ବିଜୟାଦଶମୀରେ ମା’ ଅପରାଜିତାଙ୍କ ଖଣ୍ଡା ପୂଜା
ଡୁଙ୍ଗୁରିପାଲି,୧୨।୧୦(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅଧୀନ ଦିଗଶିରା ଗ୍ରାମରେ ବିଜୟା ଦଶମୀ ଏବଂ ମା’ ଅପରାଜିତା ଦେବୀଙ୍କ ଦଶହରା ଖଣ୍ଡା ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗାଁର ଗଡତିଆ ଲିଙ୍ଗରାଜ ନାଏକଙ୍କ ତତ୍ତ୍ୱାବଧାନରେ ଗଡ଼ତିଆପଡ଼ା ଦୁର୍ଗା ମନ୍ଦିରରେ ମା’ଙ୍କ ଖଣ୍ଡା ପୂଜା ରୀତିନୀତି ସହକାରେ କରାଯାଇଥିଲା। ପରେ ମା’ଙ୍କ ଖଣ୍ଡାକୁ ବରଣ କରାଯାଇ ଖଣ୍ଡା ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲା। ପରେ ଶୋଭାଯାତ୍ରା ଗଣ୍ଡାପଡ଼ା ନିକଟରେ ଥିବା ମା’ ଅପରାଜିତା ମନ୍ଦିରରେ ପହଞ୍ଚି […] The post ବିଜୟାଦଶମୀରେ ମା’ ଅପରାଜିତାଙ୍କ ଖଣ୍ଡା ପୂଜା appeared first on Dharitri Odia News.
ଡୁଙ୍ଗୁରିପାଲି,୧୨।୧୦(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅଧୀନ ଦିଗଶିରା ଗ୍ରାମରେ ବିଜୟା ଦଶମୀ ଏବଂ ମା’ ଅପରାଜିତା ଦେବୀଙ୍କ ଦଶହରା ଖଣ୍ଡା ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗାଁର ଗଡତିଆ ଲିଙ୍ଗରାଜ ନାଏକଙ୍କ ତତ୍ତ୍ୱାବଧାନରେ ଗଡ଼ତିଆପଡ଼ା ଦୁର୍ଗା ମନ୍ଦିରରେ ମା’ଙ୍କ ଖଣ୍ଡା ପୂଜା ରୀତିନୀତି ସହକାରେ କରାଯାଇଥିଲା।
ପରେ ମା’ଙ୍କ ଖଣ୍ଡାକୁ ବରଣ କରାଯାଇ ଖଣ୍ଡା ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥିଲା। ପରେ ଶୋଭାଯାତ୍ରା ଗଣ୍ଡାପଡ଼ା ନିକଟରେ ଥିବା ମା’ ଅପରାଜିତା ମନ୍ଦିରରେ ପହଞ୍ଚି ଥିଲା। ଗାଁ ଗଡତିଆ ଗ୍ରାମବାସୀଙ୍କ ମଙ୍ଗଳ କାମନା କରି ପୂଜା ଅର୍ଚ୍ଚନା କରିଥିଲେ ।
ଏହି ଅବସରରେ ଘଣ୍ଟ, ଶଙ୍ଖ, ହୁଳହୁଳି, ବୀର ବାଦ୍ୟରେ ପ୍ରକମ୍ପିତ ହୋଇ ଉଠିଥିଲା ଅଞ୍ଚଳ। ଭକ୍ତମାନେ ହଜାର ହଜାର ସଂଖ୍ୟାରେ ରୁଣ୍ଡ ହୋଇ ମା’ ଅପରାଜିତାଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଖଣ୍ଡା ପୂଜା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି।
The post ବିଜୟାଦଶମୀରେ ମା’ ଅପରାଜିତାଙ୍କ ଖଣ୍ଡା ପୂଜା appeared first on Dharitri Odia News.