ବିଦ୍ୟାସାଗର ଜ୍ଞାନ ମନ୍ଦିର ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ପାଳନ

ଜମନକିରା : ଜମନକିରା ସଦର ମହକୁମା ସ୍ଥିତ ବିଦ୍ୟାସାଗର ଜ୍ଞାନ ମନ୍ଦିର ବିଦ୍ୟାଳୟରେ ଆଜି ୭୮ତମ ସ୍ବାଧିନତା ଦିବସ ପାଳନ କରାଯାଇଛି। ଅନୁଷ୍ଠିତ ଏହି ଉତ୍ସବରେ ସ୍କୁଲର ଅଧ୍ୟକ୍ଷ ଲଲାଟେନ୍ଦୁ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ଶିକ୍ଷକ ଗୋକୁଳ ପଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମୁଖ୍ୟଅତିଥି ଭାବେ ବରିଷ୍ଟ ସାମ୍ବାଦିକ ତଥା ରାଜ୍ୟ ସାମ୍ବାଦିକ ସଂଘ, ସମ୍ବଲପୁର ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ଛାତ୍ରୀ ଛାତ୍ର […] The post ବିଦ୍ୟାସାଗର ଜ୍ଞାନ ମନ୍ଦିର ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ପାଳନ appeared first on Odisha.News.

ବିଦ୍ୟାସାଗର ଜ୍ଞାନ ମନ୍ଦିର ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ପାଳନ

ଜମନକିରା : ଜମନକିରା ସଦର ମହକୁମା ସ୍ଥିତ ବିଦ୍ୟାସାଗର ଜ୍ଞାନ ମନ୍ଦିର ବିଦ୍ୟାଳୟରେ ଆଜି ୭୮ତମ ସ୍ବାଧିନତା ଦିବସ ପାଳନ କରାଯାଇଛି। ଅନୁଷ୍ଠିତ ଏହି ଉତ୍ସବରେ ସ୍କୁଲର ଅଧ୍ୟକ୍ଷ ଲଲାଟେନ୍ଦୁ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସହକାରୀ ଶିକ୍ଷକ ଗୋକୁଳ ପଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମୁଖ୍ୟଅତିଥି ଭାବେ ବରିଷ୍ଟ ସାମ୍ବାଦିକ ତଥା ରାଜ୍ୟ ସାମ୍ବାଦିକ ସଂଘ, ସମ୍ବଲପୁର ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହ ଛାତ୍ରୀ ଛାତ୍ର ମାନଙ୍କୁ ସ୍ଵାଧୀନତା ଦିବସ ଏବଂ ସଂଗ୍ରାମୀ ମାନଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ସ୍କୁଲର ଶିଦ୍ରା ଫାତିମା, ଗାୟତ୍ରୀ ଦେବନାଥ, ପ୍ରତିମା ପ୍ରଧାନ, ଟିକେଶ ରଞ୍ଜନ ତିର୍କି, ଅର୍ଚିତା ମେହେର, ଅନମୋଲ ପଟ୍ଟନାୟକ, ଆୟତ ଫାତୀମା ଏବଂ ସାନଭି ଦାନୀ ପ୍ରମୁଖ ଛାତ୍ରୀଛାତ୍ର ମାନେ ସ୍ବାଧୀନତା ଦିବସ ଉପରେ ନିଜସ୍ଵ ବାଣୀ ଉପସ୍ଥାପନ କରିଥିଲେ। ଏଥିରେ ସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ସ୍ୱାଗତିକା ପଟେଲ, ମଧୁସ୍ମିତା ପ୍ରଧାନ ଏବଂ ପ୍ରତ୍ୟୁଷ ପ୍ରଜ୍ଞାସ୍ମିତା ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ
ଜଲିତା ପଧାନ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀ ପଧାନ ଧନ୍ୟବାଦ ଅର୍ପଣ କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ।

The post ବିଦ୍ୟାସାଗର ଜ୍ଞାନ ମନ୍ଦିର ବିଦ୍ୟାଳୟରେ ୭୮ତମ ସ୍ବାଧିନତା ଦିବସ ପାଳନ appeared first on Odisha.News.