ବିଜେପିରେ ବଢୁଛି ଦଳୀୟ କନ୍ଦଳ

ପୁରୀ: ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ଓ ସତ୍ୟବାଦୀ ବିଧାୟକ ପ୍ରାର୍ଥୀଙ୍କୁ ନିଜ ଦଳରୁ ବିରୋଧ। ବିଜେପି ସାଂସଦ ପ୍ରାର୍ଥୀ... The post ବିଜେପିରେ ବଢୁଛି ଦଳୀୟ କନ୍ଦଳ appeared first on .

ବିଜେପିରେ ବଢୁଛି ଦଳୀୟ କନ୍ଦଳ

ପୁରୀ: ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ଓ ସତ୍ୟବାଦୀ ବିଧାୟକ ପ୍ରାର୍ଥୀଙ୍କୁ ନିଜ ଦଳରୁ ବିରୋଧ। ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶଙ୍କୁ ଲୋକ ପସନ୍ଦ କରୁନାହାନ୍ତି। ସତ୍ୟବାଦୀ ଅଞ୍ଚଳର ବରିଷ୍ଠ ବିଜେପି ନେତା କୃଷ୍ଣ ଜଗଦେବଙ୍କ ସମେତ ଅନେକ ନେତା ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି। ଓମଙ୍କ ନାଁରେ ଅନେକ ଅପରାଧିକ ମାମଲା ସମେତ ଯୌନ କେଳେଙ୍କାରୀ ଅଭିଯୋଗ ଅଛି। ଏହା ସତ୍ତ୍ୱେ ତାଙ୍କୁ ପ୍ରାର୍ଥୀ ଘୋଷଣା ପଛରେ ସ୍ୱାର୍ଥ ରହିଥିବା ଅଭିଯୋଗ ଆଣିଛନ୍ତି କୃଷ୍ଣ ଜଗଦେବ ।

ଯୁବନେତା କାମାକ୍ଷା ପ୍ରଧାନଙ୍କୁ ବିଜେପି ଟିକେଟ ଦେବା ପାଇଁ ନିବେଦନ କରାଯାଇଥିବା ବେଳେ ବିଚାର ନକଲେ ଆଗାମୀ ଦିନରେ ବିଜେପିରୁ ସାମୂହିକ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି କୃଷ୍ଣ। ସେହିପରି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି କୃଷ୍ଣ ଜଗଦେବ। ସତ୍ୟବାଦୀ ଅଞ୍ଚଳରେ ଲୋକମାନଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା କମାକ୍ଷା ପ୍ରଧାନ ମଧ୍ୟ ବିଜେପିର ଏପରି ନିଷ୍ପତ୍ତି ଓ ଅଣଦେଖାକୁ ନିନ୍ଦା କରିଛନ୍ତି।

The post ବିଜେପିରେ ବଢୁଛି ଦଳୀୟ କନ୍ଦଳ appeared first on .