‘ବିଜୟିନୀ’ଙ୍କ ପିତା ମାତା ଠାବ !
ବୁର୍ଲା : ଠାବ ହେଲେ ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀଙ୍କ ପିତା,ମାତା । ବିଜୟିନୀଙ୍କ ବାପା,ମା’ରେଙ୍ଗାଲି ଅଞ୍ଚଳର ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ବିଜୟନୀ ବାପା,ମା’ଙ୍କର ଦ୍ୱିତୀୟ ସନ୍ତାନ । ତେବେ ମା’ ମାନସିକ ଅସୁସ୍ଥ ଥିବାରୁ ସେ କଟକ ବଡ଼ ଡାକ୍ତରଖାନାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି ଏସପି । କିନ୍ତୁ ଶିଶୁକନ୍ୟାକୁ କାହିଁକି ଫୋପାଡି ଦେଇଥିଲେ ସେନେଇ ସ୍ପଷ୍ଟ କରିନାହାଁନ୍ତି । ସୂଚନାନୁସାରେ,ଗତମାସ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାରିପାଲି ଜଙ୍ଗଲରେ […]

ବୁର୍ଲା : ଠାବ ହେଲେ ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀଙ୍କ ପିତା,ମାତା । ବିଜୟିନୀଙ୍କ ବାପା,ମା’ରେଙ୍ଗାଲି ଅଞ୍ଚଳର ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ବିଜୟନୀ ବାପା,ମା’ଙ୍କର ଦ୍ୱିତୀୟ ସନ୍ତାନ । ତେବେ ମା’ ମାନସିକ ଅସୁସ୍ଥ ଥିବାରୁ ସେ କଟକ ବଡ଼ ଡାକ୍ତରଖାନାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି ଏସପି । କିନ୍ତୁ ଶିଶୁକନ୍ୟାକୁ କାହିଁକି ଫୋପାଡି ଦେଇଥିଲେ ସେନେଇ ସ୍ପଷ୍ଟ କରିନାହାଁନ୍ତି ।
ସୂଚନାନୁସାରେ,ଗତମାସ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାରିପାଲି ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ ବୋରୱେଲ ଭିତରୁ ଜଣେ ନବ ଜାତକଙ୍କ କାନ୍ଦ ସ୍ଥାନୀୟ ଲୋକେ ଶୁଣିଥିଲେ । ଏହି ଘଟଣାର ଖବର ପାଇ ସ୍ଥାନୀୟ ପ୍ରଶାସନ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିଶୁକନ୍ୟାକୁ ବୋରୱେଲରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । କିନ୍ତୁ ଦେହରେ ଆଘାତ ଲାଗିଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ଧୀରେ ଧୀରେ ଶିଶୁକନ୍ୟା ସୁସ୍ଥ ହୋଇଥିଲା । ଗତକାଲି ବୁର୍ଲା SNCU ରେ ଶିଶୁ କନ୍ୟାର ଖୁବ ଧୁମଧାମ୍ ରେ ଏକୋଇସିଆ ପାଳନ ହୋଇଥିଲା । ହୋମ ଯଞ୍ଚ ସହ କେକ୍ କାଟି ଶିଶୁକନ୍ୟାର ନାମ ‘ବିଜୟିନୀ’ ରଖାଯାଇଥିଲା ।