ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଘଟଣା; ୨ ଗିରଫ
ଭୁବନେଶ୍ବର: ଭୁବନେଶ୍ବରରେ ଜଣେ ବିଦେଶିନୀ ନିଜ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ବନାଇବାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଜଙ୍ଘରେ ଟାଟୁ କରିବା ଘଟଣାରେ ପାର୍ଲର ମାଲିକ ଏବଂ ଚିତ୍ରକର ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ହେଉଛନ୍ତି ରକି ଟାଟୁର ମାଲିକ ରକି ରଂଜନ ବିଶୋଇ ଓ ଚିତ୍ରକର ଅଶ୍ୱିନୀ କୁମାର ପ୍ରଧାନ। ତେବେ ରକିଙ୍କ ଘର ଭୁବନେଶ୍ୱର ନବକଳେବର ନଗର ହୋଇଥିଲା ବେଳେ ଗଂଜାମ ଜିଲ୍ଲା ଝୁଲୁରୀ […] The post ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଘଟଣା; ୨ ଗିରଫ appeared first on Odisha.News.
ଭୁବନେଶ୍ବର: ଭୁବନେଶ୍ବରରେ ଜଣେ ବିଦେଶିନୀ ନିଜ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ବନାଇବାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଜଙ୍ଘରେ ଟାଟୁ କରିବା ଘଟଣାରେ ପାର୍ଲର ମାଲିକ ଏବଂ ଚିତ୍ରକର ଗିରଫ ହୋଇଛନ୍ତି।
ଗିରଫ ଦୁଇ ଜଣ ହେଉଛନ୍ତି ରକି ଟାଟୁର ମାଲିକ ରକି ରଂଜନ ବିଶୋଇ ଓ ଚିତ୍ରକର ଅଶ୍ୱିନୀ କୁମାର ପ୍ରଧାନ। ତେବେ ରକିଙ୍କ ଘର ଭୁବନେଶ୍ୱର ନବକଳେବର ନଗର ହୋଇଥିଲା ବେଳେ ଗଂଜାମ ଜିଲ୍ଲା ଝୁଲୁରୀ ଗଂଜାମର ବାସିନ୍ଦା ଅଶ୍ୱିନୀ କୁମାର ପ୍ରଧାନ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରର ଏକ ଟାଟୁ ସେଣ୍ଟରରେ ଏଭଳି ଟାଟୁ କରାଇଥିଲେ ଜଣେ ବିଦେଶୀ ମହିଳା । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମହିଳା ଜଣକ ଏହାକୁ ଅପଲୋଡ୍ କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ହିନ୍ଦୁ ସେନାର କର୍ମକର୍ତ୍ତା ଏନେଇ ଥାନାରେ ଅଭିଯୋଗ ମଧ୍ଯ କରିଥିଲେ। ଏହା ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଆଘାତ ବୋଲି ଅଭିଯୋଗ ହୋଇଛି ।
The post ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଘଟଣା; ୨ ଗିରଫ appeared first on Odisha.News.