ବିଦେଶ ଫେରନ୍ତାଙ୍କ ଡାଇରି ଫାର୍ମ: ଦୈନିକ ଉତ୍ପାଦନ ହେଉଛି ୪୫୦ ଲିଟର କ୍ଷୀର
କନକ ବ୍ୟୁରୋ: ୧୪ ବର୍ଷ ବିଦେଶ ଇଂଜିନିୟର ଚାକିରୀ ଛାଡି ଏବେ ସଫଳ ଗୋପାଳକ । ଅଟକାଇପାରିଲାନି ବିଦେଶ ମାଟିର ବିଲାସପୂର୍ଣ୍ଣ ଚାକଚକ୍ୟ ଜୀବନ ଏବଂ ଲକ୍ଷଲକ୍ଷ ଟଙ୍କା ରୋଜଗାର । ଗାଁ ମାଟି ପାଇଁ କିଛି କରିବାର ଦୃଢ ଇଚ୍ଛା ଶକ୍ତି ଯୋଗୁଁ ସୁଦୂର ସିଙ୍ଗାପୁର ରେ ମେରାଇନ ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାର୍ଯ୍ୟକରୁଥିବା ଜଣେ ଯୁବ ଇଂଜିନିୟର ସିଙ୍ଗାପୁର ର ବିଳାସ ପୂର୍ଣ୍ଣ ଜୀବନ କୁ ଛାଡି ନିଜ ଗାଁ ମାଟି କୁ ଫେରି […] The post ବିଦେଶ ଫେରନ୍ତାଙ୍କ ଡାଇରି ଫାର୍ମ: ଦୈନିକ ଉତ୍ପାଦନ ହେଉଛି ୪୫୦ ଲିଟର କ୍ଷୀର first appeared on Kanak News.

କନକ ବ୍ୟୁରୋ: ୧୪ ବର୍ଷ ବିଦେଶ ଇଂଜିନିୟର ଚାକିରୀ ଛାଡି ଏବେ ସଫଳ ଗୋପାଳକ । ଅଟକାଇପାରିଲାନି ବିଦେଶ ମାଟିର ବିଲାସପୂର୍ଣ୍ଣ ଚାକଚକ୍ୟ ଜୀବନ ଏବଂ ଲକ୍ଷଲକ୍ଷ ଟଙ୍କା ରୋଜଗାର । ଗାଁ ମାଟି ପାଇଁ କିଛି କରିବାର ଦୃଢ ଇଚ୍ଛା ଶକ୍ତି ଯୋଗୁଁ ସୁଦୂର ସିଙ୍ଗାପୁର ରେ ମେରାଇନ ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାର୍ଯ୍ୟକରୁଥିବା ଜଣେ ଯୁବ ଇଂଜିନିୟର ସିଙ୍ଗାପୁର ର ବିଳାସ ପୂର୍ଣ୍ଣ ଜୀବନ କୁ ଛାଡି ନିଜ ଗାଁ ମାଟି କୁ ଫେରି ଆସି ନିଜସ୍ୱ ଉଦ୍ୟମରେ ଡାଏରୀ ୟୁନିଟ ପ୍ରତିଷ୍ଠା କରି ଅଂଚଳ ର ଶିକ୍ଷିତ ବେକାର ଯୁବକ ଙ୍କୁ କର୍ମସଂସ୍ଥାନ ଯୋଗାଇବା ସହ ଯୁବ ପିଢି ତଥା ବେକାରୀ ସମସ୍ୟାର ସମ୍ମୁଖୀନ ହୋଇଥିବା ଯୁବକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ସତ୍ୟଜିତ ।
ଯୁବ ଇଞ୍ଜିନିୟରରୁ ଗୋ-ପାଳକ । ଅତ୍ୟାଧୁନିକ ପ୍ରଣାଳୀରେ ଗୋପାଳନ କରୁଛନ୍ତି ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ରଂଜ ଗାଁର ସତ୍ୟବ୍ରତ ଜିତ । ମେସିନ୍ ସାହାଯ୍ୟରେ ଗାଈ ଦୁହାଁ ହେଉଛି । ଗୁହାଳ ଘରେ ଫ୍ୟାନ ବି ଲାଗିଛି । ସ୍ଥାନୀୟ ଅଂଚଳର କିଛି କର୍ମଚାରୀ ସତ୍ୟବ୍ରତଙ୍କ ଡାଇରୀ ଫାର୍ମରେ କାମ କରି କିଛି ରୋଜଗାର କରୁଛନ୍ତି । ଗୋଖାଦ୍ୟ ପାଇଁ ଡାଇରୀ ଫାର୍ମ ପରିସରରେ ଘାସ ଚାଷ କରିଛନ୍ତି ସତ୍ୟବ୍ରତ । ଘାସକୁ ମେସିନ୍ ସାହାଯ୍ୟରେ କାଟି ଗାଈଙ୍କୁ ଖାଇବାକୁ ଦେଉଛନ୍ତି କର୍ମଚାରୀ । ଉତ୍ପାଦନ ହେଉଥିବା କ୍ଷୀର ନିକଟସ୍ଥ ଓମଫେଡ ଡାଏରୀକୁ ପଠାଉଛନ୍ତି । ସତ୍ୟବ୍ରତଙ୍କ ଡାଇରି ଫାର୍ମ ପାଇଁ ସ୍ଥାନୀୟ ଅଂଚଳର କିଛି ଯୁବକ ଆତ୍ମନିର୍ଭର ହୋଇପାରିଛନ୍ତି ।
ସତ୍ୟବ୍ରତ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରବର୍ତି ସମୟରେ ମେରାଇନ ଇଂଜିନିୟର ଭାବେ ସିଙ୍ଗାପୁରରେ କାମ କରୁଥିଲେ । ଦୀର୍ଘ ୧୪ ବର୍ଷ ଧରି ବିଦେଶ ମାଟିରେ କାର୍ଯ୍ୟକରିବା ପରେ ଶିଳ୍ପ ବିହୀନ ଦେବଗଡ ଜିଲ୍ଲାରେ ଥିବା ନିଜ ଜନ୍ମ ମାଟିକୁ ଫେରିଆସି ନିଜ ଅଂଚଳରେ ଏକ ଗୋପାଳନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ସ୍ଥାନୀୟ ଅଂଚଳର ଯୁବକଙ୍କୁ କର୍ମ ସଂସ୍ଥାନ ଯୋଗାଇବା ଲକ୍ଷ୍ୟରେ ଏକ ଘରୋଇ ବ୍ୟାଙ୍କରୁ ଋଣ ନେଇ ବିଜୟନଗର ପଂଚାୟତ ଅନ୍ତର୍ଗତ ଗୋପାଳପାଲି ଗାଁରେ ଗୋପାଳନ କେନ୍ଦ୍ର ପ୍ରତିଷ୍ଠା କରି ପ୍ରାୟ ୧୫ ଜଣ ଯୁବକଙ୍କୁ କର୍ମ ନିଯୁକ୍ତି ଦେଇ ଅନେକ ପରିବାର ମୁହଁରେ ହସ ଫୁଟାଇଛନ୍ତି ।
ଗୋପାଳନ କେନ୍ଦ୍ରରେ ବର୍ତମାନ ୪୦ଟି ଗାଇଥିବା ବେଳେ ସେଥରୁ ୩୫ଟି ଗାଈ କ୍ଷୀର ଦେଉଛନ୍ତି । ଦୈନିକ ୪୫୦ ଲିଟର କ୍ଷୀର ଉତ୍ପାଦନ କରି ସ୍ଥାନୀୟ ଜନ ସାଧାରଣଙ୍କ ଆବଶ୍ୟକତା ମେଂଟାଇବା ସହ କଲା ଠାରେ ଥିବା ଓମଫେଡ ଡାଏରୀକୁ କ୍ଷୀର ବିକ୍ରି ପାଇଁ ପଠାଉଛନ୍ତି । ଏଥିରୁ ବାର୍ଷିକ ୧୫ ଲକ୍ଷରୁ ଅଧିକ ଟଙ୍କା ଆୟ ହେଉଥିବା କହିଛନ୍ତି ସତ୍ୟବ୍ରତ । ଏହି କାମ ପାଇଁ ସତ୍ୟବ୍ରତଙ୍କୁ ଅନେକ ସ୍ଥାନରେ ସମ୍ମାନୀତ କରାଯାଇଛି । ସ୍ଥାନୀୟ ଅଂଚଳରେ ସତ୍ୟବ୍ରତଙ୍କ କାମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।
The post ବିଦେଶ ଫେରନ୍ତାଙ୍କ ଡାଇରି ଫାର୍ମ: ଦୈନିକ ଉତ୍ପାଦନ ହେଉଛି ୪୫୦ ଲିଟର କ୍ଷୀର first appeared on Kanak News.