ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ

ଭୁବନେଶ୍ୱର,୪।୧୨: ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ୍) ଉପରେ ଓଡ଼ିଶା ସରକାରଙ୍କ ୬,୫୮୭ କୋଟି ଟଙ୍କା ବକେୟା ରହିଛି। ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ ସୂଚନା ଦେଇଛନ୍ତି ଯେ, ଏହି ଚାରୋଟି କମ୍ପାନୀ ମଧ୍ୟରେ ସିଇଏସୟୁ(ସେସୁ) ସର୍ବାଧିକ ୨,୬୫୧ କୋଟି ଟଙ୍କା ବକେୟା ରଖିଛି। ଯେତେବେଳେ କି ନେସ୍କୋ ଉପରେ ୯୫୧ କୋଟି, ୱେସ୍କୋ ଉପରେ ୧,୬୭୭ କୋଟି ଏବଂ […] The post ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ appeared first on Dharitri Odia News.

ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ

ଭୁବନେଶ୍ୱର,୪।୧୨: ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ୍) ଉପରେ ଓଡ଼ିଶା ସରକାରଙ୍କ ୬,୫୮୭ କୋଟି ଟଙ୍କା ବକେୟା ରହିଛି। ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ ସୂଚନା ଦେଇଛନ୍ତି ଯେ, ଏହି ଚାରୋଟି କମ୍ପାନୀ ମଧ୍ୟରେ ସିଇଏସୟୁ(ସେସୁ) ସର୍ବାଧିକ ୨,୬୫୧ କୋଟି ଟଙ୍କା ବକେୟା ରଖିଛି। ଯେତେବେଳେ କି ନେସ୍କୋ ଉପରେ ୯୫୧ କୋଟି, ୱେସ୍କୋ ଉପରେ ୧,୬୭୭ କୋଟି ଏବଂ ସାଉଥକୋ ଉପରେ ୧,୩୦୦ କୋଟି ଟଙ୍କା ବକେୟା ରହିଛି।

ଏ ସମସ୍ତ ଚାରୋଟି କମ୍ପାନୀ ଟାଟା ପାୱାର ଅଧୀନରେ ଆସୁଛନ୍ତି। ଯାହା ବର୍ତମାନ ସେସୁ ପରିବର୍ତନ ହୋଇ ଟିପିସିଓଡିଏଲ ଭାବେ, ନେସ୍କୋ ପରିବର୍ତନ ହୋଇ ଟିପିଏନଓଡିଏଲ, ୱେସ୍କୋ ପରିବର୍ତନ ହୋଇ ଟିପିଡବ୍ଲୁଓଡିଏଲ ଏବଂ ସାଉଥକୋ ପରିବର୍ତନ ହୋଇ ଟିପିଏସଓଡିଏଲ ଭାବେ କାର୍ୟ୍ୟ କରୁଛି।

ତେବେ ଏ ସମସ୍ତ ବକେୟା ପ୍ରଦାନ କରିବା ଲାଗି ଗ୍ରୀଡକୋ ଟାଟା ପାୱାରର ନୂତନ ମ୍ୟାନେଜମେଣ୍ଟ ସହିତ କାର୍ଯ୍ୟ କରୁଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ତଥ୍ୟ ଏଭଳି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବକେୟା ପ୍ରଦାନ ନକରିବା ଫଳରେ କମ୍ପାନୀ ଦ୍ୱାରା ଲାଇନ୍ କାଟିବା ପରେ ଲୋକମାନେ ଆନ୍ଦୋଳନ କରୁଛନ୍ତି।

ସୂଚନାଯୋଗ୍ୟ ଟାଟା ପାୱାର ଓଡ଼ିଶାରେ ଚାରି ବର୍ଷ ହେବ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ମଧ୍ୟ ଏହା ପୂର୍ବରୁ ଏହି ବକେୟା ଟଙ୍କା ରହିଥିଲା। ଯାହା ପ୍ରାୟତଃ ବଢିଚାଲିଛି। ଆଗକୁ ଏପରି ସ୍ଥିତି ଲାଗି ରହିଲେ ଟଙ୍କା ଫେରିବା ଆଶା ଶୁନ।

The post ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ appeared first on Dharitri Odia News.