ବିଦ୍ୟୁତ ତାର ଛିଡି ଯୁବକ ଗୁରୁତର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନଳପାହି ଗାଁ ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି | ସୂଚନା ମୁତାବକ, ଆଜି ରାତି ପ୍ରାୟ ୮ ଟା  ସମୟରେ ଏକମାଣିଆ ପଞ୍ଚାୟତ ନଳପାହି ଗାଁର ସନ୍ତୋଷ ରାଉତ  ଗାଁ ଦାଣ୍ଡରେ ଚାଲି ଚାଲି ଘରକୁ ଯାଉଥିଲେ | ଗାଁ ଦାଣ୍ଡରେ ଯାଉଥିବା ବେଳେ ହଟାତ ୧୧ କେଭି ବିଦ୍ୟୁତ ତାର ସନ୍ତୋଷ ଙ୍କ ଉପରେ ଛିଡି ପଡିଥିଲା […] The post ବିଦ୍ୟୁତ ତାର ଛିଡି ଯୁବକ ଗୁରୁତର appeared first on KNews Odisha.

ବିଦ୍ୟୁତ ତାର ଛିଡି ଯୁବକ ଗୁରୁତର
electrocuted

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନଳପାହି ଗାଁ ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି | ସୂଚନା ମୁତାବକ, ଆଜି ରାତି ପ୍ରାୟ ୮ ଟା  ସମୟରେ ଏକମାଣିଆ ପଞ୍ଚାୟତ ନଳପାହି ଗାଁର ସନ୍ତୋଷ ରାଉତ  ଗାଁ ଦାଣ୍ଡରେ ଚାଲି ଚାଲି ଘରକୁ ଯାଉଥିଲେ | ଗାଁ ଦାଣ୍ଡରେ ଯାଉଥିବା ବେଳେ ହଟାତ ୧୧ କେଭି ବିଦ୍ୟୁତ ତାର ସନ୍ତୋଷ ଙ୍କ ଉପରେ ଛିଡି ପଡିଥିଲା |

ସନ୍ତୋଷ ଙ୍କ ଡାହାଣ ପଟ ଜଙ୍ଘ ଉପରେ ୧୧ କେଭି ବିଦ୍ୟୁତ ତାର ପଡିବା ଯୋଗୁଁ ଜଙ୍ଘର କିଛି ଅଂଶ ପୋଡିଯିବା ସହିତ ସେ ଚେତା ହରାଇ ପଡି ଯାଇଥିଲେ | ତାଙ୍କୁ ଚିକିତ୍ସା ପାଇଁ ଗ୍ରାମବାସୀ ଏବଂ ସମ୍ପକୀୟ ନଦୀ ପାର କରାଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ |  ଚିକିତ୍ସା  ପରେ ସନ୍ତୋଷ ଙ୍କ ଚେତା ଫେରିଥିଲେ ମଧ୍ୟ ଅବସ୍ଥା ଗୁରୁତର ରହିଛି | ଗାଁ ଦାଣ୍ଡରେ ବିପଦ ପୂର୍ଣ୍ଣ ଭାବେ ରହିଥିବା ବିଦ୍ୟୁତ ତାର ତୁରନ୍ତ ବଦଳାଇବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି |

 

 

The post ବିଦ୍ୟୁତ ତାର ଛିଡି ଯୁବକ ଗୁରୁତର appeared first on KNews Odisha.