ବିଦ୍ୟାଳୟରେ ହଠାତ୍‌ ପହଞ୍ଚିଲେ ଉପବାଚସ୍ପତି

ଦାରିଙ୍ଗବାଡ଼ି,୧୯।୧୨(ଅରୁଣ ସାହୁ): ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନ ମଙ୍ଗଳବାର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ହଠାତ୍‌ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ଉପବାଚସ୍ପତିଙ୍କୁ ଅତି ନିକଟରେ ଦେଖି ଛାତ୍ରୀଛାତ୍ରମାନେ ଖୁସିବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ତାଙ୍କୁ ସ୍ବାଗତ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ପାଇଁ ଉପବାଚସ୍ପତି ଜଣାଇଥିଲେ। ଉପବାଚସ୍ପତି […] The post ବିଦ୍ୟାଳୟରେ ହଠାତ୍‌ ପହଞ୍ଚିଲେ ଉପବାଚସ୍ପତି appeared first on Dharitri Odia News.

ବିଦ୍ୟାଳୟରେ ହଠାତ୍‌ ପହଞ୍ଚିଲେ ଉପବାଚସ୍ପତି

ଦାରିଙ୍ଗବାଡ଼ି,୧୯।୧୨(ଅରୁଣ ସାହୁ): ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନ ମଙ୍ଗଳବାର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ହଠାତ୍‌ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ।

ଉପବାଚସ୍ପତିଙ୍କୁ ଅତି ନିକଟରେ ଦେଖି ଛାତ୍ରୀଛାତ୍ରମାନେ ଖୁସିବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ଏବଂ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ତାଙ୍କୁ ସ୍ବାଗତ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ପାଇଁ ଉପବାଚସ୍ପତି ଜଣାଇଥିଲେ।

ଉପବାଚସ୍ପତି ସାଲୁଗା ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏପରି କି ଉପବାଚସ୍ପତି ଏକ ଘଣ୍ଟା ଧରି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ସମୟ ବିତାଇଥିଲେ। ଛାତ୍ରୀଛାତ୍ରଙ୍କୁ ଭଲ ପାଠପଢ଼ି ଭଲ ମଣିଷ ହେବାକୁ ଉପବାଚସ୍ପତି ପରାମର୍ଶ ଦେଇଥିଲେ। ପ୍ରକାଶ ଯେ, ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଲକର ସର୍ବ ପୁରାତନ ବିଦ୍ୟାଳୟ। ୧୮୮୭ ମସିହାରେ ଏହା ସ୍ଥାପନ ହୋଇଥିବା ବେଳେ ବର୍ତ୍ତମାନ ୩ ଶହରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।

The post ବିଦ୍ୟାଳୟରେ ହଠାତ୍‌ ପହଞ୍ଚିଲେ ଉପବାଚସ୍ପତି appeared first on Dharitri Odia News.