ବିଜେପିରେ ମିଶିଲେ ଶତାଧିକ କର୍ମୀ, ଧାମନଗର ବିଧାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ
ଭଦ୍ରକ ୧୮/୦୩ : ଆଉ ଦିନ କେଇଟା ପରେ ନିର୍ବାଚନ । ବିଭିନ୍ନ ଦଳର ଚାଲିଛି ଟିକେଟ କସରତ । କାହାକୁ ମିଳିବ କାହାର ପତା କଟିବେ ସେନେଇ ଜାରି ରହିଛି ଛକା ପଞ୍ଚା । ତଥାପି ସରୁନି ଦଳ ଡିଆଁ ପର୍ବ । ଏହାରି ଭିତରେ ବିଜେପିରେ ସାମିଲ ହୋଇଛନ୍ତି ଅନ୍ୟ ଦଳର ଶତାଧିକ କର୍ମୀ । ଧାମନଗର ନିର୍ବାଚନ ମଣ୍ଡଳୀର ଅନ୍ୟ ଦଳର ଅନେକ କର୍ମୀ ଧାମନଗର ବିଧାୟକ ସୁର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଧାୟକ କହିଛନ୍ତି ଯେ ସେମାନେ ଅନ୍ୟ ଦଳର ଛାମୁଆ କର୍ମୀ ହୋଇଥିଲେ ମଧ୍ୟ ଏବେ ଆମ ଦଳକୁ ଆସିଛନ୍ତି ମାନେ ସେମାନେ ବିଜେପି ପରିବାରରେ ସାମିଲ ହେଲେ । ଆଗାମୀ ନିର୍ବାଚନରେ ଦେଶର ସର୍ବବୃହତ ଦଳର ସଦସ୍ୟ ହୋଇ ନରେନ୍ଦ୍ର ମୋଦିଙ୍କ ନାରାକୁ ପ୍ରମାଣିତ କରିବେ ।
ଭଦ୍ରକ ୧୮/୦୩ : ଆଉ ଦିନ କେଇଟା ପରେ ନିର୍ବାଚନ । ବିଭିନ୍ନ ଦଳର ଚାଲିଛି ଟିକେଟ କସରତ । କାହାକୁ ମିଳିବ କାହାର ପତା କଟିବେ ସେନେଇ ଜାରି ରହିଛି ଛକା ପଞ୍ଚା । ତଥାପି ସରୁନି ଦଳ ଡିଆଁ ପର୍ବ ।
ଏହାରି ଭିତରେ ବିଜେପିରେ ସାମିଲ ହୋଇଛନ୍ତି ଅନ୍ୟ ଦଳର ଶତାଧିକ କର୍ମୀ । ଧାମନଗର ନିର୍ବାଚନ ମଣ୍ଡଳୀର ଅନ୍ୟ ଦଳର ଅନେକ କର୍ମୀ ଧାମନଗର ବିଧାୟକ ସୁର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ବିଧାୟକ କହିଛନ୍ତି ଯେ ସେମାନେ ଅନ୍ୟ ଦଳର ଛାମୁଆ କର୍ମୀ ହୋଇଥିଲେ ମଧ୍ୟ ଏବେ ଆମ ଦଳକୁ ଆସିଛନ୍ତି ମାନେ ସେମାନେ ବିଜେପି ପରିବାରରେ ସାମିଲ ହେଲେ । ଆଗାମୀ ନିର୍ବାଚନରେ ଦେଶର ସର୍ବବୃହତ ଦଳର ସଦସ୍ୟ ହୋଇ ନରେନ୍ଦ୍ର ମୋଦିଙ୍କ ନାରାକୁ ପ୍ରମାଣିତ କରିବେ ।