ବିଜ୍ଞାପନ ଦୁନିଆରେ କୋହଲିଙ୍କ ବଢୁଛି ଡିମାଣ୍ଡ, ଦେଶର ସବୁଠାରୁ ମୂଲ୍ୟବାନ ସେଲିବ୍ରିଟି
ମୁମ୍ବାଇ ୧୯/୭: ଶାହାରୁଖ ଓ ରଣବୀରଙ୍କୁ ଟପିଲେ କୋହଲି । ଦେଶର ସବୁଠାରୁ ମୂଲ୍ୟବାନ ସେଲିବ୍ରିଟି ହେଲେ ବିରାଟ କୋହଲି । ୨୦୨୩ ପାଇଁ କ୍ରୋଲଙ୍କ ବ୍ରାଣ୍ଡ ମୂଲ୍ୟାୟନ ରିପୋର୍ଟ ଅନୁସାରେ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟରେ ୨୯ ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟ କହୁଛି କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ୨୨୭.୯ ନିୟୁତ ଡଲାର ଯାହାକି ଭାରତୀୟ ମୁଦ୍ରାରେ ୧୯୦୬ କୋଟି ଟଙ୍କା । ଆଉ କୋହଲି ଦେଶର ସବୁଠାରୁ ମୂଲ୍ୟବାନ ସେଲିବ୍ରିଟୀର ମାନ୍ୟତା ପାଇଛନ୍ତି ।ବିଭିନ୍ନ ସାମଗ୍ରୀ ବା ବ୍ରାଣ୍ଡର ପ୍ରଚାର ଓ ବିଜ୍ଞାପନ ଅନୁସାରେ ବିଶିଷ୍ଟ ବ୍ୟକ୍ତିଙ୍କ ବ୍ରାଣ୍ଡ ମୂଲ୍ୟ ହିସାବକୁ ନିଆଯାଇଥାଏ । ଦେଶର ଟପ୍ ୨୦ ଜଣ ସେଲିବ୍ରିଟିଙ୍କ ବ୍ରାଣ୍ଡ ମୂଲ୍ୟରେ ୧୪.୨ ପ୍ରତିଶତ ବୃଦ୍ଧି ପାଇଛି । ଏବେ ବିଜ୍ଞାପନ ଦୁନିଆରେ ବିରାଟ କୋହଲିଙ୍କ ସବୁଠାରୁ ଚାହିଦା ଅଧିକ । କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ବୃଦ୍ଧି ଯୋଗୁ ବଲିଉଡ ଷ୍ଟାର ରଣବୀରଙ୍କ ବ୍ରାଣ୍ଡ ମୂଲ୍ୟ ସେକେଣ୍ଡ ସ୍ଥାନକୁ ଖସିଯାଇଛି । ତୃତୀୟ ସ୍ଥାନରେ କିଙ୍ଗ ଖାନ ଶାହାରୁଖ ଥିବାବେଳେ ଚତୁର୍ଥ ସ୍ଥାନରେ ଅଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ପଞ୍ଚମ ସ୍ଥାନରେ ଅଛନ୍ତି ଆଲିୟା ଭଟ୍ଟ ।
ମୁମ୍ବାଇ ୧୯/୭: ଶାହାରୁଖ ଓ ରଣବୀରଙ୍କୁ ଟପିଲେ କୋହଲି । ଦେଶର ସବୁଠାରୁ ମୂଲ୍ୟବାନ ସେଲିବ୍ରିଟି ହେଲେ ବିରାଟ କୋହଲି । ୨୦୨୩ ପାଇଁ କ୍ରୋଲଙ୍କ ବ୍ରାଣ୍ଡ ମୂଲ୍ୟାୟନ ରିପୋର୍ଟ ଅନୁସାରେ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟରେ ୨୯ ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟ କହୁଛି କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ୨୨୭.୯ ନିୟୁତ ଡଲାର ଯାହାକି ଭାରତୀୟ ମୁଦ୍ରାରେ ୧୯୦୬ କୋଟି ଟଙ୍କା । ଆଉ କୋହଲି ଦେଶର ସବୁଠାରୁ ମୂଲ୍ୟବାନ ସେଲିବ୍ରିଟୀର ମାନ୍ୟତା ପାଇଛନ୍ତି ।
ବିଭିନ୍ନ ସାମଗ୍ରୀ ବା ବ୍ରାଣ୍ଡର ପ୍ରଚାର ଓ ବିଜ୍ଞାପନ ଅନୁସାରେ ବିଶିଷ୍ଟ ବ୍ୟକ୍ତିଙ୍କ ବ୍ରାଣ୍ଡ ମୂଲ୍ୟ ହିସାବକୁ ନିଆଯାଇଥାଏ । ଦେଶର ଟପ୍ ୨୦ ଜଣ ସେଲିବ୍ରିଟିଙ୍କ ବ୍ରାଣ୍ଡ ମୂଲ୍ୟରେ ୧୪.୨ ପ୍ରତିଶତ ବୃଦ୍ଧି ପାଇଛି । ଏବେ ବିଜ୍ଞାପନ ଦୁନିଆରେ ବିରାଟ କୋହଲିଙ୍କ ସବୁଠାରୁ ଚାହିଦା ଅଧିକ । କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ବୃଦ୍ଧି ଯୋଗୁ ବଲିଉଡ ଷ୍ଟାର ରଣବୀରଙ୍କ ବ୍ରାଣ୍ଡ ମୂଲ୍ୟ ସେକେଣ୍ଡ ସ୍ଥାନକୁ ଖସିଯାଇଛି । ତୃତୀୟ ସ୍ଥାନରେ କିଙ୍ଗ ଖାନ ଶାହାରୁଖ ଥିବାବେଳେ ଚତୁର୍ଥ ସ୍ଥାନରେ ଅଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ପଞ୍ଚମ ସ୍ଥାନରେ ଅଛନ୍ତି ଆଲିୟା ଭଟ୍ଟ ।