ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର: ଛାତ୍ର ଆହତ, ଧାରଣାରେ ବସିଲେ ଅଭିଭାବକ
ମୋରଡ଼ା,୨୫ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଝିଲିରୀବଣି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ବୁଧବାର ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟର ବିଡିଓ ଅଫିସ ଆଗରେ ବସିଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପୂର୍ବାହ୍ନରେ ଶିକ୍ଷାଦାନ ଚାଲୁଥିବା ବେଳେ ବିଦ୍ୟାଳୟ ଛାତରୁ ଏକ ପ୍ଲାଷ୍ଟର ଖଣ୍ଡ ଖସି ପଡ଼ି ପଞ୍ଚମ ଶ୍ରେଣୀର ଛାତ୍ର ଶୁଭ ମୁର୍ମୁଙ୍କ ଉପରେ ପଡ଼ିବାରୁ ସେ ଆହତ ହୋଇଥିଲେ। ଏହାପରେ ଅନ୍ୟ […] The post ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର: ଛାତ୍ର ଆହତ, ଧାରଣାରେ ବସିଲେ ଅଭିଭାବକ appeared first on Dharitri Odia News.
ମୋରଡ଼ା,୨୫ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଝିଲିରୀବଣି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ବୁଧବାର ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟର ବିଡିଓ ଅଫିସ ଆଗରେ ବସିଥିବାର ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପୂର୍ବାହ୍ନରେ ଶିକ୍ଷାଦାନ ଚାଲୁଥିବା ବେଳେ ବିଦ୍ୟାଳୟ ଛାତରୁ ଏକ ପ୍ଲାଷ୍ଟର ଖଣ୍ଡ ଖସି ପଡ଼ି ପଞ୍ଚମ ଶ୍ରେଣୀର ଛାତ୍ର ଶୁଭ ମୁର୍ମୁଙ୍କ ଉପରେ ପଡ଼ିବାରୁ ସେ ଆହତ ହୋଇଥିଲେ। ଏହାପରେ ଅନ୍ୟ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ତେଣୁ ଉତ୍ତ୍ୟକ୍ତ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଅପରାହ୍ନରେ ଚିତ୍ରଡ଼ାସ୍ଥିତ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ସାକ୍ଷାତ କରିବା ପାଇଁ କାର୍ଯ୍ୟାଳୟ ପିଣ୍ଡି ଆଗରେ ବସିଥିଲେ। ଏହାପରେ ଅପରାହ୍ନ ୩ଟା ସମୟରେ ମୋରଡ଼ା ବିଡିଓ ଅଣାକର ନାଏକଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ବ୍ଲକ କାର୍ଯ୍ୟାଳୟରେ ଭାଜପା ନେତା ତଥା ଚିତ୍ରଡ଼ା ମଣ୍ଡଳ କୋଷାଧ୍ୟକ୍ଷ ଜଗଦୀଶ ସାହୁ ପହଞ୍ଚି ଅଭିଭାବକମାନଙ୍କ ସହିତ ସମସ୍ୟା ବାବଦରେ ଆଲୋଚନା କରିଥିଲେ ଏବଂ ଏହାର ତୁରନ୍ତ ସମାଧାନ ପାଇଁ ମୋରଡ଼ା ବିଡିଓ ଅଣାକର ନାଏକଙ୍କୁ କହିଥିଲେ।
The post ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର: ଛାତ୍ର ଆହତ, ଧାରଣାରେ ବସିଲେ ଅଭିଭାବକ appeared first on Dharitri Odia News.