ବିଦ୍ୟୁତ ଟ୍ରାନ୍ସଫର୍ମରରୁ କଏଲ ଓ ତେଲ ଚୋରି ଅଭିଯୋଗ
ପାଣିକୋଇଲି : ପାଣିକୋଇଲି ଠାରେ ନିର୍ମାଣାଧିନ ଟ୍ରମା କେୟାରର(ଆପାତକାଳୀନ ଚିକିତ୍ସାକେନ୍ଦ୍ର) ପରିଚାଳନା ନିମନ୍ତେ ଅବସ୍ଥାପିତ ହୋଇଥିବା ଦୁଇଟି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ କେହି ଦୁର୍ବୃତ୍ତ କଏଲ ଓ ତେଲ ଚୋରି କରି ନେଇଥିବାର ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ପାଣିକୋଇଲି ଥାନା ଠାରୁ ଅନତି ଦୂରରେ ଏକ ଟ୍ରମା କେୟାର ସେଣ୍ଟରର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ଟ୍ରମା କେୟାର ସେଣ୍ଟରକୁ ବିଦ୍ୟୁତ୍ ଯୋଗାଣ ନିମନ୍ତେ ଦୁଇଟି ଉଚ୍ଚ କ୍ଷମତା […]

ପାଣିକୋଇଲି : ପାଣିକୋଇଲି ଠାରେ ନିର୍ମାଣାଧିନ ଟ୍ରମା କେୟାରର(ଆପାତକାଳୀନ ଚିକିତ୍ସାକେନ୍ଦ୍ର) ପରିଚାଳନା ନିମନ୍ତେ ଅବସ୍ଥାପିତ ହୋଇଥିବା ଦୁଇଟି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ କେହି ଦୁର୍ବୃତ୍ତ କଏଲ ଓ ତେଲ ଚୋରି କରି ନେଇଥିବାର ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ପାଣିକୋଇଲି ଥାନା ଠାରୁ ଅନତି ଦୂରରେ ଏକ ଟ୍ରମା କେୟାର ସେଣ୍ଟରର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ଟ୍ରମା କେୟାର ସେଣ୍ଟରକୁ ବିଦ୍ୟୁତ୍ ଯୋଗାଣ ନିମନ୍ତେ ଦୁଇଟି ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର (୩୩ କେଭି/୪୪୦ ଭୋଲ୍ଟ, ୭୫୦ କେଭିଏ) ଅବସ୍ଥାପିତ ହୋଇଛି। ତେବେ ଉକ୍ତ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍ ଯୋଗାଣ ହୋଇନଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଉକ୍ତ ଦୁଇ ଟ୍ରାନ୍ସଫର୍ମର କଏଲ ଓ ତେଲକୁ ଚୋରି କରି ନେଇଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ। ଏ ନେଇ ବିଦ୍ୟୁତ୍ କାର୍ଯ୍ୟ ନିମନ୍ତେ ଠିକା ନେଇଥିବା ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଆଦ୍ୟାଉର୍ଗୀ କନଷ୍ଟ୍ରକ୍ସନ କମ୍ପାନୀର ପରିଚାଳକ ଦୀପ୍ତି ରଞ୍ଜନ ନନ୍ଦ ପାଣିକୋଇଲି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି।