ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ
ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର ମାତ୍ର କିଛି ସମୟ ମଧ୍ୟରେ ସୁଲୁମାହା ଗ୍ରାମ ନିକଟ ଜଙ୍ଗଲରେ କେହି ଅଜଣା ଦୁର୍ବୁତ୍ତ ୧୧ କେଭି ତାର ଉପରେ ଗଛ କାଟି ପକାଇଦେବାରୁ ବିଦ୍ୟୁତ୍ ସେବା ଅଚଳ ହୋଇପଡ଼ିଛି। ଯାହକା ନେଇ ଲୋକମାନେ ନାହଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମରାମତି ହେବା ପରେ ବିଦ୍ୟୁତ ସ୍ବାଭାବିକ […] The post ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ appeared first on Dharitri Odia News.
ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର ମାତ୍ର କିଛି ସମୟ ମଧ୍ୟରେ ସୁଲୁମାହା ଗ୍ରାମ ନିକଟ ଜଙ୍ଗଲରେ କେହି ଅଜଣା ଦୁର୍ବୁତ୍ତ ୧୧ କେଭି ତାର ଉପରେ ଗଛ କାଟି ପକାଇଦେବାରୁ ବିଦ୍ୟୁତ୍ ସେବା ଅଚଳ ହୋଇପଡ଼ିଛି। ଯାହକା ନେଇ ଲୋକମାନେ ନାହଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମରାମତି ହେବା ପରେ ବିଦ୍ୟୁତ ସ୍ବାଭାବିକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦେଇଥିଲେ। ଖବର ଲେଖିବା ସୁଦ୍ଧା ଶ୍ରାନିକେତା ପଞ୍ଚାୟତ ସମେତ ସିମନବାଡ଼ି, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା ଗୁମିକିଆ, କୋଟଗଡ଼ ବ୍ଲକ୍ ପକାରୀ, ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆର ହଜାର ହଜାର ଉପଭୋକ୍ତା ଅନ୍ଧାରରେ ରହିଛନ୍ତି।
The post ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ appeared first on Dharitri Odia News.