ବିଜେପିରେ ମିଶିବେ ସାଂସଦ ଭର୍ତ୍ତୃହରି ମହତାବ, ମିଳିପାରେ କଟକ ଟିକେଟ !
ଭୁବନେଶ୍ୱର ୨୮/୦୩: ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ ଗୁରୁବାର ବିଜେପିରେ ସାମିଲ ହେବେ । ଏଭଳି ଏକ ଚର୍ଚ୍ଚା ଘୁରିବୁଲୁଛି । ବିଜେପି ତାଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ କରିପାରେ । ଶ୍ରୀ ମହତାବ କଟକରୁ ୫ ଥର ସାଂସଦ ଭାବେ ଜିତି ଆସୁଛନ୍ତି । ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ ନିକଟରେ ସେ ଦଳ ଛାଡ଼ିଛନ୍ତି । ଶୁକ୍ରବାର ଅପରାହ୍ଣରେ ବିଜେପିର କୋର୍ କମିଟି ବୈଠକ ବସିବ । ଏଥିରେ ଆଲୋଚନା ପରେ କଟକ ସମେତ କନ୍ଧମାଳ ଓ ଯାଜପୁରର ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ବିଧାନସଭା ପ୍ରାର୍ଥୀ ତାଲିକା ବି ଆସିପାରେ । ସୂଚନା ଥାଉକି, ମାର୍ଚ୍ଚ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ କଟକ ସାଂସଦ ଭର୍ତ୍ତୃହରିଙ୍କ ବନ୍ଧୁ ମିଳନରେ ସାମିଲ୍ ହେଲେ ବିଜେପି ନେତା, ବିଜେଡିରୁ ଆସିଲେ ଅନୁଭବ ମହାନ୍ତି; କ'ଣ ମିଳୁଛି ସଙ୍କେତ ? ମହତାବ । ପ୍ରେସମିଟରେ ତାଙ୍କ ଇସ୍ତଫା ନେଇ ସ୍ପଷ୍ଟ କରିଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି । କହିବାକୁ ଗଲେ କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି । ସେ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି। ଭର୍ତ୍ତୃହରି ମହତାବ କହିଛନ୍ତି, ଧୈର୍ଯ୍ୟର ଗୋଟିଏ ସୀମା ଥାଏ। ଧୈର୍ଯ୍ୟ ସୀମା ଟପିଗଲା । ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କର
ଭୁବନେଶ୍ୱର ୨୮/୦୩: ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ ଗୁରୁବାର ବିଜେପିରେ ସାମିଲ ହେବେ । ଏଭଳି ଏକ ଚର୍ଚ୍ଚା ଘୁରିବୁଲୁଛି । ବିଜେପି ତାଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ କରିପାରେ । ଶ୍ରୀ ମହତାବ କଟକରୁ ୫ ଥର ସାଂସଦ ଭାବେ ଜିତି ଆସୁଛନ୍ତି । ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ ନିକଟରେ ସେ ଦଳ ଛାଡ଼ିଛନ୍ତି ।
ଶୁକ୍ରବାର ଅପରାହ୍ଣରେ ବିଜେପିର କୋର୍ କମିଟି ବୈଠକ ବସିବ । ଏଥିରେ ଆଲୋଚନା ପରେ କଟକ ସମେତ କନ୍ଧମାଳ ଓ ଯାଜପୁରର ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ବିଧାନସଭା ପ୍ରାର୍ଥୀ ତାଲିକା ବି ଆସିପାରେ ।
ସୂଚନା ଥାଉକି, ମାର୍ଚ୍ଚ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ କଟକ ସାଂସଦ ଭର୍ତ୍ତୃହରିଙ୍କ ବନ୍ଧୁ ମିଳନରେ ସାମିଲ୍ ହେଲେ ବିଜେପି ନେତା, ବିଜେଡିରୁ ଆସିଲେ ଅନୁଭବ ମହାନ୍ତି; କ'ଣ ମିଳୁଛି ସଙ୍କେତ ? ମହତାବ । ପ୍ରେସମିଟରେ ତାଙ୍କ ଇସ୍ତଫା ନେଇ ସ୍ପଷ୍ଟ କରିଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଛନ୍ତି । କହିବାକୁ ଗଲେ କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି ।
ସେ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି। ଭର୍ତ୍ତୃହରି ମହତାବ କହିଛନ୍ତି, ଧୈର୍ଯ୍ୟର ଗୋଟିଏ ସୀମା ଥାଏ। ଧୈର୍ଯ୍ୟ ସୀମା ଟପିଗଲା । ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଥିଲି। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି। ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ।