‘ବିଦ୍ୟାଳୟକୁ ସୁସଜ୍ଜିତ କରିବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ’

ରାଇକିଆ,୧୬।୮(ପ୍ରଦୀପ ବେହେରା): କନ୍ଧମାଳ-ଗଞ୍ଜାମ ସୀମାନ୍ତ ରଣବା ପଞ୍ଚାୟତ ଦୁର୍ଗମ କକରବାଡି ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ପରିଚାଳନା କମିଟିର ଉଦ୍ୟମ କ୍ରମେ ବିଦ୍ୟାଳୟ ପରିସରରେ ଏହାକୁ ସ୍ଥାପନ କରାଯାଇଛି। ଏଥିସହ ଅଶୋକ ସ୍ତମ୍ଭ, ଭାରତମାତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଛି । ପ୍ରଧାନ ଶିକ୍ଷକ ବୀରେନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଇଓ ହାଡ଼ି ବନ୍ଧୁ ବେହେରା, ମୁଖ୍ୟ ବକ୍ତା […] The post ‘ବିଦ୍ୟାଳୟକୁ ସୁସଜ୍ଜିତ କରିବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ’ appeared first on Dharitri Odia News.

‘ବିଦ୍ୟାଳୟକୁ ସୁସଜ୍ଜିତ କରିବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ’

ରାଇକିଆ,୧୬।୮(ପ୍ରଦୀପ ବେହେରା): କନ୍ଧମାଳ-ଗଞ୍ଜାମ ସୀମାନ୍ତ ରଣବା ପଞ୍ଚାୟତ ଦୁର୍ଗମ କକରବାଡି ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ପରିଚାଳନା କମିଟିର ଉଦ୍ୟମ କ୍ରମେ ବିଦ୍ୟାଳୟ ପରିସରରେ ଏହାକୁ ସ୍ଥାପନ କରାଯାଇଛି।

ଏଥିସହ ଅଶୋକ ସ୍ତମ୍ଭ, ଭାରତମାତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଇଛି । ପ୍ରଧାନ ଶିକ୍ଷକ ବୀରେନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଇଓ ହାଡ଼ି ବନ୍ଧୁ ବେହେରା, ମୁଖ୍ୟ ବକ୍ତା ଭାବେ ଏବିଇଓ ସୀମାଦ୍ରି କହଁର ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ଉପାନ୍ତ ଅଞ୍ଚଳରେ ବିଦ୍ୟାଳୟ ପରିବେଶକୁ ସୁସଜ୍ଜିତ କରିବା, ଗ୍ରାମବାସୀ ଓ ପରିଚାଳନା କମିଟି, ପୁର୍ବତନ ଛାତ୍ରୀଛାତ୍ରୀ ମିଶି ବିଦ୍ୟାଳୟକୁ ଏକ ଶ୍ରେଷ୍ଠ ବିଦ୍ୟାଳୟରେ ପରିଣତ କରିଛି ଯାହା ଅନ୍ୟ ବିଦ୍ୟାଳୟମାନଙ୍କ ପାଇଁ ପ୍ରେରଣା ଯୋଗାଇବା ବୋଲି କହିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏବିଇଓ ସାରଥୀ କହଁର, ଧନେଶର ଖୁଣ୍ଟିଆ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ୍ରାଇଭର ପ୍ରଧାନ, ପ୍ରତାପ ନାୟକ, ସହକାରୀ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଏବଂ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା। ଗ୍ରାମବାସୀ ଓ ବିଦ୍ୟାଳୟ ଶିକ୍ଷକମାନଙ୍କ ଏଭଳି ଉଦ୍ୟମକୁ ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

The post ‘ବିଦ୍ୟାଳୟକୁ ସୁସଜ୍ଜିତ କରିବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ’ appeared first on Dharitri Odia News.