ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ୍‌ ଏମ୍‌ଡି

ଭୁବନେଶ୍ୱର,୧୯ା୩(ଅନିଲ ଦାସ): ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କହିରଖୁଛୁ, ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମେୟର ଓ କର୍ପୋରେଟରଙ୍କ ଭତ୍ତା (ସିଟିଂ ଆଲାଉନ୍ସ) ବୃଦ୍ଧି ନେଇ ଘୋଷଣା କରିବାକୁ ନେଇ ବିଏମ୍‌ସି ପକ୍ଷରୁ ତୁରନ୍ତ ସ୍ପଷ୍ଟୀକରଣ ଦିଆଯାଇଥିଲା। ସରକାରଙ୍କ କଡ଼ା […] The post ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ୍‌ ଏମ୍‌ଡି appeared first on Dharitri Odia News.

ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ୍‌ ଏମ୍‌ଡି

ଭୁବନେଶ୍ୱର,୧୯ା୩(ଅନିଲ ଦାସ): ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

କହିରଖୁଛୁ, ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମେୟର ଓ କର୍ପୋରେଟରଙ୍କ ଭତ୍ତା (ସିଟିଂ ଆଲାଉନ୍ସ) ବୃଦ୍ଧି ନେଇ ଘୋଷଣା କରିବାକୁ ନେଇ ବିଏମ୍‌ସି ପକ୍ଷରୁ ତୁରନ୍ତ ସ୍ପଷ୍ଟୀକରଣ ଦିଆଯାଇଥିଲା। ସରକାରଙ୍କ କଡ଼ା ତାଗିଦ୍‌ ଯୋଗୁ କୁଲାଙ୍ଗେ ନିଜକୁ ଅସମ୍ମାନିତ ବୋଧକରି ୧ ମାସ ଛୁଟିରେ ଯାଇଥିଲେ। ତାଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା।

The post ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ୍‌ ଏମ୍‌ଡି appeared first on Dharitri Odia News.