ବିଜେପିରେ ଯୋଗଦେଲେ ରାଜଗାଙ୍ଗପୁର ପୌରପରିଷଦ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ

ଭୁବନେଶ୍ବର ୧୮।୩: ବିଜେପିରେ ଯୋଗଦେଲେ ରାଜଗାଙ୍ଗପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ । ବିଜେଡିର ପୂର୍ବତନ ନେତା ପୂର୍ଣ୍ଣଚନ୍ଦ୍ର ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ରାଜ୍ୟ ସଭାପତି କେ.ଭି. ସିଂଦେଓ ଏବଂ ସାଂସଦ ଜୁଏଲ ଓରାମଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ୯୦ ଦଶକରୁ ରାଜନୀତିରେ ଅଛନ୍ତି ପୂର୍ଣ୍ଣଚନ୍ଦ୍ର । ପୂର୍ବରୁ ଜନତା ଦଳ ପରେ ବିଜେଡିର ସକ୍ରିୟ ରାଜନୀତିରେ ଥିଲେ ପୂର୍ଣ୍ଣଚନ୍ଦ୍ର । ୨୦୧୩ରୁ ଅନ୍ତଘାତି କାମ ପାଇଁ ବିଜେଡି ଛାଡ଼ି ସ୍ଵାଧୀନ ଭାବେ ଲଢ଼ୁଥିଲେ । ସେ ବିଜେପିରେ ଯୋଗଦେବା ପରେ ସୁନ୍ଦରଗଡ଼ରେ ବିଜେପିର ଶକ୍ତି ବୃଦ୍ଧି ହେବ ଜୁଏଲ ଓରାମ କହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଅନେକ ଅସନ୍ତୁଷ୍ଟ ବିଜେଡି ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଖୁବ୍ ଶୀଘ୍ର ବିଜେପିକୁ ଆସିବେ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି ।You Can Read :ରାଜ୍ୟର ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ଗୁରୁତ୍ବ : ବିଜେଡି

ବିଜେପିରେ ଯୋଗଦେଲେ ରାଜଗାଙ୍ଗପୁର ପୌରପରିଷଦ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ

ଭୁବନେଶ୍ବର ୩: ବିଜେପିରେ ଯୋଗଦେଲେ ରାଜଗାଙ୍ଗପୁର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ । ବିଜେଡିର ପୂର୍ବତନ ନେତା ପୂର୍ଣ୍ଣଚନ୍ଦ୍ର ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ରାଜ୍ୟ ସଭାପତି କେ.ଭି. ସିଂଦେଓ ଏବଂ ସାଂସଦ ଜୁଏଲ ଓରାମଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । 

୯୦ ଦଶକରୁ ରାଜନୀତିରେ ଅଛନ୍ତି ପୂର୍ଣ୍ଣଚନ୍ଦ୍ର । ପୂର୍ବରୁ ଜନତା ଦଳ ପରେ ବିଜେଡିର ସକ୍ରିୟ ରାଜନୀତିରେ ଥିଲେ ପୂର୍ଣ୍ଣଚନ୍ଦ୍ର । ୨୦୧୩ରୁ ଅନ୍ତଘାତି କାମ ପାଇଁ ବିଜେଡି ଛାଡ଼ି ସ୍ଵାଧୀନ ଭାବେ ଲଢ଼ୁଥିଲେ । 

ସେ ବିଜେପିରେ ଯୋଗଦେବା ପରେ ସୁନ୍ଦରଗଡ଼ରେ ବିଜେପିର ଶକ୍ତି ବୃଦ୍ଧି ହେବ ଜୁଏଲ ଓରାମ କହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଅନେକ ଅସନ୍ତୁଷ୍ଟ ବିଜେଡି ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଖୁବ୍ ଶୀଘ୍ର ବିଜେପିକୁ ଆସିବେ ବୋଲି ପୂର୍ଣ୍ଣଚନ୍ଦ୍ର କହିଛନ୍ତି ।

You Can Read :

ରାଜ୍ୟର ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶକୁ ଗୁରୁତ୍ବ : ବିଜେଡି