲାଗିପାରେ । ବୁଧବାର ବିଳମ୍ବିତ  ରାତିରେ ୬ ଘଣ୍ଟା ଧରି ବୈଠକ ବସିଥିଲା । ଓଡ଼ିଶା  ସମେତ ୮ଟି ରାଜ୍ୟର ଲୋକସଭା ଆସନ ନେଇ  ବ୍ୟାପକ ଆଲୋଚନା ହୋଇଥିଲା । ବିଜେପି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ମାର୍ଚ୍ଚ ୨ରେ ଜାରି କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଭଳି ହେଭିୱେଟ୍‌ଙ୍କ ନାମ ରହ

ବିଜେପିର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ; ଶୁକ୍ରବାର ମୋହର ମାରିପାରେ କୋର୍ କମିଟି

ନୂଆଦିଲ୍ଲୀ,୮/୩: ଖୁବ୍‌ଶୀଘ୍ର ବିଜେପି ଜାରି କରିବ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମାର୍ଚ୍ଚ ୮ ତାରିଖରେ ବିଜେପି କେନ୍ଦ୍ରୀୟ କମିଟି ବୈଠକ ବସିବ । ପ୍ରାୟ ୧୫୦ ଆସନରେ ମାନସ ମନ୍ଥନ ହେବ । ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି । ଏଥିରେ ଭାରତୀୟ ଜନତା ପାର୍ଟି ଜେଡିଏସକୁ ୩ଟି ଆସନ ଦେଇପାରେ । ସୂତ୍ର ମୁତାବକ, ମହାରାଷ୍ଟ୍ରରେ ବିଜେପି ଏଥର ୪୮ ଆସନ  ମଧ୍ୟରୁ ଏକାକୀ ୩୦-୩୨ରେ ଲଢ଼ିପାରେ । 


୨୦୨୪ ଲୋକସଭା ନିର୍ବାଚନକୁ ନେଇ ବୁଧବାର ଭାରତୀୟ ଜନତା ପାର୍ଟିର କୋର୍‌ କମିଟି ବୈଠକ ବସିଥିଲା । ଏହି ମିଟିଂରେ ପ୍ରାୟ ୧୫୦ ଲୋକସଭା ଆସନକୁ ନେଇ ମନ୍ଥନ ହୋଇଥିଲା । ସୂତ୍ର  ମୁତାବକ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇସାରିଛି ।   ମାର୍ଚ୍ଚ ୮-୧୦ରେ ହେବାକୁ ଥିବା ବିଜେପିର କେନ୍ଦ୍ରୀୟ  ନିର୍ବାଚନ କମିଟି ବୈଠକରେ ଦ୍ୱିତୀୟ ପ୍ରାର୍ଥୀ  ତାଲିକାରେ ମୋହର ଲାଗିପାରେ । ବୁଧବାର ବିଳମ୍ବିତ  ରାତିରେ ୬ ଘଣ୍ଟା ଧରି ବୈଠକ ବସିଥିଲା । ଓଡ଼ିଶା  ସମେତ ୮ଟି ରାଜ୍ୟର ଲୋକସଭା ଆସନ ନେଇ  ବ୍ୟାପକ ଆଲୋଚନା ହୋଇଥିଲା । ବିଜେପି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ମାର୍ଚ୍ଚ ୨ରେ ଜାରି କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂହକେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଭଳି ହେଭିୱେଟ୍‌ଙ୍କ ନାମ ରହିଥିଲା । 

ପ୍ରଧାନମନ୍ତ୍ରୀ ମୋଦିଙ୍କ ବଧେଇ ବାର୍ତ୍ତାର ପ୍ରତିକ୍ରିୟା ଦେଲେ ଶହବାଜ ସରିଫ, ଜାଣନ୍ତୁ କହିଛନ୍ତି କ’ଣ?

ଏହି ତାଲିକାରେ ମୋଟ୍ ୧୯୫ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା । ଏବେ ଦ୍ୱିତୀୟ ତାଲିକା ଘୋଷଣାକୁ ଅପେକ୍ଷା ରହିଛି । ବୁଧବାର ବୈଠକରେ ରାଜସ୍ଥାନର ୧୦  ଆସନ ନେଇ ଚର୍ଚ୍ଚା ହୋଇଥିଲା । ଏଥିସହ ହରିଆଣାର  ସମସ୍ତ ୧୦ ଆସନରେ ବିଜେପି ଏକାକୀ ଲଢ଼ିବା ନେଇ  ନିଷ୍ପତ୍ତି ନେଇଥିବା କୁହାଯାଉଛି । ମହାରାଷ୍ଟ୍ରକୁ ନେଇ   ଅନୁଷ୍ଠିତ କୋର୍‌ କମିଟି ବୈଠକରେ ରାଜ୍ୟରେ ଥିବା   ୪୮ ଆସନକୁ ନେଇ ଚର୍ଚ୍ଚା ହୋଇଥିଲା ।