ବିଜୟ ଶଙ୍କରଙ୍କ ଟିକେଟ କାଟିଲା ବିଜେଡି
ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ଯେଉଁ ବିଧାୟକମାନଙ୍କ ଟିକେଟ୍ କଟିଛି ସେଥିରେ ଅଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ।
ବିଜେଡି ନିଜର ଦ୍ୱିତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ମୋଟ ୨୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ଦଳ ୮ଜଣ ବିଧାୟକଙ୍କୁ ରିପିଟ୍ କରିଥିବାବେଳେ ସମ୍ପୂର୍ଣ୍ଣ ନବାଗତ ୮ଜଣ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇବେ। ତେବେ ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ଯେଉଁ ବିଧାୟକମାନଙ୍କ ଟିକେଟ୍ କଟିଛି ସେଥିରେ ଅଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ। ଦେଖନ୍ତୁ ପୂରା ରିପୋର୍ଟ।