ବିଦ୍ୟୁତ ଟ୍ରାନ୍ସଫର୍ମର ନେଇଗଲେ ଦୁର୍ବୃତ୍ତ: ବିଦ୍ୟୁତ ସେବା ଠପ୍‌

ବରଗଡ଼, ୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚୋରଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ଏଠାରେ ବିଦ୍ୟୁତ ଟ୍ରାନ୍ସଫର୍ମର ବି ବାଦ୍‌ ପଡି ନାହିଁ। ରବିବାର ବିଳମ୍ବିତ ରାତିରେ ବରଗ ସହର ଉପକଣ୍ଠ ବରାହଗୋଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମର କାଢି ନେଇଥିବାବେଳେ କିଛି ଦୂରରେ ଭଙ୍ଗା ଦଦରା ଅବସ୍ଥାରେ ତାହା ପଡିଥିବା ପରଲକ୍ଷିତ ହୋଇଛି। ତେବେ ଚୋରମାନେ ଟ୍ରାନ୍ସଫର୍ମରରୁ ତେଲ ସମ୍ପୂର୍ଣ୍ଣଭାବେ କାଢି ନେଇଛନ୍ତି। ଜାତୀୟ ରାଜପଥ କଡେ ତଥା ଗ୍ରାମାଞ୍ଚଳ ଥାନାର ଅନତିଦୂରରେ […] The post ବିଦ୍ୟୁତ ଟ୍ରାନ୍ସଫର୍ମର ନେଇଗଲେ ଦୁର୍ବୃତ୍ତ: ବିଦ୍ୟୁତ ସେବା ଠପ୍‌ appeared first on Dharitri Odia News.

ବିଦ୍ୟୁତ ଟ୍ରାନ୍ସଫର୍ମର ନେଇଗଲେ ଦୁର୍ବୃତ୍ତ: ବିଦ୍ୟୁତ ସେବା ଠପ୍‌

ବରଗଡ଼, ୧୨।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚୋରଙ୍କ ଦୌରାତ୍ମ୍ୟ ବଢି ଚାଲିଛି। ଏଠାରେ ବିଦ୍ୟୁତ ଟ୍ରାନ୍ସଫର୍ମର ବି ବାଦ୍‌ ପଡି ନାହିଁ। ରବିବାର ବିଳମ୍ବିତ ରାତିରେ ବରଗ ସହର ଉପକଣ୍ଠ ବରାହଗୋଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମର କାଢି ନେଇଥିବାବେଳେ କିଛି ଦୂରରେ ଭଙ୍ଗା ଦଦରା ଅବସ୍ଥାରେ ତାହା ପଡିଥିବା ପରଲକ୍ଷିତ ହୋଇଛି। ତେବେ ଚୋରମାନେ ଟ୍ରାନ୍ସଫର୍ମରରୁ ତେଲ ସମ୍ପୂର୍ଣ୍ଣଭାବେ କାଢି ନେଇଛନ୍ତି। ଜାତୀୟ ରାଜପଥ କଡେ ତଥା ଗ୍ରାମାଞ୍ଚଳ ଥାନାର ଅନତିଦୂରରେ ଏହି ଚୋରି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇ ପଡିଛି। ଟ୍ରାନ୍ସଫର୍ମର ଚୋରି ପରେ ଉକ୍ତ ଗ୍ରାମରେ ବିଦ୍ୟୁତ ସେବା ଠପ ହୋଇ ଯାଇଛି। ଅନ୍ୟ ପକ୍ଷରେ ପ୍ରବଳ ତାତି ଓ ଗୁଳଗୁଳି ଯୋଗୁ ଗ୍ରାମବାସୀଙ୍କ ଜୀବନ ଦହଗଞ୍ଜ ହୋଇପଡିଛି। ବିଦ୍ୟୁତ ସେବା ବନ୍ଦ ହେବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି।

 

The post ବିଦ୍ୟୁତ ଟ୍ରାନ୍ସଫର୍ମର ନେଇଗଲେ ଦୁର୍ବୃତ୍ତ: ବିଦ୍ୟୁତ ସେବା ଠପ୍‌ appeared first on Dharitri Odia News.