ବିଦ୍ୟାଳୟ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୪ ବର୍ଷ ଜେଲ୍
ବାଲିଗୁଡ଼ା,୨୯ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ଭିଜିଲାନ୍ସ ଜଜ୍ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଡୁକୁଲାମିଲା ନୂତନ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଭୂନନ୍ଦନ କେଶରୀ ନାୟକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ରାୟ ପ୍ରକାଶ ପରେ ନାୟକଙ୍କୁ ଜେଲ୍କୁ ପଠାଯାଇଛି। ସୂଚନାଯୋଗ୍ୟ, ପ୍ରଧାନଶିକ୍ଷକ ନାୟକ ବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଆସିଥିବା […] The post ବିଦ୍ୟାଳୟ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୪ ବର୍ଷ ଜେଲ୍ appeared first on Dharitri Odia News.
ବାଲିଗୁଡ଼ା,୨୯ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ଭିଜିଲାନ୍ସ ଜଜ୍ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଡୁକୁଲାମିଲା ନୂତନ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଭୂନନ୍ଦନ କେଶରୀ ନାୟକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ରାୟ ପ୍ରକାଶ ପରେ ନାୟକଙ୍କୁ ଜେଲ୍କୁ ପଠାଯାଇଛି।
ସୂଚନାଯୋଗ୍ୟ, ପ୍ରଧାନଶିକ୍ଷକ ନାୟକ ବିଦ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଆସିଥିବା ଅନୁଦାନ ଅର୍ଥ ଘର ନ କରି ସିଧାସଳଖ ଚଳୁ କରି ଦେଇଥିବା ଖବର ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର ଏହାର ବିଚାର କରାଯାଇ ଚୂଡାନ୍ତ ରାୟ ପ୍ରକାଶ ପାଇଥିଲା। ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଭୂନନ୍ଦନ କେଶରୀ ନାୟକଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ଚିଠି ଲେଖାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
The post ବିଦ୍ୟାଳୟ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୪ ବର୍ଷ ଜେଲ୍ appeared first on Dharitri Odia News.