ବିଜେପିରେ ମିଶିଲେ ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ସମରେଶ ବେଉରା

ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ଦଳର ମିଡିଆ ସେଲ୍ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଏହି ଯୁବନେତାମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସ୍ୱାଗତ କରିଥିଲେ

ବିଜେପିରେ ମିଶିଲେ ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ସମରେଶ ବେଉରା

ସାଧାରଣ ନିର୍ବାଚନବେଳେ ଭୁବନେଶ୍ୱର ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ଦଳର ଭୁବନେଶ୍ୱର ଜିଲ୍ଲା ଯୁବବିଜେଡି ସଭାପତି ସମରେଶ ବେଉରା ଆଜି ନିଜର ସମର୍ଥକମାନଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ବେଉରା ବିଜେବି କଲେଜ ଛାତ୍ର ନିର୍ବାଚନ ଓ ରାଜଧାନୀରେ ଦଳର ଜଣେ ଦକ୍ଷ ଯୁବ ସଂଗଠକ ଭାବେ ପରିଚିତ ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ବେଉରା ଓ ତାଙ୍କର ସହଯୋଗୀମାନଙ୍କୁ ଦଳରେ ସ୍ୱାଗତ କରିଥିଲେ ବିଜେପି ରାଜ୍ୟ ପୂର୍ବତନ ସଭାପତି ସମୀର ମହାନ୍ତି। ଭୁବନେଶ୍ୱର ଜିଲ୍ଲାର ବିଜେଡି ଯୁବ ସଭାପତି ଶ୍ରୀ ବେଉରାଙ୍କ ସମେତ ଭୁବନେଶ୍ୱର ଜିଲ୍ଲା ବିଜେଡି ଯୁବ ସମ୍ପାଦକ ରାଜେଶ ପ୍ରଧାନ, ପୂର୍ବତନ ଯୁବ ସାଧାରଣ ସମ୍ପାଦକ ଭବାନୀ ଶଙ୍କର ପରିରାୟ, ସୌମ୍ୟରଞ୍ଜନ ସେଠୀ, ବିଶ୍ୱଜିତ୍ ପ୍ରଧାନ ଓ ବାପି ବେଉରା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତିି ।

ସେହିପରି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଜୟ ପ୍ରକାଶ ଦଳାଇ, ସ୍ମୃତି ରଞ୍ଜନ ପ୍ରଧାନ, ଅମନଦୀପ ବେହେରା, ଚନ୍ଦନ ବେହେରା, ରବୀନ୍ଦ୍ର ବେହେରା, ବଳରାମ ବେହେରା, ଅନନ୍ତ ବେହେରା, ଉତମ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସିଆଲ, ସୂର୍ଯ୍ୟ ବେହେରା, ଦୀପକ ବେହେରା, ଆଶିଷ ନାୟକ ମଧ୍ୟ ଦଳରେ ସାମିଲ ହୋଇଛନ୍ତି ।

ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ଦଳର ମିଡିଆ ସେଲ୍ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଏହି ଯୁବନେତାମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସ୍ୱାଗତ କରିଥିଲେ । ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାଏଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।

ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ ଯେ, ଓଡ଼ିଶାବାସୀ ପରିବର୍ତନ ମୁହାଁ । ଏଥିଲାଗି ବିଜେପିର ହାତ ମୁଠାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଏହି ପରିବାରରେ ସାମିଲ ହେଉଛନ୍ତି । ଓଡ଼ିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ ।"କେନ୍ଦ୍ରରେ ମୋଦି ସରକାର’ ଓ "ଓଡ଼ିଶାରେ ବିଜେପିର ସରକାର’ ଗଠନ ଦିଗରେ ଏହି ଯୁବନେତାମାନଙ୍କ ଯୋଗଦାନ ସହାୟକ ହେବ ବୋଲି ସେ କହିଥିଲେ ।