ବିଜୟାଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୨ା୧୦: ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆ ‘ଏକ୍ସ’ରେ ମୋଦି କହିଛନ୍ତି, ବିଜୟାଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା। ମା’ ଦୁର୍ଗା ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଜୟ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ମୁଁ ସମସ୍ତ ଦେଶବାସୀଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି। ଏହା ହେଉଛି ଅନ୍ୟାୟ ଉପରେ ନ୍ୟାୟର ବିଜୟର […] The post ବିଜୟାଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୧୦: ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସୋସିଆଲ ମିଡିଆ ‘ଏକ୍ସ’ରେ ମୋଦି କହିଛନ୍ତି, ବିଜୟାଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା। ମା’ ଦୁର୍ଗା ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଜୟ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ମୁଁ ସମସ୍ତ ଦେଶବାସୀଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି। ଏହା ହେଉଛି ଅନ୍ୟାୟ ଉପରେ ନ୍ୟାୟର ବିଜୟର ପର୍ବ। ଏହି ପର୍ବ ସତ୍ୟ ଏବଂ ନୈତିକ ମୂଲ୍ୟବୋଧ ଉପରେ ଆମର ବିଶ୍ୱାସର ପ୍ରତୀକ ଅଟେ।
ଏହି ଶୁଭ ଅବସରରେ, ଆମେ ଏକ ପ୍ରତିଶ୍ରୁତି ଦେବା ଉଚିତ ଯେ, ସବୁଠାରୁ କଷ୍ଟଦାୟକ ପରିସ୍ଥିତିରେ ମଧ୍ୟ ଆମେ ନ୍ୟାୟର ପକ୍ଷ ଗ୍ରହଣ କରିବୁ। ମୁଁ ଚାହେଁ ଯେ, ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣୁ ଏବଂ ଆମ ଦେଶ ସର୍ବଦା ବିକାଶ ପଥରେ ଆଗକୁ ବଢ଼ିବ।
ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଶ୍ରୀ ଧାର୍ମିକ ଲୀଳା କମିଟି ପକ୍ଷରୁ ଆୟୋଜିତ ଦଶହରା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଯୋଗଦେବେ।
The post ବିଜୟାଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.