ବିଜେପିରେ ମିଶିବେ କି ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ? ଦିଲ୍ଲୀ ଯିବାକୁ ନେଇ ଚର୍ଚ୍ଚା !
ଭୁୁବନେଶ୍ୱର: ରାଜ୍ୟ ରାଜନୀତିରେ ସାମ୍ନାକୁ ଆସିଛି ଏକ ବଡ ଖବର । ଗତ କିଛି ମାସ ତଳେ ନିଜର ସମ୍ବାଦକୀୟ ଆମଘରର ହାଲଚାଲ ମାଧ୍ୟମରେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳର ସରକାରକୁ ଅଡୁଆରେ ପକାଇଥିବା ବରିଷ୍ଠ ନେତା ତଥା ସମ୍ବାଦ ଖବର କାଗଜର ପୂର୍ବତନ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପିରେ ସାମିଲ ହୋଇ ପାରନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ବିଜେଡି ସୌମ୍ୟଙ୍କୁ ଦଳରୁ ବହିଷ୍କୃତ କରିଥିଲା । ଗତ କିଛି ଦିନ ହେବ ଚର୍ଚ୍ଚା […] The post ବିଜେପିରେ ମିଶିବେ କି ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ? ଦିଲ୍ଲୀ ଯିବାକୁ ନେଇ ଚର୍ଚ୍ଚା ! appeared first on Odisha.News.
ଭୁୁବନେଶ୍ୱର: ରାଜ୍ୟ ରାଜନୀତିରେ ସାମ୍ନାକୁ ଆସିଛି ଏକ ବଡ ଖବର । ଗତ କିଛି ମାସ ତଳେ ନିଜର ସମ୍ବାଦକୀୟ ଆମଘରର ହାଲଚାଲ ମାଧ୍ୟମରେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳର ସରକାରକୁ ଅଡୁଆରେ ପକାଇଥିବା ବରିଷ୍ଠ ନେତା ତଥା ସମ୍ବାଦ ଖବର କାଗଜର ପୂର୍ବତନ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପିରେ ସାମିଲ ହୋଇ ପାରନ୍ତି । ଗତ ବର୍ଷ ସେପ୍ଟେମ୍ବରରେ ବିଜେଡି ସୌମ୍ୟଙ୍କୁ ଦଳରୁ ବହିଷ୍କୃତ କରିଥିଲା । ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି ଯେ, ସୌମ୍ୟରଞ୍ଜନଙ୍କୁ ପୁଣି ଥରେ ମନାଇ ବିଜେଡିରେ ସାମିଲ କରାଇବା ପାଇଁ ଶାସକ ଦଳର ବରିଷ୍ଠ ନେତା ଉଦ୍ୟମ କରିଥିଲେ। ତେବେ ଏବେ ବିଶ୍ୱସ୍ତ ସୂତ୍ରରୁ ଖବର ଆସିଛି ଯେ, ଖୁବ୍ ଶୀଘ୍ର ସୌମ୍ୟ ପଦ୍ମ ଧରି ପାରନ୍ତି । ତାଙ୍କର ଆଜି ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି
ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିବା ପରେ ସୌମ୍ୟଙ୍କୁ ନିଜ ଦଳରେ ସାମିଲ କରାଇବା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଉଦ୍ୟମ କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୌମ୍ୟଙ୍କ ବାସଭବନରେ ଭେଟି ସୌମ୍ୟଙ୍କ ସହ ଆଲୋଚନା କରିଥିବା କୁହାଯାଏ । ଏପରିକି ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ମଧ୍ୟ ନିଜ ନିଜ ଦଳରେ ସାମିଲ କରିବାକୁ ବିଜେଡି ଓ ବିଜେପି ଉଦ୍ୟମ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହୋଇଛି । ତେବେ ସୌମ୍ୟ ବିଜେପିରେ ମିଶିବାକୁ ମନସ୍ଥ କରିଥିବା କୁହାଯାଉଛି ଏବଂ ଶୀଘ୍ର ସେ ପଦ୍ମ ଧରି ପାରନ୍ତି ।
ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ୨୧ ତାରିଖରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ବହିଷ୍କାର କରିଥିଲା । ସମ୍ବାଦ ଲୋନ ସ୍କାମ ପାଇଁ ସୌମ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜରେ ଦର୍ଶାଯାଇଥିଲା । ଲୋନ ସ୍କାମ ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା ଏବଂ ତଦନ୍ତକାରୀ ସଂସ୍ଥା ସମ୍ବାଦ ଅଫିସରେ ମଧ୍ୟ ଚଢାଉ କରିଥିଲେ । ଅନେକ ପୂର୍ବତନ କର୍ମଚାରୀ ମଧ୍ୟ ସୌମ୍ୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ବିଜେଡି ସରକାର ଦ୍ୱାରା ତାଙ୍କ ବିରୋଧରେ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ବାଦ ଖବର କାଗଜ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଶାସକ ଦଳରେ ମିଶିବାକୁ ସୌମ୍ୟ ଅମଙ୍ଗ ହୋଇଥିବା କୁହାଯାଉଛି । ତେଣୁ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ସୌମ୍ୟ ବିଜେପିରେ ମିଶିବାକୁ ଯାଉଥିବା କୁହାଯାଉଛି ।
ଉଲ୍ଲେଖନୀୟ ସୌମ୍ୟରଞ୍ଜନ ପଟ୍ଟନାୟକ ନୟାଗଡ ଜିଲ୍ଲାର ଖଣ୍ଡପଡାରୁ ବିଧାୟକ ଅଛନ୍ତି । ସୌମ୍ୟ କଂଗ୍ରେସ ଟିକେଟରେ ୧୯୯୬ରେ ଭୁୁବନେଶ୍ୱର ଲୋକସଭା ସିଟରୁ ନିର୍ବାଚନ ଲଢି ଜିତିଥିଲେ । ସେ କଂଗ୍ରେସର ବରିଷ୍ଠ ନେତା ଥିଲେ । ତେବେ ପରବର୍ତୀ ସମୟରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ଦ୍ୱାର ଦଳରୁ ବହିଷ୍କୃତ ହୋଇଥିଲେ । ଏହା ପରେ ସେ ଆମ ଓଡିଶା ପାର୍ଟି ଗଠନ କରିଥିଲେ । କିନ୍ତୁ ୨୦୧୮ ମାର୍ଚ୍ଚ ୬ରେ ଆମ ଓଡିଶା ପାର୍ଟିକୁ ବିଜେଡି ସହ ବିଲୟ କରାଇଥିଲେ । ଆଉ ବିଜେଡି ସମର୍ଥନରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ସୌମ୍ୟ । ପୁଣି ୨୦୧୯ ନିର୍ବାଚନରେ ଖଣ୍ଡପଡାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
The post ବିଜେପିରେ ମିଶିବେ କି ବରିଷ୍ଠ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ? ଦିଲ୍ଲୀ ଯିବାକୁ ନେଇ ଚର୍ଚ୍ଚା ! appeared first on Odisha.News.