ବିଜେପିରେ ସାମିଲ୍ ହେବେ ଝାଡ଼ଖଣ୍ଡ ଟାଇଗର ! ସୋମବାର ବଡ଼ ଘୋଷଣା କରିପାରନ୍ତି ଚମ୍ପଇ
ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରାଜନୈତିକ ହଲଚଲ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନକୁ ନେଇ ରାଜନୀତି ଜୋର୍ ଧରିଛି । ଜେଏମଏମର ୬ଜଣ ବିଧାୟକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଛନ୍ତି ଚମ୍ପଇ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋରଧରିଛି । ସେପଟେ ଚମ୍ପଇଙ୍କ ନିଷ୍ପତ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଝୀଙ୍କୁ ପ୍ରଶଂସା କରିଛନ୍ତି । ଜତନ୍ ରାମ କହିଛନ୍ତି, ଯଦି ଚମ୍ପଇ ସୋରେନ୍ ଏନଡିଏରେ ସାମିଲ୍ ହେବାକୁ ଚାହୁଁନ୍ତି, ତେବେ ତାଙ୍କୁ ସ୍ବାଗତ । ଆଗାମୀ ରାଜନୈତିକ କ୍ୟାରିୟରକୁ ନେଇ ଜେଏମଏମ ଭେଟେରାନ୍ ତିନୋଟି ବିକଳ୍ପ ମିଡିଆ ସାମ୍ନାରେ ରଖିଛନ୍ତି । ସେ ରାଜନୀତିକୁ ବାଏ ବାଏ କରିପାରନ୍ତି, ଝାଡ଼ଖଣ୍ଡରେ ନିଜର ପାର୍ଟ ଗଢ଼ିପାରନ୍ତି କିମ୍ବା ରାଜନୀତିରେ ଅନ୍ୟ ବିକଳ୍ପ ଖୋଜିବେ । ସୋମବାର ଏନେଇ ବଡ଼ ଘୋଷଣା କରିପାରନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ୍ । ଆଜି ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି, ଯେଉଁ ୬ ବିଧାୟକ ଚମ୍ପଇଙ୍କ ସହ ଦିଲ୍ଲୀ ଯାଇଛନ୍ତି, ସେମାନେ ସମସ୍ତେ ବିଜେପିର ହାତ ଧରିପାରନ୍ତି । ଏହି ବିଧାୟକଙ୍କ ମଧ୍ୟରେ ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ୍ ହେମ୍ବ୍ରମ୍, ସମୀର ମହାନ୍ତି ପ୍ରମୁଖ ଅଛନ୍ତି । ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ ଚମ୍ପଇ ସୋରେନ୍ ଶନିବାର ରାତିରେ କୋଲକାତାର ଏକ ହୋଟେଲରେ ରହିଥି
ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରାଜନୈତିକ ହଲଚଲ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନକୁ ନେଇ ରାଜନୀତି ଜୋର୍ ଧରିଛି । ଜେଏମଏମର ୬ଜଣ ବିଧାୟକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଛନ୍ତି ଚମ୍ପଇ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋରଧରିଛି । ସେପଟେ ଚମ୍ପଇଙ୍କ ନିଷ୍ପତ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଝୀଙ୍କୁ ପ୍ରଶଂସା କରିଛନ୍ତି । ଜତନ୍ ରାମ କହିଛନ୍ତି, ଯଦି ଚମ୍ପଇ ସୋରେନ୍ ଏନଡିଏରେ ସାମିଲ୍ ହେବାକୁ ଚାହୁଁନ୍ତି, ତେବେ ତାଙ୍କୁ ସ୍ବାଗତ ।
ଆଗାମୀ ରାଜନୈତିକ କ୍ୟାରିୟରକୁ ନେଇ ଜେଏମଏମ ଭେଟେରାନ୍ ତିନୋଟି ବିକଳ୍ପ ମିଡିଆ ସାମ୍ନାରେ ରଖିଛନ୍ତି । ସେ ରାଜନୀତିକୁ ବାଏ ବାଏ କରିପାରନ୍ତି, ଝାଡ଼ଖଣ୍ଡରେ ନିଜର ପାର୍ଟ ଗଢ଼ିପାରନ୍ତି କିମ୍ବା ରାଜନୀତିରେ ଅନ୍ୟ ବିକଳ୍ପ ଖୋଜିବେ । ସୋମବାର ଏନେଇ ବଡ଼ ଘୋଷଣା କରିପାରନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ୍ । ଆଜି ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି, ଯେଉଁ ୬ ବିଧାୟକ ଚମ୍ପଇଙ୍କ ସହ ଦିଲ୍ଲୀ ଯାଇଛନ୍ତି, ସେମାନେ ସମସ୍ତେ ବିଜେପିର ହାତ ଧରିପାରନ୍ତି । ଏହି ବିଧାୟକଙ୍କ ମଧ୍ୟରେ ଦଶରଥ ଗଗରାଇ, ରାମଦାସ ସୋରେନ, ଚମରା ଲିଣ୍ଡା, ଲୋବିନ୍ ହେମ୍ବ୍ରମ୍, ସମୀର ମହାନ୍ତି ପ୍ରମୁଖ ଅଛନ୍ତି ।
ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ ଚମ୍ପଇ ସୋରେନ୍ ଶନିବାର ରାତିରେ କୋଲକାତାର ଏକ ହୋଟେଲରେ ରହିଥିଲେ । ଏଠାରେ ସେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ଉଲ୍ଲେଖଯୋଗ୍ୟ, ହେମନ୍ତ ସୋରେନ ଜେଲରୁ ମୁକୁଳିବା ପରେ ଚମ୍ପଇଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହାପରେ ସେ ନିରାଶ ଥିବା ନେଇ ଚର୍ଚ୍ଚା ଜାରି ରହିଥିଲା । ଏ ବାବଦରେ ଝାଡ଼ଖଣ୍ଡ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦୀପକ ପ୍ରକାଶ କୁହନ୍ତି, ସେ (ଚମ୍ପଇ) ଜଣେ ବଡ଼ ବ୍ୟକ୍ତିତ୍ୱ । ଯେଉଁଭଳି ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଗଲା, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଚମ୍ପଇ ସୋରେନ୍ ଜୁଲାଇରେ ଇସ୍ତଫା ଦେବା ପରେ ହେମନ୍ତ ସୋରେନ୍ ସରକାର ଗଠନ ପାଇଁ ଦାବି କରିଥିଲେ । ଏହାପରେ ସେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଚମ୍ପଇ ସୋରେନ୍ ୨୦୨୪ ଫେବ୍ରୁଆରୀ ୨ରୁ ଜୁଲାଇ ୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ଅନ୍ୟପକ୍ଷରେ ଚମ୍ପଇ କହିଛନ୍ତି, ଅନେକ ଥର ମୋତେ ଅପମାନ ସହିବାକୁ ପଡ଼ିଥିଲା । ସବୁଥିରେ ଅଣଦେଖା କରାଯାଇଥିଲା । ସେଥିପାଇଁ ବିକଳ୍ପ ଖୋଜିବାକୁ ବାଧ୍ୟ ହେଲି । ଚମ୍ପଇ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଭଲ କାମ ହେଉଥିଲା । ମୁଖ୍ୟମନ୍ତ୍ରୀ ପଦରେ ଥିଲା ବେଳେ ମଧ୍ୟ ମୋ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରି ଦିଆଯାଉଥିଲା । ଗଣତନ୍ତ୍ରରେ ଏହାଠାରୁ ଅପମାନଜନକ କଥା ଆଉ କ’ଣ ହୋଇପାରେ ! ମୁଁ ସବୁ କାର୍ଯ୍ୟ ନିଷ୍ଠାର ସହ କରୁଥିଲି । ତଥାପି ମୋତେ ପଦରୁ ହଟାଇ ଦିଆଗଲା । ଏହା ପୂର୍ବରୁ ଚମ୍ପଇ ସୋସିଆଲ୍ ମିଡିଆ ‘ଏକ୍ସ’ର ବାୟୋରୁ ଜେଏମ୍ଏମ୍ ନେତା ଓ ମନ୍ତ୍ରୀ ଶବ୍ଦ ହଟାଇ ଦେଇଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ସରେଇକଳା-ଖରସୁଆଁ ଜିଲ୍ଲାସ୍ଥିତ ଜିଲିଙ୍ଗ୍ଗୋଡାରୁ ଗାଁରୁ ଜେଏମ୍ଏମ୍ ପତାକା ମଧ୍ୟ ହଟାଯାଇଥିଲା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଆଜି ଚମ୍ପଇଙ୍କ ନାମ ନ ନେଇ ତାଙ୍କୁ ଏବଂ ବିଜେପିକୁ ଜୋରଦାର ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ଟଙ୍କା ଦମ୍ରେ ଘର ଓ ଦଳରେ ବିଭାଜନ ସୃଷ୍ଟି କରାଯାଉଛି । ବିରୋଧୀ ବିଜେପି ଗୁଜରାଟ, ଆସାମ, ମହାରାଷ୍ଟ୍ରରୁ ଲୋକ ଆଣି ଆଦିବାସୀ, ଦଳିତ, ପଛୁଆ ଓ ସଂଖ୍ୟାଲଘୁଙ୍କ ମଧ୍ୟରେ ବିଷ ଭରିବାର କାମ କରୁଛନ୍ତି । ଆଗାମୀ ଦିନରେ ସେମାନେ ବିଧାୟକଙ୍କୁ ବି କିଣିନେବାର କାମ କରିବେ । ଆଉ ଟଙ୍କା ଲୋଭରେ ନେତାଙ୍କୁ ଏପଟସେପଟ ହେବାକୁ ମଧ୍ୟ ବିଳମ୍ବ ହୋଇ ନ ଥାଏ ବୋଲି ହେମନ୍ତ ସୋରେନ କହିଛନ୍ତି ।